ଯାତ୍ରୀବାହୀ ପାସେଞ୍ଜର ଭଡ଼ା କମିଲା

ଯାଜପୁର,୨୪ା୨(ହର୍ଷବର୍ଦ୍ଧନ ବେହେରା): କରୋନା ଲକ୍‌ଡାଉନ୍‌ ସମୟରୁ ଓଡ଼ିଶାର ସମସ୍ତ ଯାତ୍ରୀବାହୀ ଓ ମେମୁ ପାସେଞ୍ଜର ଟ୍ରେନଗୁଡ଼ିକୁ ସ୍ପେଶାଲ/ଦ୍ରୁତଗାମୀ କରାଯାଇ ସାଧାରଣ ଜନତାଙ୍କଠାରୁ ଦ୍ରୁତଗାମୀ ଭଡ଼ା ଆଦାୟ ହେଉଥିଲା। ରେଲଓ୍ବେର ଏଭଳି କାର୍ଯ୍ୟ ବିରୋଧରେ କଳିଙ୍ଗନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ରାଷ୍ଟ୍ରପତି ଓ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ୨୬ା୧ା୨୦୨୪ରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏନେଇ ଧରିତ୍ରୀରେ ଏକାଧିକ ଖବର ପ୍ରକାଶ ପାଇଥିଲା। ଏହାର ପ୍ରଭାବରେ ଶୁକ୍ରବାରଠାରୁ ମେମୁ, ଡେମୁ ଓ ପାସେଞ୍ଜର ଟ୍ରେନଗୁଡିକ ସମସ୍ତ ଷ୍ଟେସନରେ ରହଣୀ କରିବା ସହ ପେସେଞ୍ଜର ଭଡ଼ା ଆଦାୟ କରିବାକୁ ନିର୍ଦ୍ଦେଶ ହୋଇଛି। ଏନେଇ ସଂଘ ପକ୍ଷରୁ ଭାଗୀରଥି ଆଚାର୍ଯ୍ୟ ସୂଚନା ଦେବା ସହ ରେଲଓ୍ବେକୁ କୃତଜ୍ଞତା ଜଣାଇଛନ୍ତି।

ସୂଚନାଯୋଗ୍ୟ,  ୨୩ା୩ା୨୦୨୧ରେ ଓଡ଼ିଶାରେ ସମସ୍ତ ଯାତ୍ରୀବାହୀ/ମେମୁ ପାସେଞ୍ଜର ଟ୍ରେନଗୁଡ଼ିକୁ ଦ୍ରୁତଗାମୀ ଘୋଷଣା କରାଯାଇଥିଲା। ତଦନୁଯାୟୀ ଅଦ୍ୟାବଧି ଗୋଟିଏ ଷ୍ଟପେଜରୁ ନିକଟବର୍ତ୍ତୀ ଷ୍ଟପେଜକୁ ଯିବା ପାଇଁ ସର୍ବନିମ୍ନ ଭଡ଼ା ଦ୍ରୁତଗାମୀ ଭାବେ ୩୦ଟଙ୍କା ଅସୁଲ ହେଉଥିଲା। ତେଣୁ ତୁରନ୍ତ ଏଭଳି ଶୋଷଣ ବନ୍ଦ କରିବାକୁ ସଂଘ ପକ୍ଷରୁ ନିବେଦନ ହୋଇଥିଲା। ଅନ୍ୟପକ୍ଷେ ଯାଜପୁର ରୋଡ୍‌ ରେଳଷ୍ଟେଶନର ଦକ୍ଷିଣ ରେଳ ଫାଟକ ନିକଟରେ ଏକ ଫ୍ଲାଏଓଭର ବ୍ରିଜ୍‌ ଓ ଗଳିପୋଲ ସମେତ ଗୋପବନ୍ଧୁ ଛକ ନିକଟରେ ମଧ୍ୟ ଏକ ଗଲିପୋଲ ନିର୍ମାଣ ହେବ ବୋଲି ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ଆସନ୍ତା ୨୬ ତାରିଖରେ ଏହି ୩ଟି ପ୍ରକଳ୍ପର ଶିଳାନ୍ୟାସ କରିବେ ବୋଲି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଏହି ସୂଚନା ସମ୍ପର୍କରେ ସରକାରୀ ଭାବେ କୌଣସି ତଥ୍ୟ ହାସଲ ହୋଇ ନ ଥିବାବେଳେ ଏ ନେଇ ବ୍ୟାସନଗର ସହରରେ ଚର୍ଚ୍ଚା ହେଉଛି। ବର୍ତ୍ତମାନ ସାଇ ମନ୍ଦିର ନିକଟରେ ଥିବା ରେଳ ଫାଟକ ପ୍ରାୟ ୧୦୦ ମିଟର ଦୂର କଟକ ପଟକୁ ସ୍ଥାନାନ୍ତର ହୋଇଛି। ପୂର୍ବରୁ ଥିବା ଫାଟକ ନିକଟରେ ନୂଆ ରେଳଲାଇନ କାମ ଚାଲିଥିବାରୁ ଲୋକଙ୍କ ଯାତାୟାତ ବ୍ୟାହତ ହୋଇଛି। ଏହି ଫାଟକର ଅପରପାର୍ଶ୍ୱରେ ଯାଜପୁର ସହର ରହିଥିବାବେଳେ ଅନ୍ୟପଟେ ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ନରସିଂହ ଚୌଧୁରୀ ହାଇସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ପ୍ରାଣୀ ଚିକିତ୍ସାକେନ୍ଦ୍ର, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଗୋଶାଳା ଆଦି ଗୁରୁତ୍ୱପୂର୍ଣ୍ଣ ବିଭାଗ କାର୍ଯ୍ୟ କରୁଛି। ଏହାବାଦ ଏହି ପାର୍ଶ୍ୱ ଦେଇ ଖରସ୍ରୋତା ନଦୀକୂଳବାସୀ ଯାଜପୁର ରୋଡ୍‌କୁ ବ୍ୟବସାୟ କରିବାକୁ ଆସିଥାନ୍ତି। ଫାଟକ ବନ୍ଦ ରହିଲେ ଏହି ରାସ୍ତା ଉପରେ କାର, ବାଇକ, ଟ୍ରକ୍‌ ଆଦି ଯାନଗୁଡ଼ିକର ଭିଡ଼ ଲାଗି ରହିଥାଏ। ଏବେ ପୁଣି ନୂତନ ରେଳପଥ ନିର୍ମାଣ ଚାଲିଥିବାରୁ ଉକ୍ତ ରାସ୍ତା ଅତି ସଙ୍କୁଚିତ ହୋଇଯାଇଛି। ଏହି ଫାଟକ ନିକଟରେ ଏକ ରେଳ ଓଭର ବ୍ରିଜ(ଆର୍‌ଓବି) କିମ୍ବା ଏହାର ବିକଳ୍ପ ଭାବେ ରେଳ ଅଣ୍ଡର ବ୍ରିଜ(ଆରୟୁବି) ନିର୍ମାଣ କରିବାକୁ ରେଲଓ୍ବେ ବୋର୍ଡ ପକ୍ଷରୁ ପୂର୍ବରୁ ୮୧.୭୮ କୋଟି ଟଙ୍କା ମଞ୍ଜୁର ହୋଇଛି। ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଜମି ଅଧିଗ୍ରହଣ ହୋଇ ପାରି ନ ଥିବାରୁ ଓଭରବ୍ରିଜ ପ୍ରକଳ୍ପ କାର୍ଯ୍ୟ ଆଦୌ ଆରମ୍ଭ ହୋଇନାହିଁ। ଅନ୍ୟପକ୍ଷେ ଗୋପବନ୍ଧୁ ଛକ ନିକଟରେ ଗଳିପୋଲ ନିର୍ମାଣ କରିବାକୁ ବ୍ୟାସନଗର ତହସିଲ ପକ୍ଷରୁ ମତାମତ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇ ସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri