Posted inଖେଳ

ଆଶା ଆଶଙ୍କାରେ ପାର୍ବତୀ

ଭୁବନେଶ୍ୱର, ୨୮।୫(କ୍ରୀଡ଼ା ପ୍ରତିନିଧି): କରୋନାର କଷଣ ମଧ୍ୟରେ ପ୍ରଭାବିତ ହୋଇଛି କ୍ରୀଡ଼ା ଦୁନିଆ। ବିଶେଷକରି ଭାରତରେ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ କୌଣସି ପ୍ରତିଯୋଗିତା ଆୟୋଜନ ସମ୍ଭବ ହେଉନାହିଁ। ହାତବାନ୍ଧି ବସିଛନ୍ତି କ୍ରୀଡ଼ାବିତ୍‌। ନିଜକୁ ସହଜ ହେଉଥିବା ସ୍ଥାନରେ ଅଭ୍ୟାସ ଜାରିରଖି ଭବିଷ୍ୟତରେ ହେବାକୁଥିବା ଜାତୀୟ-ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ନିକଟ ଭବିଷ୍ୟତରେ ଭାରତରେ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଅନୁମତି ମିଳିବ କି ନାହିଁ ତାହାକୁ ନେଇ ସମସ୍ତେ ସନ୍ଦିହାନ। ତଥାପି ଆଶା ଅଛି। କଷ୍ଟ ସମୟ ଦୂରେଇ ଯିବା ସହ କ୍ରୀଡ଼ା ଜଗତ ପୁଣି ଚଳଚଞ୍ଚଳ ହେବା ଆଶାରେ ସମସ୍ତ ଆଥଲେଟ୍‌। ଶଟ୍‌ପୁଟ୍‌ ଓ ଡିସ୍‌କସ୍‌ ପରି କଷ୍ଟସାଧ୍ୟ ପାଓ୍ବାର ଗେମ୍‌କୁ କ୍ୟାରିୟର କରି ଓଡ଼ିଶାକୁ ଗର୍ବିତ କରିଥିବା ତାରକା ଆଥ୍‌ଲେଟ୍‌ ପାର୍ବତୀ ସେଠୀ ମଧ୍ୟ ଏହି ସ୍ରୋତରେ ସାମିଲ। ସାମ୍ପ୍ରତିକ ସ୍ଥିତିକୁ ଦେଖିଲେ ଭବିଷ୍ୟତକୁ ନେଇ ଆଶା ଅଛି, ଆଶଙ୍କା ମଧ୍ୟ ରହିଛି। ଆଥ୍‌ଲେଟିକ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ କାର୍ଯ୍ୟସୂଚୀ ଅନୁସାରେ ଜୁନ୍‌ ୧୫ରେ ଇଣ୍ଡିଆନ ଗ୍ରାଁ ପ୍ରି-୪ ପଟିଆଲାରେ ଅନୁଷ୍ଠିତ ହେବ। ସେହିପରି ୬୦ତମ ଜାତୀୟ ଆନ୍ତଃରାଜ୍ୟ ସିନିୟର ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ପଟିଆଲାରେ ଜୁନ୍‌ ୨୫ରୁ ୨୯ ପର୍ଯ୍ୟନ୍ତ ଆୟୋଜନ ହେବ। ସମ୍ପ୍ରତି ଭୁବନେଶ୍ୱରରେ ରହୁଥିବା ପାର୍ବତୀ ଏହି ଦୁଇ ସମ୍ମାନଜନକ ପ୍ରତିଯୋଗିତା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି।
ଭାରତୀୟ ରେଲ୍‌ଓ୍ବେରେ ଟିଟିଆଇ ଭାବେ କାର୍ଯ୍ୟରତ ପାର୍ବତୀ ସମ୍ପ୍ରତି ଭୁବନେଶ୍ୱରରେ ରହୁଥିବାରୁ କଳିଙ୍ଗ ଷ୍ଟାଡିୟମରେ ସକାଳ ୬ଟାରୁ ୮ଟା ପର୍ଯ୍ୟନ୍ତ ଅଭ୍ୟାସ କରୁଛନ୍ତି। ଛୁଟି ଦିନଗୁଡ଼ିକରେ ଏହି ସମୟ ୯ଟା ୩୦ ପର୍ଯ୍ୟନ୍ତ ମଧ୍ୟ ବଢ଼ୁଛି। ଆଥ୍‌ଲେଟିକ୍ସରେ ପାଖାପାଖି ୩୦ ବର୍ଷ ତିଷ୍ଠି ରହିବା ପରେ ମଧ୍ୟ ତାଙ୍କ ଭୋକ ମେଣ୍ଟିନି। ଆଗକୁ ଆହୁରି କିଛି କରି ଦେଖାଇବାର ନିଶା ତାଙ୍କୁ ମନୋବଳ ଯୋଗାଉଛି। ଷ୍ଟାଡିୟମରେ ଅଭ୍ୟାସ ଅବସରରେ ମୁଖ୍ୟତଃ ଟେକ୍ନିକ ଏବଂ ଓ୍ବେଟ୍‌ ଟ୍ରେନିଂ କରୁଛନ୍ତି। ରାଜ୍ୟରେ ଡିସ୍‌କସ୍‌ କୋଚ୍‌ କେହି ନ ଥିବାରୁ ତାଙ୍କୁ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ସେ ସ୍ବୀକାର କରିଛନ୍ତି। ହରିୟାଣା ଓ ପଞ୍ଜାବରେ ଶଟ୍‌ପୁଟ୍‌ ଓ ଡିସ୍‌କସ୍‌କୁ କ୍ୟାରିୟର କରୁଥିବା ଆଥ୍‌ଲେଟମାନେ ଅଧିକ ସଫଳ, କାରଣ ସେମାନଙ୍କ ନିକଟରେ ଦକ୍ଷ କୋଚ୍‌ ଅଛନ୍ତି ବୋଲି ସେ କହିଛନ୍ତି। ଓଡ଼ିଶାରେ ନିଜେ ଖେଳାଳି ଓ କୋଚ୍‌ଭାବେ ତାଙ୍କୁ କାର୍ଯ୍ୟ କରିବାକୁ ପଡ଼ୁଛି ବୋଲି କହିଛନ୍ତି।
ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ପଦକ ଆଣି ରାଜ୍ୟ ଓ ଦେଶକୁ ଗର୍ବିତ କରି ଚାଲିଥିଲେ ହେଁ ଏ ପର୍ଯ୍ୟନ୍ତ ତାଙ୍କୁ ଆବଶ୍ୟକ ସହାୟତା ମିଳିଛି କି ନାହିଁ ତାକୁ ଗୁରୁତ୍ୱ ଦେଇ ନାହାନ୍ତି। ମୁଁ ପ୍ରଦର୍ଶନକୁ ଭଲ ପାଏ। ସ୍ବାମୀ କୁବେର ବେହେରାଙ୍କ ଭରପୂର ସମର୍ଥନ ମୋ ପ୍ରତି ଅଛି। ଏହା ହିଁ ମୋ ମନର ବଳ। ରାଜ୍ୟ ସରକାର ଖେଳକୁ ଅନେକ ଗୁରୁତ୍ୱ ଦେଉଛନ୍ତି। ଫଳରେ ରାଜ୍ୟରେ ଅନ୍ତର୍ଜାତୀୟ ସ୍ତରର ଭିତ୍ତିଭୂମି ଉପଲବ୍ଧ। ସରକାର ଖେଳାଳିଙ୍କ ପାଇଁ ମଧ୍ୟ ଅନେକ ପଦକ୍ଷେପ ନେଉଛନ୍ତି। ସେଥିପାଇଁ ଦେଶ ବିଦେଶରେ ଏବେ ଓଡ଼ିଶାର ସୁନାମ। ମୁଁ ପ୍ରଦର୍ଶନ ଦେଇ ଚାଲିବି। ଆଗାମୀ ଦିନରେ ଅଧିକରୁ ଅଧିକ ପଦକ ଜିତି ମୋ ରାଜ୍ୟ ଏବଂ ଦେଶକୁ ଗର୍ବିତ କରିବା ମୋର ଲକ୍ଷ୍ୟ। ୨୦୦୮ରେ ମଦୁରାଇରେ ଅନୁଷ୍ଠିତ ସିନିୟର ନ୍ୟାଶନାଲରେ ବ୍ରୋଞ୍ଜ ପଦକ ଜିତିବା ପରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ପକ୍ଷରୁ ୧୬,୦୦୦ଟଙ୍କା ମିଳିଥିଲା। ଏହାପରେ ଆଉ ସମ୍ଭବ ହୋଇନି। ମୁଁ ଚାକିରି ଟଙ୍କାକୁ ଖେଳରେ ଲଗାଇ ଆଗକୁ ବଢ଼ୁଛି। ଖେଳ ମୋର ଜୀବନ, ତେଣୁ ସେଥିପାଇଁ ମନରେ କେବେହେଲେ ଗ୍ଳାନି ଆଣିନାହିଁ। ମୁଁ ଜାତୀୟ-ଅନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରୁଥିବାରୁ ରାଜ୍ୟ ସରକାର ସହାୟତାର ହାତ ବଢ଼ାଇବେ ବୋଲି ଆଶା ରଖିଛି। ସହଯୋଗ ନ ମିଳିଲେ ଆଗକୁ ଆଗେଇବା ସମ୍ଭବ ହୋଇପାରୁନି ବୋଲି ଦୁଃଖମିଶା କଣ୍ଠରେ ପ୍ରକାଶ କରିଛନ୍ତି ପାର୍ବତୀ। ଆଥ୍‌ଲେଟିକ୍ସରେ ଦୀର୍ଘ ୩୦ ବର୍ଷ ତିଷ୍ଠି ରହିବା କିଛି ସହଜ କଥା ନୁହେଁ। ତେଣୁ ନିଜକୁ ପ୍ରମାଣିତ କରିବା ପାଇଁ ଆଉ କିଛି ନାହିଁ । ଆଗକୁ ଇଣ୍ଡିଆନ ଗ୍ରାଁ ପ୍ରି ସହ ସିନିୟର ନ୍ୟାଶନାଲ ଏବଂ ୨୦୨୨ରେ ଜାପାନରେ ଓ୍ବାଲର୍‌ଡ ମାଷ୍ଟର୍ସ ଗେମ୍‌ ଅଛି। ତେଣୁ ସେଥିପାଇଁ ନିଜକୁ ପ୍ରସ୍ତୁତ କରୁଛି ବୋଲି ସେ କହିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ସକାଳେ ଅଭ୍ୟାସ ସମୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (୫-ଟି) ଭି. କେ. ପାଣ୍ଡିଆନଙ୍କ ସହ ସାକ୍ଷାତ ଏବଂ ସ୍ବଳ୍ପ ସମୟର ଆଲୋଚନା ତାଙ୍କୁ ଖୁବ୍‌ ଉତ୍ସାହିତ କରିଛି। ଆହୁରି ଅନେକ ଦୂର ଯିବା ପାଇଁ ତାଙ୍କୁ ସାହସ ମିଳିଛି ବୋଲି ପାର୍ବତୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

ମାର୍ଚ୍ଚ ୨୬ରୁ ମେ ୩୧ ମଧ୍ୟରେ ହେବ ଆଇପିଏଲ୍‌

ମୁମ୍ୱାଇ, ୧୬ା୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମି ସଂସ୍କରଣ ମାର୍ଚ୍ଚ ୨୬ରୁ ମେ ୩୧ ଓ୍ୱିଣ୍ଡୋରେ ଖେଳାଯିବ। ମାତ୍ର ଆରସିବିର ଘରୋଇ ଗ୍ରାଉଣ୍ଡ ବେଙ୍ଗାଲୁରୁରେ...

୧୯ ବର୍ଷର  ଏହି ଖେଳାଳିଙ୍କ ଉପରେ ୧୪.୨ କୋଟି ଉଡାଇଲା CSK, ଆଫ୍ରିଦିଙ୍କଠାରୁ ଦ୍ରୁତ ଶତକ ମାରି ଥିଲେ ଚର୍ଚ୍ଚାରେ… 

ଆବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ସବୁଠାରୁ ବଡ଼ ସରପ୍ରାଇଜ୍‌ ପାଲଟିଥିଲେ ରାଜସ୍ଥାନର ୧୯ ବର୍ଷୀୟ ଯୁବ ଉଇକେଟକିପର୍‌ ତଥା ବ୍ୟାଟ୍ସମ୍ୟାନ କାର୍ତ୍ତିକ ଶର୍ମା। ଏହି...

ରାଜନୀତିରେ ପ୍ରବେଶ କରିବେ ଅଲିମ୍ପିଆନ୍ ଦୂତୀ ଚାନ୍ଦ, ବିଧାୟକ ହେବାକୁ ଇଚ୍ଛା

ଭୁବନେଶ୍ୱର,୧୬।୧୨: ଅଲିମ୍ପିଆନ୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ପ୍ରତିଦ୍ୱନ୍ଦ୍ୱିତାମୂଳକ ଆଥଲେଟିକ୍ସରୁ ଅବସର ନେବା ପରେ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ...

IPL 2026 Auction LIVE Updates: ଏଯାଏ ବିକ୍ରି ହୋଇଛନ୍ତି ଏସବୁ ଖେଳାଳି, ପ୍ରଶାନ୍ତ-କାର୍ତ୍ତିକଙ୍କ ଉପରେ CSKର ଟଙ୍କା ବର୍ଷା  

ଆବୁଧାବୀ,୧୬।୧୨: ବିଶ୍ୱର ସବୁଠାରୁ ଚର୍ଚ୍ଚିତ କ୍ରିକେଟ ପ୍ରିମିୟର୍‌ ଲିଗ୍‌ ଆଇପିଏଲ୍‌ର ୧୯ତମ ସିଜନ (୨୦୨୬) ପୂର୍ବରୁ ମିନି ନୀଲାମୀ ଆରମ୍ଭ ହୋଇଛି। ଏହି ନୀଲାମୀ ସଂଯୁକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri