ଜାନୁୟାରୀରୁ ଚାଲିବ ଯାତ୍ରୀବାହୀ ଟ୍ରେନ୍‌

କୋରାପୁଟ,୨୩ା୧୨(ସ୍ବ.ପ୍ର.): କୋରାପୁଟ-ରାୟଗଡ଼ା ରେଳପଥ (କେଆର୍‌) ଲାଇନ୍‌ର କୋରାପୁଟରୁ ଦାମନଯୋଡ଼ି, କୋରାପୁଟରୁ କିରାଣ୍ଡୁଲ ଏବଂ କୋରାପୁଟରୁ ମାନାବାର ମଧ୍ୟରେ ୨୬ କି.ମି. ରେଳଲାଇନର ଦୋହରୀକରଣ କାର୍ଯ୍ୟ ଶେଷ ହୋଇଛି। ଏହାର ନିରୀକ୍ଷଣ ପାଇଁ ଗୁରୁବାର ରେଲୱେ ୱାଲ୍‌ଟିୟର ଡିଭିଜନର ଡିଆର୍‌ଏମ୍‌ ଅନୁପ ଶତପଥୀ ଏକ ସ୍ବତନ୍ତ୍ର ଟ୍ରେନ୍‌ରେ କୋରାପୁଟ ଗସ୍ତ କରିଛନ୍ତି। କେଆର୍‌ ରେଳଲାଇନର ଡମୁରିପୁଟ ଓ ଦାମନଯୋଡ଼ି ଯାଏ ହୋଇଥିବା ଦୋହରୀକରଣ ରେଳଲାଇନରେ ସେ ଟ୍ରେନ୍‌ ଦ୍ୱାରା ଯାଇ ଟ୍ରାକ୍‌ ଓ ଲାଇନର ସମସ୍ତ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ସେହିପରି କେକେ ଳାଇନର କୋରାପୁଟରୁ ମାନାବାର ଯାଏ ହୋଇଥିବା ଦୋହରୀକରଣ ରେଳ ଲାଇନରେ ମଧ୍ୟ ପରୀକ୍ଷଣ ଟ୍ରେନ୍‌ ଗଡ଼ିଛି। ଡିଆର୍‌ଏମ୍‌ ଶତପଥୀ ଓ ସିଆର୍‌ଏସ୍‌ର ମୁଖ୍ୟଯନ୍ତ୍ରୀ କେ.ଡି. ରାଓ ପରୀକ୍ଷଣ ଟ୍ରେନ୍‌ରେ ଯାଇ ସମସ୍ତ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ୨୬ କି.ମି. ରାସ୍ତାରେ ଡୁମୁରିପୁଟ, ଦାମନଯୋଡ଼ି, ମାନାବାର ଆଦି ୩ ଷ୍ଟେଶନ ପଡୁଛି। ଏଗୁଡିକର ସାମଗ୍ରିକ ବିକାଶ କାର୍ଯ୍ୟ ଚାଲିଛି ବୋଲି ସେ ପ୍ରକାଶ କରିଥିଲେ। ଆସନ୍ତା ଜାନୁୟାରୀ ଦ୍ୱିତୀୟ ସପ୍ତାହରୁ ଏହି ଦୋହରୀକରଣ ରେଳଲାଇନରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ କରିବ ବୋଲି ସେ ସୂଚନା ଦେଇଛନ୍ତି। କୋରାପୁଟ ଷ୍ଟେଶନର ୩ ନମ୍ବର ପ୍ଲାଟ୍‌ଫର୍ମ କାର୍ଯ୍ୟ ଚାଲିଛି। ଏହି ନୂତନ ଫ୍ଲାଟ୍‌ଫର୍ମକୁ ଅଧିକ ଲମ୍ବା କରାଯାଉଛି, ଏହାଦ୍ୱାରା ଆଗାମୀ ଦିନରେ ଷ୍ଟେଶନରେ ଅଧିକ ଲମ୍ବା ଟ୍ରେନ୍‌ମାନ ରହିବାରେ ସହାୟକ ହେବ ବୋଲି ସେ କହିଥିଲେ। ଏହି ଅବସରରେ ଷ୍ଟେଶନ ମ୍ୟାନେଜର ନବକିଶୋର ଭିତିରିଆଙ୍କ ସମେତ ରେଲୱେର ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri