୩ ମାସ ଯାଏ ପଥିକଙ୍କୁ ମିଳିବ ପାନୀୟ ଜଳ

ତାଳଚେର,୨୭।୪ (ନି.ପ୍ର.) – ଅନୁଗୋଳ ଜିଲା ତାଳଚେରରେ ତାପମାତ୍ରା ବଢ଼ୁଥିବା ବେଳେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସେଣ୍ଟ ଜନ୍‌ ଅନନ୍ତ ଆମ୍ବୁଲାନ୍ସ ଡିଭିଜନ ପକ୍ଷରୁ ସୋମବାର ଏକ ଜଳଛତ୍ର ଉଦ୍‌ଘାଟିତ ହୋଇଯାଇଛି। ଏମ୍‌ସିଏଲ୍‌ର ସ୍ଥାନୀୟ ଜଗନ୍ନାଥ କ୍ଷେତ୍ର ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠାନର ଡିଭିଜନାଲ କମାଣ୍ଡର ପ୍ରଦୀପ୍ତ କୁମାର ସ୍ବାଇଁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତାଳଚେର ଉପଜିଲାପାଳ ବିଶ୍ୱ ରଞ୍ଜନ ରଥ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଜଗନ୍ନାଥ କ୍ଷେତ୍ର ମହାପ୍ରବନ୍ଧକ ପି.ବି. ରେଡ୍ଡୀ ସମ୍ମାନିତ ଅତିଥି ଭାବେ ଏବଂ କ୍ଷେତ୍ରୀୟ କାର୍ମିକ ଅଧିକାରୀ ଏ.ଏନ୍‌. ଶର୍ମା, ଅନନ୍ତ ବିହାର ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ତ୍ରିନାଥ ପଣ୍ଡା, ବିତ୍ତ ବିଭାଗ ମୁଖ୍ୟ ସି.ଆର୍‌. ଦାସ,ବୈଦ୍ୟୁତିକ ବିଭାଗ ମୁଖ୍ୟ ଜୟପ୍ରକାଶ, ନିର୍ମାଣ ବିଭାଗ ମୁଖ୍ୟ ଏ. ତୀର୍ଥମଲେଇ, କ୍ଷେତ୍ରୀୟ ସୁରକ୍ଷା ଅଧିକାରୀ ଭି.ଏସ୍‌. ତିମିଆ, ଚିଫ୍‌ ମ୍ୟାନେଜର କେ.ସି. ଚୌଧୁରୀ, ଷ୍ଟାଫ୍‌ ଅଫିସର ବି.କେ. ସେଠୀ, ଜିଏମ୍‌ ସଚିବ ପ୍ରମୋଦ କୁମାର ପତ୍ରି, ଏଚ୍‌ଏମ୍‌ଏସ୍‌ ଶ୍ରମିକ ନେତା ଶଙ୍କର ବେହେରା, ବିଏମ୍‌ଏସ୍‌ ଶ୍ରମିକ ନେତା ସୁଦର୍ଶନ ମହାନ୍ତି, ଜିଲା ରେଡ୍‌କ୍ରସର ବରିଷ୍ଠ ସଦସ୍ୟ ବଳରାମ ପତୀ, ତୋଫାନ ଯୁବକ ସଂଘ ସଭାପତି ଧୀରେନ୍ଦ୍ର ଦାସ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ। ଅନୁଷ୍ଠାନ ପକ୍ଷରୁ ପ୍ରତିବର୍ଷ ଭଳି ଆଗାମୀ ତିନି ମାସ ଯାଏ ଉକ୍ତ ରାସ୍ତାରେ ଯାଆସ କରୁଥିବା ଜନସାଧାରଣ, ଛାତ୍ରୀଛାତ୍ରମାନଙ୍କୁ ଲେମ୍ବୁ ପାଣି, ଦହି ପାଣି, ଥଣ୍ଡା ପାଣି ଏବଂ ଓଆର୍‌ଏସ୍‌ ପାଣି ବଣ୍ଟନ କରାଯିବ ବୋଲି ସୂଚନା ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଅନନ୍ତ ଆମ୍ବୁଲାନ୍ସ ଡିଭିଜନ ଆମ୍ବୁଲାନ୍ସ ଅଫିସର ପଞ୍ଚୁ ସାହୁ, ବ୍ରିଗ୍ରେଡ୍‌ ସଦସ୍ୟ ରଞ୍ଜିତ ସାହୁ, ଅଞ୍ଜନ ଶତପଥୀ, ପ୍ରଫୁଲ୍ଲ ସାହୁ, ବିଭୂତି ମହାରଣା, ଆଶିଷ ବାରିକ, ପ୍ରଶାନ୍ତ ରାଉତ, ଅମରେଶ ସାମଲ, ପ୍ରମୋଦ ସାହୁ, ମାୟାଧର ପ୍ରଧାନ, ବିଦ୍ୟାଧର ପ୍ରଧାନ, ସମୀର ପ୍ରଧାନ, ରାଜେନ୍ଦ୍ର ସାହୁ, ସତ୍ୟ ନାରାୟଣ ପ୍ରଧାନ, ବୈକୁଣ୍ଠ ପ୍ରଧାନ, ଡିଲେଶ୍ୱର ପ୍ରଧାନ, ଦୀପକ ଦାସ, ସୁମନ୍ତ ସାହୁ, ମଳୟ କୁମାର ସାହୁ, ମନୋଜ ପ୍ରଧାନ, କିଶୋରୀ ସାହୁ, ସୁନୀଲ ସାହୁ ପ୍ରମୁଖ ଯୋଗଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

ଗଜପତିରେ ଭାଜପାକୁ ବଡ଼ ଝଟକା: ଶଙ୍ଖ ଭବନରେ ବିଜେଡିରେ ସାମିଲ ହେଲେ ସରପଞ୍ଚଙ୍କ ସମେତ ୬୦ରୁ ଊଦ୍ଧର୍‌ବ କର୍ମୀ, ସ୍ବାଗତ କଲେ…

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି ଜିଲାରେ ଭାଜପା ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଗୋଷାଣି ବ୍ଲକ ଅନ୍ତର୍ଗତ ରମ୍ପା ପଞ୍ଚାୟତର ଭାଜପା ସମର୍ଥିତ ସରପଞ୍ଚଙ୍କ…

ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ କରିଥିଲେ ପୋଷ୍ଟ, ଏବେ…

ବାଲିଗୁଡ଼ା, ୨୬ା୩(ସଞ୍ଜୟ କୁମାର ପାଣିଗ୍ରାହୀ):ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ମହଙ୍ଗା ପଡିଛି। ବନ ବିଭାଗ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସ୍କୁଲ ଆସୁ ନ ଥିଲେ ପିଲା: ଘରକୁ ଘର ବୁଲି ଛାତ୍ରୀଛାତ୍ରଙ୍କୁ ଡାକିଲେ ବିଇଓ, ୩ ମାସ ମଧ୍ୟରେ…

କୋକସରା, ୨୬।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଣୁ ଛାତ୍ରୀଛାତ୍ରଙ୍କ…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ହୋଟେଲ, ରେଷ୍ଟୁରାଣ୍ଟରେ ବଡ଼ ଧରଣର ଚଢ଼ାଉ

ନୂଆପଡ଼ା,୨୬ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଘରୋଇ ଏଲ୍‌ପିଜି ସିଲିଣ୍ଡରର କୃତ୍ରିମ ଅଭାବ ଦେଖାଦେଇଥିବା ବେଳେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଅବୈଧ ବ୍ୟବହାର କରାଯାଉଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri