ମଝି ଚିଲିକାରେ ଦୋହଲିଲା ଯାତ୍ରୀବାହୀ ଲଞ୍ଚ୍‌: ହୋହଲ୍ଲା ପରେ…

କୃଷ୍ଣପ୍ରସାଦ,୯।୭(କୈଳାଶ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ଜିଲା ବାଲୁଗାଁଠାରୁ ପୁରୀ ଜିଲା କୃଷ୍ଣପ୍ରସାଦ ଗଡ଼ ଯାଏ ଓଡିଶା ବନ୍ଦର ଅନ୍ତରଦେଶୀୟ ଜଳପଥ ପରିବହନ ବିଭାଗ ତରଫରୁ ପ୍ରତିଦିନ ଯାତ୍ରୀବାହୀ ଲଞ୍ଚ ଯାତାୟତ କରିଥାଏ। ଆଜି ସକାଳ ୭ ଟା ସମୟରେ ବାଲୁଗାଁ ଠାରୁ ଯାତ୍ରୀ ନେଇ କୃଷ୍ଣପ୍ରସାଦ ଆସୁଥିବାବେଳେ ମଝି ଚିଲିକାରେ ଅଟକି ଥିଲା। ତେବେ ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ ନେଇ ଆସୁଥିବା ଲଞ୍ଚଟି ଯାନ୍ତ୍ରିକ ତ୍ରୁଟି ଯୋଗୁ ପ୍ରାୟ ଏକ ଘଣ୍ଟା ଅଟକି ଥିବାବେଳେ ଅତ୍ୟଧିକ ପବନରେ ଦୋହଲିଥିଲା। ଯାତ୍ରୀମାନେ ସୁରକ୍ଷିତ ମନେ ନ କରି ହୋହଲ୍ଲା କରିଥିଲେ। ଚିଲିକାରେ ଥିବା ଡ଼ଙ୍ଗା ନାବିକମାନେ ୨ଟି ଡ଼ଙ୍ଗା ନେଇ ସାହସର ସହିତ ଲଞ୍ଚକୁ ଟାଣି ଆଣିଥିଲେ। ମଝି ଚିଲିକାରୁ ଯାତ୍ରୀମାନେ ଏକ ଘଣ୍ଟା ପରେ ଉଦ୍ଧାର ହୋଇଥିବା ଜଣାପଡ଼ିଛି।

 

Dharitri – Odisha’s No.1 Odia Daily

 

Share