Posted inଖେଳ

କଳିଙ୍ଗରେ ‘ପାସ୍‌ ଦି ବଲ୍‌ ଟ୍ରଫି ଟୁର୍‌’

ଭୁବନେଶ୍ୱର, ୧୭।୭(ତପନ ସ୍ବାଇଁ): ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟର ୬ଷ୍ଠ ସଂସ୍କରଣ ଅଗଷ୍ଟ ୩ରୁ ୧୨ ପର୍ଯ୍ୟନ୍ତ ଚେନ୍ନାଇରେ ଅନୁଷ୍ଠିତ ହେବ। ଏହାର ଅଂଶବିଶେଷ ଭାବେ ‘ପାସ୍‌ ଦି ବଲ୍‌ ଟ୍ରଫି ଟୁର୍‌’ କାର୍ଯ୍ୟକ୍ରମ ରବିବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଏବଂ କ୍ରୀଡ଼ା ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଟ୍ରଫି ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଓଡ଼ିଶା ନାଭାଲ ଟାଟା ହକି ହାଇପଫର୍ମାନ୍ସ ସେଣ୍ଟର କ୍ୟାଡେଟ୍ସ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରକାଶଯୋଗ୍ୟ ଯେ, କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ‘ପାସ୍‌ ଦି ବଲ୍‌ ଟ୍ରଫି ଟୁର୍‌’ ଅଭିଯାନକୁ ଚେନ୍ନାଇଠାରେ ଶୁଭାରମ୍ଭ କରିବା ପରେ ଏହା ଦେଶର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଛି। ଏହାଦ୍ୱାରା ଯୁବ ଆଥ୍‌ଲେଟମାନେ ଟ୍ରଫିକୁ ସ୍ପର୍ଶ କରିପାରିବେ ଏବଂ ସେମାନଙ୍କୁ ଦେଶ ପାଇଁ ଖେଳିବାକୁ ଅନୁପ୍ରାଣିତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ।
ଟ୍ରଫି ଉନ୍ମୋଚନ ଅବସରରେ କ୍ରୀଡ଼ାମନ୍ତ୍ରୀ କହିଲେ ଯେ, ”ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରୁ ଅନେକ ଫାଇଦା ମିଳିବ। ଅଲିମ୍ପିଆନ ସମେତ ଅନେକ ଆଥ୍‌ଲେଟଙ୍କୁ ସୃଷ୍ଟି କରିବାରେ ସୁନ୍ଦରଗଡ଼ର ସମୃଦ୍ଧ ଇତିହାସ ରହିଛି। ଆଗାମୀ ଦିନରେ ଆମେ କ୍ରୀଡ଼ାର ବିକାଶ ଉପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଲକ୍ଷ୍ୟ ରଖିଛୁ“। ହକି ଇଣ୍ଡିଆ ସଭାପତି ତଥା ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ କଳିଙ୍ଗ ଷ୍ଟାଡିୟମରେ ଏପରି ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ବାଭାବିକଭାବେ ଖୁସି ପ୍ରକାଶ କରିଛନ୍ତି। ”କଳିଙ୍ଗରେ ଆଜି ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିର ‘ପାସ୍‌ ଦି ବଲ୍‌ ଟ୍ରଫି ଟୁର୍‌’ କାର୍ଯ୍ୟକ୍ରମ ଆୟୋଜନ କରି ଆମେ ଆନନ୍ଦିତ। ବଡ଼ ହକି ଟୁର୍ନାମେଣ୍ଟ ଆୟୋଜନ କରିବାରେ ଭାରତର ସମୃଦ୍ଧ ଇତିହାସ ରହିଛି। ଚେନ୍ନାଇରେ ହେବାକୁ ଯାଉଥିବା ଆଗାମୀ ପ୍ରତିଯୋଗିତା ମଧ୍ୟ ସଫଳ ହେବାନେଇ ମୁଁ ଆଶାବାଦୀ“ ବୋଲି ଦିଲୀପ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ”ଟ୍ରଫି ଓଡ଼ିଶାରେ ପହଞ୍ଚତ୍ବା ଆମ ପାଇଁ ଆନନ୍ଦର ମୁହୂର୍ତ୍ତ। ହକିରେ ଭାରତ ଅନେକ ସ୍ମରଣୀୟ ସଫଳତା ଅର୍ଜନ କରିଛି। ଅଲିମ୍ପିକ୍ସରେ ମଧ୍ୟ ତାହା ପ୍ରତିଫଳିତ ହୋଇଛି, ଯାହାକି ଆମକୁ ଗର୍ବିତ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗ୍‌ଦର୍ଶନରେ ଓଡ଼ିଶାରେ ହକିକୁ ଭରପୂର ସମର୍ଥନ ମିଳୁଛି। ଏଠାରେ ଟୁର୍ନାମେଣ୍ଟ ଆୟୋଜନ କରାଯାଇ କେବଳ ହକିକୁ ପ୍ରମୋଟ କରାଯାଉନାହିଁ, ୨୦ଟି ଅଧିକ ହକି ଟର୍ଫ ପ୍ରସ୍ତୁତ କରାଯାଇଛି“ ବୋଲି କ୍ରୀଡ଼ା ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି।
ପ୍ରକାଶଯୋଗ୍ୟ ଯେ, ଟ୍ରଫି ଟୁର୍‌ କାର୍ଯ୍ୟକ୍ରମ ଦିଲ୍ଲୀ, ଚଣ୍ଡିଗଡ଼, ଗୁଆହାଟୀ ଓ ପାଟଣା ଆଦି ଦେଶର ଅନେକ ସହରରେ ଆୟୋଜନ ହେବା ପରେ ଭୁବନେଶ୍ୱରରେ ପହଞ୍ଚତ୍ଛି। ଏହାପରେ ଟ୍ରଫି ରାଞ୍ଚତ୍, ବେଙ୍ଗାଲୁରୁ ଓ ତ୍ରିଭେନ୍ଦ୍ରମ ଦେଇ ଚେନ୍ନାଇରେ ପହଞ୍ଚତ୍ବା କାର୍ଯ୍ୟକ୍ରମ ରହିଛି। ଆଗାମୀ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଭାରତ, ଜାପାନ, କୋରିଆ, ପାକିସ୍ତାନ, ଚାଇନା ଓ ମାଲେସିଆ ଦଳ ଅଂଶଗ୍ରହଣ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri