ପରୀ ହତ୍ୟା ମାମଲା: ଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼ ଅଫିସ,୩୦।୧୧: ନୟାଗଡ଼ ପରୀ ଅପହରଣ, ହତ୍ୟା ମାମଲାକୁ ନେଇ ଆନ୍ଦୋଳନ ଥମିବାର ନାଁ ଧରୁ ନାହିଁ। ସୋମବାର ଓଡିଶା ସୂଚନା ଅଧିକାର ଅଭିଯାନ, ବରଗଡ଼ ଜିଲା ଶାଖା ପକ୍ଷରୁ ଜିଲାପାଳ ଅଫିସ ଆଗରେ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପରୀ ଅପହରଣ ଓ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଗିରଫ, ମନ୍ତ୍ରୀ ଅରୁଣ ସାହୁଙ୍କୁ ବହିଷ୍କାର, ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ, ପରୀ ପରିବାରକୁ ସୁରକ୍ଷା ଆଦି ଦାବି କରାଯାଇଛି। ଓଡ଼ିଶା ସୂଚନା ଅଧିକାର ଅଭିଯାନ, ବରଗଡ଼ ଜିଲା ଆବାହକ ସୁଶାନ୍ତ ଗଡତିଆ, ଓଁକାର କଲେତ, ଅଶୋକ ପ୍ରଧାନ, ଗଙ୍ଗା ପୂଜାରୀ, ଘନଶ୍ୟାମ ସା, ପଙ୍କଜ ଝା, ବିକାଶ ଭୋଇ, ସ୍ବପ୍ନ ମଟାରୀ, ରମେଶ ମହାପାତ୍ର ପ୍ରମୁଖ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।