ପ୍ରଧାନାଚାର୍ଯ୍ୟ ଜାନକୀ ବଲ୍ଲଭଙ୍କ ପରଲୋକ

ଦିଗପହଣ୍ଡି,୨୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ରୋହି ଗାଁ ବାସିନ୍ଦା ଜାନକୀ ବଲ୍ଲଭ ବିଷୋୟୀଙ୍କ ୫୭ ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିଛି। ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସେ ୨୦୧୩ ରୁ ୨୦୧୭ ଯାଏ ପ୍ରଧାନାଚାର୍ଯ୍ୟ ଭାବେ କାର୍ଯ୍ୟ କରିବା ପରେ କନ୍ଧମାଳ ଜିଲା ଫୁଲବାଣୀ ଓ ପରେ ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରକୁ ତାଙ୍କର ବଦଳି ହୋଇଥିଲା। ସେଠାରେ ସେ ସୂଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିବା ପରେ କିଛିବର୍ଷ ହେଲା ସେ ଲଙ୍ଗଳେଶ୍ବର ଗ୍ରାମ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନାଚାର୍ଯ୍ୟ ଭାବେ କାର୍ଯ୍ୟ କରୁଥିଲେ।

ବୁଧବାର ସନ୍ଧ୍ୟାରେ ସେ ଛାତିରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ହେବା ପରେ ସୁସ୍ଥ ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଭୁବନେଶର ସ୍ଥିତ ସମ୍ପର୍କୀୟଙ୍କ ଘରକୁ ଫେରିଥିଲେ। ଗୁରୁବାର ତାଙ୍କୁ ପୁଣି ହସ୍ପିଟାଲ ଆସିବାକୁ ଡାକ୍ତର କହିଥିଲେ। ସକାଳ ପ୍ରାୟ ୭ ଟାରେ ସେ ନିତ୍ୟକର୍ମ ସାରି ହସ୍ପିଟାଲ ଯିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସେ ଆକସ୍ମିକ ଭାବେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ହସ୍ପିଟାଲ ନେବା ବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିଲା। ସେଠାରୁ ମୃତଦେହ ଅଣାଯାଇ ସନ୍ଧ୍ୟାରେ ତାଙ୍କ ପୈତୃକ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି।

ସେ ଜଣେ ମେଳାପି, ଛାତ୍ର ବତ୍ସଳ ପ୍ରଧାନାଚାର୍ଯ୍ୟ ଭାବେ ଦିଗପହଣ୍ଡି, ସାନଖେମୁଣ୍ଡି, ଖଲିକୋଟ ଏବଂ କୁକୁଡ଼ାଖଣ୍ଡି ବ୍ଲକ ଅଞ୍ଚଳରେ ପରିଚିତ ଥିଲେ। ତାଙ୍କ ପରଲୋକ ଖବର ପାଇ ଜିଲାର ବିଭିନ୍ନ ଅଞ୍ଚଳର ଶିଶୁ ମନ୍ଦିରରେ କାର୍ଯ୍ୟରତ ଆଚାର୍ଯ୍ୟା, ଆଚାର୍ଯ୍ୟଙ୍କ ସମେତ ପୁରାତନ ଛାତ୍ରଙ୍କ ସହ ଗଣ୍ୟମାନ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଚ୍‌ପିଭି ଟିକାକରଣର ଶୁଭାରମ୍ଭ କରିବେ ମୋଦି

ନୂଆଦିଲ୍ଲୀ,୨୬ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୮ ତାରିଖ ଦେଶବ୍ୟାପୀ ହ୍ୟୁମ୍ୟାନ୍‌ ପାଭିଲୋମାଭାଇରସ୍‌ (ଏଚ୍‌ପିଭି) ଟିକାକରଣ ଅଭିଯାନ ରାଜସ୍ଥାନର ଆଜମେରରୁ ଶୁଭାରମ୍ଭ କରିବେ। ୧୪ ବର୍ଷ ବୟସର…

ପ୍ରଥମ ଥର ପାଇଁ ଏଭଳି କାରନାମା  କଲେ ଅଭିଷେକ ଶର୍ମା, ହତବାକ୍‌ ହୋଇଗଲା ଜିମ୍ବାଓ୍ବେ! 

ଚେନ୍ନାଇ,୨୬।୨: ଟି-୨୦ ବିଶ୍ୱକପ୍‌ ୨୦୨୬ରେ ଖରାପ ଫର୍ମ ଦେଇ ଗତି କରୁଥିବା ଅଭିଷେକ ଶର୍ମା ଶେଷରେ ଜିମ୍ବାୱେ ବିପକ୍ଷରେ ନିଜର ରୌଦ୍ର ରୂପ ଦେଖାଇଛନ୍ତି। ସିକନ୍ଦର ରଜାଙ୍କ…

ଅଭିନେତ୍ରୀ ନିକିତା ହତ୍ୟା ମାମଲା: ସ୍ବାମୀ ଲିପନ ସାହୁଙ୍କୁ ଆଜୀବନ ଜେଲ

କଟକ,୨୬।୨(କାର୍ତ୍ତିକ ସାହୁ/ପ୍ରଭୁ କଲ୍ୟାଣ ପାଲ): ବହୁ ଚର୍ଚ୍ଚିତ ଅଭିନେତ୍ରୀ ନିକିତା ହତ୍ୟାକାଣ୍ଡ ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। କଟକ ତୃତୀୟ ଅତିରିକ୍ତ ଜିଲା ଓ ଦୌରାଜଜ୍‌…

T20 World Cup 2026: ଅଭିଷେକ-ସାମସନ ଭାଙ୍ଗିଲେ ଓପନିଂ ରେକର୍ଡ, ଜିମ୍ବାଓ୍ବେ ବିପକ୍ଷରେ…

ଚେନ୍ନାଇ,୨୬।୨: ଟି-୨୦ ବିଶ୍ୱକପ୍‌ ୨୦୨୬ରେ ଟିମ ଇଣ୍ଡିଆର ଓପନିଂ ଯୋଡ଼ି ଶେଷରେ ନିଜର ପୁରୁଣା ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛି। ଜିମ୍ବାୱେ ବିପକ୍ଷ ମ୍ୟାଚ୍‌ରେ ଅଭିଷେକ ଶର୍ମା…

କାହିଁକି ଖେଳାଳିଙ୍କ ସୁରକ୍ଷା ମାଗିଲେ ଶ୍ରୀଲଙ୍କା ଅଧିନାୟକ, ଜାଣନ୍ତୁ…

କଲମ୍ବୋ,୨୬ା୨: ଟି୨୦ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଲାଗି କେବଳ ଖେଳାଳିଙ୍କ ଫିଟ୍‌ନେସ ଓ ଫର୍ମ ଦାୟୀ ନୁହେଁ, ବରଂ ଦଳ ବାହାରେ ସୃଷ୍ଟି ହୋଇଥିବା…

କଳିଯୁଗର ପୁଅ…ବାପାଙ୍କ ଉପରେ କାଠ-କପଡା ପକାଇ ଜୀଅନ୍ତା ଜାଳିଦେଲେ

ଲକ୍ଷ୍ନୌ,୨୬।୨: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଜଣେ କୋଟିପତି ପିତାଙ୍କ ହତ୍ୟା ମାମଲା ସମାଧାନ ନହେଉଣୁ ଇଟାୱା ଜିଲାର ଜସୱନ୍ତନଗର ଅଞ୍ଚଳର ନିଲୋଇ ଗାଁରେ ଜଣେ ଏକମାତ୍ର…

ବଢ଼ିଲା ପିଲା ଚୋରି ସନ୍ଦେହ: ମା’ଙ୍କ ହାବୁଡ଼ରେ ପଡ଼ି ଥାନାକୁ ଗଲେ ବୃଦ୍ଧା

ବାଲେଶ୍ୱର,୨୬।୨(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଟାଉନ ଥାନା ଅଧୀନ ନୁରୁପୁର ରୋଡ଼ରେ ଗୁରୁବାର ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ଅପହରଣ ଉଦ୍ୟମ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା।…

ପୋଲିସକୁ ଖୋଲା ଚ୍ୟାଲେଞ୍ଜ, ଶୁଦ୍ଧିକ୍ରିୟା ସାରି ଫେରିବା ବେଳକୁ ଘରେ କଳାକନା ….

ବୈଶିଙ୍ଗା,୨୬ା୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ନିକଟରୁ ମାତ୍ର ଏକ କିଲୋମିଟର ଦୂରରେ ଚୋରି । ବାରିପଦା ବାଲେଶ୍ବର ୧୮ ନଂ ଜାତୀୟ ରାଜପଥ ପାର୍ଶ୍ବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri