ଏଣିକି ସୁବଧାରେ ଯାତ୍ରା କରିବେ ଯାତ୍ରୀ: ସ୍ମାର୍ଟ କାର୍ଡ ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଏହି କାର୍ଡ ବ୍ୟବହାର କରି…

ଭୁବନେଶ୍ୱର,୧୨।୧: ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଆଜି ୧୪ଟି ନୂତନ ଅଟଳ ବସ୍‌ଷ୍ଟାଣ୍ଡକୁ ଲୋକାର୍ପିତ କରିଛନ୍ତି। ୧୫୬.୫୩ କୋଟି ଟଙ୍କା ବ୍ୟୟରେ ଏହି ବସ୍‌ଷ୍ଟାଣ୍ଡଗୁଡିକ ରାଜ୍ୟର ୧୦ଟି ଜିଲାରେ ନିର୍ମିତ ହୋଇଛି। ପୂର୍ବରୁ ୫୫ଟି ଅଟଳ ବସ୍‌ଷ୍ଟାଣ୍ଡ ଲୋକାର୍ପିତ ହୋଇଛି। ଆଗାମୀ ଦିନରେ ରାଜ୍ୟର ସମସ୍ତ ଜିଲା, ଉପଖଣ୍ଡ, ପଞ୍ଚାୟତ ସମିତି ଓ ପୌରପାଳିକା ଗୁଡିକରେ ଅଟଳ ବସଷ୍ଟାଣ୍ଡ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଜି ରାଜ୍ୟ ସଡକ ପରିବହନ ନିଗମ ପକ୍ଷରୁ ୪୬ କୋଟି ଟଙ୍କା ମୂଲ୍ୟର ୧୦୦ଟି ନୂତନ BS-୬ ମାନର ଆଧୁନିକ ବସ ଚଳାଚଳର ଶୁଭାରମ୍ଭ କରାଯାଇଛି। ନିଗମର ପୁରୁଣା ବସ ବଦଳରେ ଏହି ସବୁ ପରିବେଶ ଅନୁକୂଳ ଅତ୍ୟାଧୁନିକ ନୂଆ ବସ କିଣାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପରିବହନ ନିଗମ ପକ୍ଷରୁ ପରିଚାଳିତ ବସଗୁଡିକ ପାଇଁ ‘Closed Loop Smart Transit Card’ ବା ସ୍ମାର୍ଟ କାର୍ଡ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି କାର୍ଡ ବ୍ୟବହାର କରି ଯାତ୍ରୀମାନେ କ୍ୟାସଲେସ ଟିକେଟ କାଟି ସୁବିଧାରେ ଯାତ୍ରା କରିପାରିବେ।

ଏହି ଅବସରରେ ବ୍ରହ୍ମପୁର ଠାରେ CRUT ପକ୍ଷରୁ ନିର୍ମିତ ହୋଇଥିବା ଏକ ଅତ୍ୟାଧୁନିକ ବସ ଡିପୋରୁ ୨୫ଟି ନୂତନ ଇ-ବସ ଚଳାଚଳର ମଧ୍ୟ ଶୁଭାରମ୍ଭ ହୋଇଥିଲା। ଆଧୁନିକ ପ୍ରଣାଳୀରେ ର୍ନିମିତ ଏହି ଡିପୋ ବ୍ରହ୍ମପୁର ଏବଂ ଏହାର ନିକଟସ୍ଥ ଅଞ୍ଚଳରେ ଇ-ବସ ପରିଚାଳନା କରିବ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଖୋଲିବ ଆଉ ୩ନୂତନ ମହାବିଦ୍ୟାଳୟ, ଜାଣନ୍ତୁ କେଉଁଠି…

ଭୁବନେଶ୍ୱର,୨୭।୨: ରାଜ୍ୟରେ ଖୋଲିବ ଆଉ ୩ଟି ନୂତନ ମହାବିଦ୍ୟାଳୟ। ବ୍ରହ୍ମପୁରର ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ସୂଚନା ଦେଇଛନ୍ତି। ଗୋଟିଏ ମତ୍ସ୍ୟ ବିଜ୍ଞାନ, ଗୋଟିଏ…

ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ହଠାତ୍‌ ରାସ୍ତା ମଝିରେ ଅଟକିଲା ଲକ୍ଷ୍ମୀ ବସ୍‌, ତା’ପରେ…

ଗଞ୍ଜାମ,୨୭।୨ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅଞ୍ଚଳରେ ଚଳାଚଳ କରୁଥିବା ଲକ୍ଷ୍ମୀ ବସ୍‌ ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିଲେ ମଧ୍ୟ ବିଭାଗୀୟ…

‘ଭାରତୀୟ ଜ୍ଞାନ ପ୍ରଣାଳୀ: ବର୍ତ୍ତମାନର ଶାସନ ପାଇଁ ପ୍ରାସଙ୍ଗିକତା’ ଶୀର୍ଷକ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର,୨୭।୨: ଉତ୍କଳ ବିଶ୍ୱବିଦ୍ୟାଳୟର ଲୋକ ପ୍ରଶାସନ ବିଭାଗ ଦ୍ୱାରା ‘ଭାରତୀୟ ଜ୍ଞାନ ପ୍ରଣାଳୀ: ଆଧୁନିକ ଶାସନ ବ୍ୟବସ୍ଥାରେ ପ୍ରାସଙ୍ଗିକତା’ ଶୀର୍ଷକ ଦୁଇଦିନିଆ ଜାତୀୟ ସମ୍ମିଳନୀର ଉଦଘାଟନ ଅନୁଷ୍ଠାନ…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ  ସ୍କୁଲରେ ଶିକ୍ଷକଙ୍କୁ ତାଲା ପକାଇଲେ ଗ୍ରାମବାସୀ 

ବାଲେଶ୍ୱର, ୨୭।୨( ବାଞ୍ଛାନିଧି ଦେ ): ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବିଦ୍ୟାଳୟରେରେ ଶିକ୍ଷକଙ୍କୁ ତାଲା ପକାଇଲେ ଗ୍ରମବାସୀ ।  ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି।  ବାଲେଶ୍ବର ଜିଲା ସିଂଲା…

ନଦୀ ପାରିହୋଇ ଗ୍ରାମବାସୀଙ୍କ ଦୁଃଖ ବୁଝିଲେ ଜିଲାପାଳ

ନନ୍ଦପୁର,୨୭।୨(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାପାଳ ଶୁକ୍ରବାର ନନ୍ଦପୁର ବ୍ଲକର ରାଇସିଂ ପଞ୍ଚାୟତ ବାସକୀ ନଦୀ ପାରିହୋଇ ଦେବଷଣ୍ଢଗୁଡା ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରି…

Thalapathy Vijayଙ୍କୁ ଝଟ୍‌କା, ଅବୈଧ ସମ୍ପର୍କ ଅଭିଯୋଗରେ ସ୍ତ୍ରୀ ଦେବେ ଛାଡପତ୍ର!

ମୁମ୍ୱାଇ: ତାମିଲ ସିନେମା ସୁପରଷ୍ଟାର ଥାଲାପତି ବିଜୟଙ୍କ ଜୀବନରେ ବଡ଼ ବିପତ୍ତି ମାଡ଼ି ଆସିଛି। ପ୍ରଥମେ ତାଙ୍କ ଫିଲ୍ମକୁ ନେଇ ବିବାଦ ଲାଗି ରହିଥିଲା, ଏବଂ ଏବେ…

ବାରମ୍ୱାର ଟ୍ରାଫିକ ନିୟମ ଭାଙ୍ଗୁଛନ୍ତି କି? ସରକାର ଆଣିଲେ କଡ଼ା ନିୟମ…

ନୂଆଦିଲ୍ଲୀ,୨୭।୨: ଏହି ଖବର ଗାଡି ଚାଳନା ନିୟମକୁ ହାଲୁକା ଭାବରେ ନେଉଥିବା ଯେକୌଣସି ବ୍ୟକ୍ତିଙ୍କ ପାଇଁ ଏକ ଗମ୍ଭୀର ଚେତାବନୀ। ଏବେ, ଗାଡି ଚାଳନା କେବଳ ଷ୍ଟିଅରିଂ…

ଘରକୁ ଫେରୁଥିଲେ ରାସ୍ତାରେ ଘଟିଲା ଭୟଙ୍କର ଦୁର୍ଘଟଣା: ଆଖିବୁଜିଦେଲେ ଯୁବ ବିଜେଡିର ସୁସଙ୍ଗଠକ, ୩ ଗୁରୁତର 

ଦିଗପହଣ୍ଡି,୨୭।୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡାହାଡ ଡ୍ୟାମ ରାସ୍ତାର ବିଦେଶୀ ମଦ ଦୋକାନ ନିକଟରେ ଶୁକ୍ରବାର ମଧ୍ୟାହ୍ନରେ ଏକ ଦୁର୍ଘଟଣା ଘଟିଛି। ବୁଲେଟ୍‌ ଓ ସ୍କୁଟି ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri