ପରୀକୁ ନେଇ ଥମୁନି ତାତି

ଭୁବନେଶ୍ୱର,୨ା୧୨(ବ୍ୟୁରୋ): ପରୀ ମୃତ୍ୟୁ ଘଟଣାରେ ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ପରେ ବି ଏହି ମାମଲା ଥମିବାର ନାଁ ନେଉନି। ଭାଜପାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସୋମବାର ନୟାଗଡ଼ ଜିଲା ଯଦୁପୁର ଗାଁକୁ ଯାଇ ପରୀ ମା’ ଓ ବାପାଙ୍କୁ ଭେଟିବା ପରେ ମଙ୍ଗଳବାର ରାଜ୍ୟପାଳଙ୍କ ଆଗରେ ଫେରାଦ ହୋଇଛନ୍ତି । ପୂର୍ବଭଳି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି ଜିଦ୍‌ରେ ଅଟଳ ରହିବା ସହ ଏସ୍‌ଆଇଟି ନୁହେଁ ଏହି ମାମଲାର ସିବିଆଇ ତଦନ୍ତ କରିବାକୁ ଭାଜପା କହିଛି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସହ ଭାଜପା ବିଧାୟକମାନେ ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପରୀର ମା’ ଓ ବାପା ନ୍ୟାୟ ନ ପାଇ ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ। ଏହାପରେ ଭାଜପା ବିଧାନସଭାରେ ଏ ପ୍ରସଙ୍ଗ ଉଠାଇ ମନ୍ତ୍ରୀଙ୍କ ବହିଷ୍କାର ସହ ସିବିଆଇ ତଦନ୍ତ ଦାବି କରିଥିଲା। ହେଲେ ସରକାର ତାହା ନ କରି ଭୟରେ ଆଗୁଆ ବିଧାନସଭା ବନ୍ଦ କରିଦେଲେ ବୋଲି ପ୍ରଦୀପ୍ତ ଗଣମାଧ୍ୟମ ଆଗରେ କହିଛନ୍ତି। ବିଧାନସଭାର ୩ଟି ଅଧିବେଶନରେ ସର୍ବନିମ୍ନ ୬୦ଟି ବୈଠକ ଦିବସ ଅନୁଷ୍ଠିତ ହେବା ନିହାତି ଆବଶ୍ୟକ। ହେଲେ ସରକାର ସମ୍ବିଧାନକୁ ନ ମାନି ମାତ୍ର ୩୦ଦିନରେ ବିଧାନସଭାକୁ ବନ୍ଦ କରିଦେଲେ। ଏ ପ୍ରସଙ୍ଗରେ ମଧ୍ୟ ରାଜ୍ୟପାଳଙ୍କ ସହ ଆଲୋଚନା କରିଥିବା ପ୍ରଦୀପ୍ତ କହିଛନ୍ତି।
ଏପଟେ ନୟାଗଡ଼ ପରୀ ହତ୍ୟା ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) କର୍ମୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏବିଭିପି ସଦସ୍ୟମାନେ ମଙ୍ଗଳବାର ଭୁବନନେଶ୍ୱରରେ ଥିବା ଅରୁଣ ସାହୁଙ୍କ ସରକାରୀ ବାସଭବନ ଘେରିବାକୁ ଉଦ୍ୟମ କରିିବା ସହ ମନ୍ତ୍ରୀଙ୍କ ବିରୋଧରେ ନାରାବାଜି ଦେଇଥିଲେ। ତେବେ ଏବିଭିପି କର୍ମୀମାନେ ଅରୁଣ ସାହୁଙ୍କ ବାସଭବନ ଅଭିମୁଖେ ରାଲିରେ ଆସୁଥିବା ବେଳେ ୫୦ରୁ ଅଧିକ ଏବିଭିପି କର୍ମୀଙ୍କୁ ପୋଲିସ ଗିରଫ କରି ଉଠାଇ ନେଇଥିଲା। ସେହିଭଳି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ମଙ୍ଗଳବାର କଂଗ୍ରେସ ଭବନରେ ଏକ ଖବରଦାତା ସମ୍ମିଳନୀ କରି ଉଭୟ ବିଜେଡି ଓ ଭାଜପା ଉପରେ ବର୍ଷିଛନ୍ତି। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ବିଜେଡିକୁ ଟାର୍ଗେଟ କରିଥିବା ବେଳେ ପରୀକୁ ନ୍ୟାୟ ଦେବାକୁ ଭାଜପା ଏତେଦିନ କେଉଁଠାରେ ଥିଲା ବୋଲି ପ୍ରଶ୍ନ କରିଛନ୍ତି। ଜୁଲାଇ ୨୧ରୁ ଆଜିପର୍ଯ୍ୟନ୍ତ ନୟାଗଡ଼ ଜିଲାରେ କଂଗ୍ରେସ ପରୀକୁ ଏବଂ ତା’ର ପରିବାରକୁ ନ୍ୟାୟଦେବାକୁ ଆନ୍ଦୋଳନ କରି ଚାଲିଛି। କଂଗ୍ରେସ ଦଳ ଆରମ୍ଭରୁ ଚୁପ୍‌ ରହିନି। ହେଲେ ଭାଜପା ଆଜକୁ ୪ମାସ ହେଲା କେଉଁଠି ଥିଲା ନିରଞ୍ଜନ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri