Posted inଖେଳ

ଆଶା ଆଶଙ୍କାରେ ପାର୍ବତୀ

ଭୁବନେଶ୍ୱର, ୨୮।୫(କ୍ରୀଡ଼ା ପ୍ରତିନିଧି): କରୋନାର କଷଣ ମଧ୍ୟରେ ପ୍ରଭାବିତ ହୋଇଛି କ୍ରୀଡ଼ା ଦୁନିଆ। ବିଶେଷକରି ଭାରତରେ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ କୌଣସି ପ୍ରତିଯୋଗିତା ଆୟୋଜନ ସମ୍ଭବ ହେଉନାହିଁ। ହାତବାନ୍ଧି ବସିଛନ୍ତି କ୍ରୀଡ଼ାବିତ୍‌। ନିଜକୁ ସହଜ ହେଉଥିବା ସ୍ଥାନରେ ଅଭ୍ୟାସ ଜାରିରଖି ଭବିଷ୍ୟତରେ ହେବାକୁଥିବା ଜାତୀୟ-ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ନିକଟ ଭବିଷ୍ୟତରେ ଭାରତରେ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଅନୁମତି ମିଳିବ କି ନାହିଁ ତାହାକୁ ନେଇ ସମସ୍ତେ ସନ୍ଦିହାନ। ତଥାପି ଆଶା ଅଛି। କଷ୍ଟ ସମୟ ଦୂରେଇ ଯିବା ସହ କ୍ରୀଡ଼ା ଜଗତ ପୁଣି ଚଳଚଞ୍ଚଳ ହେବା ଆଶାରେ ସମସ୍ତ ଆଥଲେଟ୍‌। ଶଟ୍‌ପୁଟ୍‌ ଓ ଡିସ୍‌କସ୍‌ ପରି କଷ୍ଟସାଧ୍ୟ ପାଓ୍ବାର ଗେମ୍‌କୁ କ୍ୟାରିୟର କରି ଓଡ଼ିଶାକୁ ଗର୍ବିତ କରିଥିବା ତାରକା ଆଥ୍‌ଲେଟ୍‌ ପାର୍ବତୀ ସେଠୀ ମଧ୍ୟ ଏହି ସ୍ରୋତରେ ସାମିଲ। ସାମ୍ପ୍ରତିକ ସ୍ଥିତିକୁ ଦେଖିଲେ ଭବିଷ୍ୟତକୁ ନେଇ ଆଶା ଅଛି, ଆଶଙ୍କା ମଧ୍ୟ ରହିଛି। ଆଥ୍‌ଲେଟିକ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ କାର୍ଯ୍ୟସୂଚୀ ଅନୁସାରେ ଜୁନ୍‌ ୧୫ରେ ଇଣ୍ଡିଆନ ଗ୍ରାଁ ପ୍ରି-୪ ପଟିଆଲାରେ ଅନୁଷ୍ଠିତ ହେବ। ସେହିପରି ୬୦ତମ ଜାତୀୟ ଆନ୍ତଃରାଜ୍ୟ ସିନିୟର ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ପଟିଆଲାରେ ଜୁନ୍‌ ୨୫ରୁ ୨୯ ପର୍ଯ୍ୟନ୍ତ ଆୟୋଜନ ହେବ। ସମ୍ପ୍ରତି ଭୁବନେଶ୍ୱରରେ ରହୁଥିବା ପାର୍ବତୀ ଏହି ଦୁଇ ସମ୍ମାନଜନକ ପ୍ରତିଯୋଗିତା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି।
ଭାରତୀୟ ରେଲ୍‌ଓ୍ବେରେ ଟିଟିଆଇ ଭାବେ କାର୍ଯ୍ୟରତ ପାର୍ବତୀ ସମ୍ପ୍ରତି ଭୁବନେଶ୍ୱରରେ ରହୁଥିବାରୁ କଳିଙ୍ଗ ଷ୍ଟାଡିୟମରେ ସକାଳ ୬ଟାରୁ ୮ଟା ପର୍ଯ୍ୟନ୍ତ ଅଭ୍ୟାସ କରୁଛନ୍ତି। ଛୁଟି ଦିନଗୁଡ଼ିକରେ ଏହି ସମୟ ୯ଟା ୩୦ ପର୍ଯ୍ୟନ୍ତ ମଧ୍ୟ ବଢ଼ୁଛି। ଆଥ୍‌ଲେଟିକ୍ସରେ ପାଖାପାଖି ୩୦ ବର୍ଷ ତିଷ୍ଠି ରହିବା ପରେ ମଧ୍ୟ ତାଙ୍କ ଭୋକ ମେଣ୍ଟିନି। ଆଗକୁ ଆହୁରି କିଛି କରି ଦେଖାଇବାର ନିଶା ତାଙ୍କୁ ମନୋବଳ ଯୋଗାଉଛି। ଷ୍ଟାଡିୟମରେ ଅଭ୍ୟାସ ଅବସରରେ ମୁଖ୍ୟତଃ ଟେକ୍ନିକ ଏବଂ ଓ୍ବେଟ୍‌ ଟ୍ରେନିଂ କରୁଛନ୍ତି। ରାଜ୍ୟରେ ଡିସ୍‌କସ୍‌ କୋଚ୍‌ କେହି ନ ଥିବାରୁ ତାଙ୍କୁ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ସେ ସ୍ବୀକାର କରିଛନ୍ତି। ହରିୟାଣା ଓ ପଞ୍ଜାବରେ ଶଟ୍‌ପୁଟ୍‌ ଓ ଡିସ୍‌କସ୍‌କୁ କ୍ୟାରିୟର କରୁଥିବା ଆଥ୍‌ଲେଟମାନେ ଅଧିକ ସଫଳ, କାରଣ ସେମାନଙ୍କ ନିକଟରେ ଦକ୍ଷ କୋଚ୍‌ ଅଛନ୍ତି ବୋଲି ସେ କହିଛନ୍ତି। ଓଡ଼ିଶାରେ ନିଜେ ଖେଳାଳି ଓ କୋଚ୍‌ଭାବେ ତାଙ୍କୁ କାର୍ଯ୍ୟ କରିବାକୁ ପଡ଼ୁଛି ବୋଲି କହିଛନ୍ତି।
ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ପଦକ ଆଣି ରାଜ୍ୟ ଓ ଦେଶକୁ ଗର୍ବିତ କରି ଚାଲିଥିଲେ ହେଁ ଏ ପର୍ଯ୍ୟନ୍ତ ତାଙ୍କୁ ଆବଶ୍ୟକ ସହାୟତା ମିଳିଛି କି ନାହିଁ ତାକୁ ଗୁରୁତ୍ୱ ଦେଇ ନାହାନ୍ତି। ମୁଁ ପ୍ରଦର୍ଶନକୁ ଭଲ ପାଏ। ସ୍ବାମୀ କୁବେର ବେହେରାଙ୍କ ଭରପୂର ସମର୍ଥନ ମୋ ପ୍ରତି ଅଛି। ଏହା ହିଁ ମୋ ମନର ବଳ। ରାଜ୍ୟ ସରକାର ଖେଳକୁ ଅନେକ ଗୁରୁତ୍ୱ ଦେଉଛନ୍ତି। ଫଳରେ ରାଜ୍ୟରେ ଅନ୍ତର୍ଜାତୀୟ ସ୍ତରର ଭିତ୍ତିଭୂମି ଉପଲବ୍ଧ। ସରକାର ଖେଳାଳିଙ୍କ ପାଇଁ ମଧ୍ୟ ଅନେକ ପଦକ୍ଷେପ ନେଉଛନ୍ତି। ସେଥିପାଇଁ ଦେଶ ବିଦେଶରେ ଏବେ ଓଡ଼ିଶାର ସୁନାମ। ମୁଁ ପ୍ରଦର୍ଶନ ଦେଇ ଚାଲିବି। ଆଗାମୀ ଦିନରେ ଅଧିକରୁ ଅଧିକ ପଦକ ଜିତି ମୋ ରାଜ୍ୟ ଏବଂ ଦେଶକୁ ଗର୍ବିତ କରିବା ମୋର ଲକ୍ଷ୍ୟ। ୨୦୦୮ରେ ମଦୁରାଇରେ ଅନୁଷ୍ଠିତ ସିନିୟର ନ୍ୟାଶନାଲରେ ବ୍ରୋଞ୍ଜ ପଦକ ଜିତିବା ପରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ପକ୍ଷରୁ ୧୬,୦୦୦ଟଙ୍କା ମିଳିଥିଲା। ଏହାପରେ ଆଉ ସମ୍ଭବ ହୋଇନି। ମୁଁ ଚାକିରି ଟଙ୍କାକୁ ଖେଳରେ ଲଗାଇ ଆଗକୁ ବଢ଼ୁଛି। ଖେଳ ମୋର ଜୀବନ, ତେଣୁ ସେଥିପାଇଁ ମନରେ କେବେହେଲେ ଗ୍ଳାନି ଆଣିନାହିଁ। ମୁଁ ଜାତୀୟ-ଅନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରୁଥିବାରୁ ରାଜ୍ୟ ସରକାର ସହାୟତାର ହାତ ବଢ଼ାଇବେ ବୋଲି ଆଶା ରଖିଛି। ସହଯୋଗ ନ ମିଳିଲେ ଆଗକୁ ଆଗେଇବା ସମ୍ଭବ ହୋଇପାରୁନି ବୋଲି ଦୁଃଖମିଶା କଣ୍ଠରେ ପ୍ରକାଶ କରିଛନ୍ତି ପାର୍ବତୀ। ଆଥ୍‌ଲେଟିକ୍ସରେ ଦୀର୍ଘ ୩୦ ବର୍ଷ ତିଷ୍ଠି ରହିବା କିଛି ସହଜ କଥା ନୁହେଁ। ତେଣୁ ନିଜକୁ ପ୍ରମାଣିତ କରିବା ପାଇଁ ଆଉ କିଛି ନାହିଁ । ଆଗକୁ ଇଣ୍ଡିଆନ ଗ୍ରାଁ ପ୍ରି ସହ ସିନିୟର ନ୍ୟାଶନାଲ ଏବଂ ୨୦୨୨ରେ ଜାପାନରେ ଓ୍ବାଲର୍‌ଡ ମାଷ୍ଟର୍ସ ଗେମ୍‌ ଅଛି। ତେଣୁ ସେଥିପାଇଁ ନିଜକୁ ପ୍ରସ୍ତୁତ କରୁଛି ବୋଲି ସେ କହିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ସକାଳେ ଅଭ୍ୟାସ ସମୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (୫-ଟି) ଭି. କେ. ପାଣ୍ଡିଆନଙ୍କ ସହ ସାକ୍ଷାତ ଏବଂ ସ୍ବଳ୍ପ ସମୟର ଆଲୋଚନା ତାଙ୍କୁ ଖୁବ୍‌ ଉତ୍ସାହିତ କରିଛି। ଆହୁରି ଅନେକ ଦୂର ଯିବା ପାଇଁ ତାଙ୍କୁ ସାହସ ମିଳିଛି ବୋଲି ପାର୍ବତୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri