ଏଣିକି ସୁବଧାରେ ଯାତ୍ରା କରିବେ ଯାତ୍ରୀ: ସ୍ମାର୍ଟ କାର୍ଡ ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଏହି କାର୍ଡ ବ୍ୟବହାର କରି…

ଭୁବନେଶ୍ୱର,୧୨।୧: ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଆଜି ୧୪ଟି ନୂତନ ଅଟଳ ବସ୍‌ଷ୍ଟାଣ୍ଡକୁ ଲୋକାର୍ପିତ କରିଛନ୍ତି। ୧୫୬.୫୩ କୋଟି ଟଙ୍କା ବ୍ୟୟରେ ଏହି ବସ୍‌ଷ୍ଟାଣ୍ଡଗୁଡିକ ରାଜ୍ୟର ୧୦ଟି ଜିଲାରେ ନିର୍ମିତ ହୋଇଛି। ପୂର୍ବରୁ ୫୫ଟି ଅଟଳ ବସ୍‌ଷ୍ଟାଣ୍ଡ ଲୋକାର୍ପିତ ହୋଇଛି। ଆଗାମୀ ଦିନରେ ରାଜ୍ୟର ସମସ୍ତ ଜିଲା, ଉପଖଣ୍ଡ, ପଞ୍ଚାୟତ ସମିତି ଓ ପୌରପାଳିକା ଗୁଡିକରେ ଅଟଳ ବସଷ୍ଟାଣ୍ଡ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଜି ରାଜ୍ୟ ସଡକ ପରିବହନ ନିଗମ ପକ୍ଷରୁ ୪୬ କୋଟି ଟଙ୍କା ମୂଲ୍ୟର ୧୦୦ଟି ନୂତନ BS-୬ ମାନର ଆଧୁନିକ ବସ ଚଳାଚଳର ଶୁଭାରମ୍ଭ କରାଯାଇଛି। ନିଗମର ପୁରୁଣା ବସ ବଦଳରେ ଏହି ସବୁ ପରିବେଶ ଅନୁକୂଳ ଅତ୍ୟାଧୁନିକ ନୂଆ ବସ କିଣାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପରିବହନ ନିଗମ ପକ୍ଷରୁ ପରିଚାଳିତ ବସଗୁଡିକ ପାଇଁ ‘Closed Loop Smart Transit Card’ ବା ସ୍ମାର୍ଟ କାର୍ଡ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି କାର୍ଡ ବ୍ୟବହାର କରି ଯାତ୍ରୀମାନେ କ୍ୟାସଲେସ ଟିକେଟ କାଟି ସୁବିଧାରେ ଯାତ୍ରା କରିପାରିବେ।

ଏହି ଅବସରରେ ବ୍ରହ୍ମପୁର ଠାରେ CRUT ପକ୍ଷରୁ ନିର୍ମିତ ହୋଇଥିବା ଏକ ଅତ୍ୟାଧୁନିକ ବସ ଡିପୋରୁ ୨୫ଟି ନୂତନ ଇ-ବସ ଚଳାଚଳର ମଧ୍ୟ ଶୁଭାରମ୍ଭ ହୋଇଥିଲା। ଆଧୁନିକ ପ୍ରଣାଳୀରେ ର୍ନିମିତ ଏହି ଡିପୋ ବ୍ରହ୍ମପୁର ଏବଂ ଏହାର ନିକଟସ୍ଥ ଅଞ୍ଚଳରେ ଇ-ବସ ପରିଚାଳନା କରିବ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୟୂରଭଞ୍ଜରେ ଚାଞ୍ଚଲ୍ୟ: ବୃଦ୍ଧାଙ୍କୁ ବଳାତ୍କାର ପରେ ପଥରରେ ଛେଚି…

ଉଦଳା, ୧୨।୧(ସନ୍ତୋଷ କୁମାର ବାଚ୍ଛିନୀ): ପଡ଼ୋଶୀ ସାଜିଲା ନର ରାକ୍ଷସ। ନିଜ ଯୌନ ଲାଳସା ପୂରଣ କରିବା ପରେ ବୃଦ୍ଧାଙ୍କୁ ପଥରରେ ଛେଚି କରିଲେ ହତ୍ୟା।...

ଅସୀମା ପଣ୍ଡାଙ୍କ ଫଟୋ ଉଠାଇବାକୁ ନେଇ ୨ ଗୋଷ୍ଠୀ ବାଡାବାଡି: ଥାନାରେ ଅଭିଯୋଗ ପରେ…

ଦାରିଙ୍ଗବାଡି, ୧୨/୧ (ଅରୁଣ ସାହୁ ): ମହୋତ୍ସବ ଦେଖିବାକୁ ଆସିଥିବା ଜଣେ ଯୁବକଙ୍କୁ ଅନ୍ୟ ୨ ଜଣ ଯୁବକ ପ୍ରବଳ ମାଡ଼ ମାରିବା ସହ ହତ୍ୟା...

ଗାଡି ଭିତରକୁ ଟାଣି ନେଲେ, ମଦ ପିଆଇ ଯୁବତୀଙ୍କୁ କଲେ ଗଣବଳାତ୍କାର, ସାହସିକତା ଦେଖାଇ ଅଭିଯୁକ୍ତ ଶୋଇଥିବାବେଳେ…

ନୂଆଦିଲ୍ଲୀ, ୧୨।୧: ବିହାରର ପୂର୍ଣ୍ଣିଆରେ ମାନବତାକୁ ଲଜ୍ଜିତ କରୁଥିବା ଏକ ଘଟଣା ସାମ୍ନାକୁ ଆସିଛି। ଛଅ ଜଣ ନୃଶଂସ ବ୍ୟକ୍ତି ଜଣେ ଯୁବତୀଙ୍କୁ ରାସ୍ତାରୁ ଅପହରଣ...

ସିମନବାଡି ମୁଖ୍ୟ ଛକରେ ଷଣ୍ଢ ଉପଦ୍ରବ, ଖାଦ୍ୟ ପାଇଁ ଲଢେଇ

ଦାରିଙ୍ଗବାଡି,୧୨।୧ (ଅରୁଣ ସାହୁ ): ଚରି ବୁଲି ଖାଉଥା ମୋର ହୋଇ ରହିଥା ଏଭଳି ଉକ୍ତିରେ ଏବେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ...

ଜବରଦଖଲ ଉଚ୍ଛେଦ ବିଳମ୍ବ ଯୋଗୁ ଟ୍ରାଫିକ ସମସ୍ୟା ବୃଦ୍ଧି, ଯାତ୍ରୀ ହାଟହଟା: ତହସିଲଦାର କହିଲେ ୨-୩ ଦିନରେ…

ଦାରିଙ୍ଗବାଡି, ୧୧।୧ (ଅରୁଣ ସାହୁ ): ଦାରିଙ୍ଗବାଡିର ଚଳଚଞ୍ଚଳ ରାସ୍ତା ମଧ୍ୟରେ ଚାରିଛକ ଠାରୁ ବ୍ଲକ ରାସ୍ତା ଏବେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବଢିବାରେ...

ଧାର ଟଙ୍କା ନ ଦେବାରୁ ହତ୍ୟା ମାମଲା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୧୨ା୧(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଦୌରାଜଜ୍‌ ଅଶାନ୍ତ କୁମାର ଦାସ ଏକ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କରାଦଣ୍ଡାଦେଶ ଶୁଣାଇଛନ୍ତି।...

ପୁରୁଷ ହକି ଇଣ୍ଡିଆ ଲିଗ୍‌: ମାଗଣାରେ ମିଳିବ ଟିକେଟ୍‌

ଭୁବନେଶ୍ୱର,୧୨।୧(ଅନାଦି କର)- ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଚଳିତ ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌)ର ମ୍ୟାଚ୍‌ଗୁଡ଼ିକ ଲାଗି ଟିକେଟ ମାଗଣାରେ ଉପଲବ୍ଧ ହେବ। ଏ...

ଧାନକିଣାରେ ଅବ୍ୟବସ୍ଥା, ବଢୁଛି ଚାଷୀ ଅସନ୍ତୋଷ

ରୁପ୍ରାରୋଡ,୧୨ା୧(ସଞ୍ଜୀବ ଦାସ): କଳାହାଣ୍ଡି ଜିଲା ନର୍ଲା ବ୍ଲକରେ ଧାନ କିଣାରେ ଅବ୍ୟବସ୍ଥା ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏବେ ବି ବ୍ଲକର ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri