ନୟାଗଡ଼,୧୪।୯(ଲୋକନାଥ ମିଶ୍ର): ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ନୟାଗଡ଼ ଜିଲା ବାଣୀଗୋଛା ଥାନା ଜାମୁସାହି ଛକ ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ ଶନିବାର ରାତିରେ ଓଲଟି ପଡିଛି। ଦୁର୍ଘଟଣାରେ ବସ କଣ୍ଡକ୍ଟର ଗୁରୁତର ଥିବାବେଳେ ୫ରୁ ଅଧିକ ଯାତ୍ରୀ ସ ଆହତ ହୋଇଛନ୍ତି। ବିଳମ୍ବିତ ରାତିରେ ବସ୍ଟି ଭୁବନେଶ୍ୱରରୁ ବଲାଙ୍ଗୀର ଅଭିମୁଖେ ଯାଉଥିଲା। ବସ ଭିତରେ ୩୫ରୁ ଅଧିକ ଯାତ୍ରୀଥିଲେ। ଜାମୁ ସାହି ଛକ ନିକଟରେ ଫାଙ୍କା ରାସ୍ତାରେ ଏକ ମାଲବାହୀ ଟ୍ରକକୁ ସାଇଡ ମାରିବାକୁ ଯାଇ ବସ୍ଟି ଓଲଟି ପଡ଼ିଥିଲା। ଖବର ପାଇ ବାଣୀଗୋଛା ପୋଲିସ ଏବଂ ଦଶପଲ୍ଲା ଦମକଳ ବାହିନୀ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଯାତ୍ରୀଙ୍କୁ ବସ ଭିତରୁ
ଉଦ୍ଧାର କରିଥିଲେ।


