ଯାତ୍ରୀବାହୀ ବସ୍‌-ଟ୍ରକ୍‌ ମୁହାଁମୁହିଁ

ପାଟଣା,୧୧।୫(ସ୍ବ.ପ୍ର): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ନିହ୍ନୁଆଁ ଛକ ନିକଟରେ ବୁଧବାର ସକାଳେ ଏକ ଯାତ୍ରୀବାହୀ ବସ୍‌ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।

ଦୁର୍ଘଟଣାରେ ୨ଜଣ ଗୁରୁତର ହୋଇଛନ୍ତି। ହେଲେ ବସ୍‌ରେ ଯାତ୍ରା କରୁଥିବା ୪୦ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଶ୍ରୀୟା ନାମକ ଏକ ଘରୋଇ ବସ୍‌ଟି କେନ୍ଦୁଝରରୁ ରାଇରଙ୍ଗପୁର ଯାଉଥିବା ବେଳେ ନିହ୍ନୁଆ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।