Posted inଫୁରସତ

୧୮ ଲକ୍ଷରେ ନିଲାମ ହେଲା ପାସ୍‌ପୋର୍ଟ ସାଇଜ୍‌ ଫଟୋ

ବୋଷ୍ଟନ୍‌: ଗତ ସପ୍ତାହରେ ଆମେରିକାର ବୋଷ୍ଟନ୍‌ରେ ଅନୁଷ୍ଠିତ ହୋଇଥିବା ଏକ ନିଲାମରେ ୨.୨୫…୨.୭୫ ଇଞ୍ଚ୍‌ର ଏକ ପାସ୍‌ପୋର୍ଟ ସାଇଜ୍‌ ଫଟୋ ୨୧,୬୫୫ ଡଲାର (ପ୍ରାୟ ୧୮ ଲକ୍ଷ ଟଙ୍କା)ରେ ନିଲାମ ହୋଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ଆର୍‌ଆର୍‌ ଅକ୍ସନ୍‌ ନାମକ ଏକ ସଙ୍ଗଠନ ଦ୍ୱାରା ଏହି ନିଲାମର ଆୟୋଜନ କରାଯାଇଥିଲା।
ଏହା କୌଣସି ସାଧାରଣ ପାସ୍‌ପୋର୍ଟ ସାଇଜ୍‌ ଫଟୋ ନ ଥିଲା ବରଂ ଏହା ପ୍ରସିଦ୍ଧ ହଲିଉଡ୍‌ ଅଭିନେତ୍ରୀ ମେରିଲିନ୍‌ ମୁନ୍‌ରୋଙ୍କ ଫଟୋ ଥିଲା। ମେରିଲିନ୍‌ ଏବଂ ତାଙ୍କ ଦ୍ୱିତୀୟ ସ୍ବାମୀ ତଥା ବେସ୍‌ବଲ୍‌ କିମ୍ବଦନ୍ତୀ ଜୋ ଡିମାଗିଓଙ୍କ ସହ ଜଡ଼ିତ ଏହା ଏକ ଐତିହାସିକ ଫଟୋ ଥିଲା।
୧୯୫୪ ଜାନୁଆରୀ ୨୯ରେ ମେରିଲିନ୍‌ ଏବଂ ଡିମାଗିଓ ସେମାନଙ୍କ ବିବାହର ୨ ସପ୍ତାହ ପରେ ଜାପାନକୁ ହନିମୁନ୍‌ ଏବଂ ବ୍ୟବସାୟିକ ଯାତ୍ରା ପାଇଁ ଯିବାକୁ ନିଷ୍ପତ୍ତି ନେଇଥିଲେ। ସେଥିପାଇଁ ଉଭୟେ ପାସ୍‌ପୋର୍ଟ ପାଇଁ ଆବେଦନ କରିଥିଲେ। ତେବେ ସେତେବେଳେ ମେରିଲିନ୍‌ଙ୍କ ନିକଟରେ ପାସପୋର୍ଟ ସାଇଜ୍‌ ଫଟୋ ନଥିଲା। ତେଣୁ ଡିମାଗିଓ ପୂର୍ବରୁ ଥିବା ମେରିଲିନ୍‌ଙ୍କ ଏକ ଫଟୋକୁ ଅବିକଳ ପାସପୋର୍ଟ ଆକାରର ଫଟୋ ରୂପେ ପ୍ରସ୍ତୁତ କରିଥିଲେ। ମେରିଲିନ୍‌ ଉକ୍ତ ଫଟୋରେ ଲାଲ୍‌ ଶ୍ୟାହିରେ ନିଜ ନାମ ମେରିଲିନ୍‌ ମୁନ୍‌ରୋ ଡିମାଗିଓ ଲେଖି ପାସ୍‌ପୋର୍ଟ ଅଧିକାରୀ ହ୍ୟାରି ଇ. ବୋଲ୍ଡସ୍‌ଙ୍କ ନିକଟରେ ଦାଖଲ କରିଥିଲେ। ଯଦିଓ ହ୍ୟାରି ଉକ୍ତ ଫଟୋକୁ ମେରିଲିନ୍‌ଙ୍କ ପାସ୍‌ପୋର୍ଟରେ ଅନ୍ତର୍ଭୁକ୍ତ କରି ନ ଥିଲେ, ତଥାପି ସେ ଏହାକୁ ନିଜ ପାଖରେ ସୁରକ୍ଷିତ ରଖିଥିଲେ। ଘଟଣାର ପ୍ରାୟ ୭ ଦଶନ୍ଧି ପରେ ମେରିଲିନଙ୍କ ଉକ୍ତ ଫଟୋ ପ୍ରାୟ ୧୮ ଲକ୍ଷ ଟଙ୍କାରେ ନିଲାମ ହୋଇଛି। ମେରିଲିନ୍‌ ଏବଂ ଡିମାଗିଓଙ୍କ ବିବାହ ମାତ୍ର ୯ ମାସ ପର୍ଯ୍ୟନ୍ତ ତିଷ୍ଠିଥିଲେ ମଧ୍ୟ ଏହି ଫଟୋ ଉଭୟଙ୍କ ମଧ୍ୟରେ ରହିଥିବା ପ୍ରେମର ଝଲକ୍‌କୁ ଦର୍ଶାଉଥିଲା। ଆଜି ବି ଉଭୟଙ୍କ ପ୍ରଭାବ ଲୋକଙ୍କ ମଧ୍ୟରେ ରହିଛି, ତାହା ଏହି ନିଲାମ ପ୍ରମାଣିତ କରିଛି ବୋଲି ଆର୍‌ଆର୍‌ ଅକ୍ସନ୍‌ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ବିଲିୟନ ଡଲାର ବାଣିଜ୍ୟ ଲକ୍ଷ୍ୟ

ନୂଆଦିଲ୍ଲୀ,୬ା୧୨ : ଭାରତ ଓ ରୁଷିଆ ଶୁକ୍ରବାର ଦ୍ୱିପାକ୍ଷିକ ଅର୍ଥନୈତିକ ଓ ବାଣିଜି୍ୟକ କାରବାର ବୃଦ୍ଧି ନିମନ୍ତେ ଆଗାମୀ ୫ ବର୍ଷ ପାଇଁ ଏକ ରୋଡ୍‌ମ୍ୟାପ୍‌...

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri