Categories: ବାଣିଜ୍ୟ

ପ୍ରଦର୍ଶନୀରେ ସାମିଲହୋଇ ପୁରସ୍କାର ଜିତନ୍ତୁ

ଭୁବନେଶ୍ୱର,୧୨ା୧୧: ଓଡ଼ିଶା ଲୋକପ୍ରିୟ ଘରୋଇ ଓଡ଼ିଆ ଚ୍ୟାନେଲ ‘ଜୀ ସାର୍ଥକ’ ଚଳିତ ବର୍ଷର କଟକ ବାଲିଯାତ୍ରାରେ ସାମିଲ ହୋଇଛି। ବାଲିଯାତ୍ରା ବୁଲିବାକୁ ଆସିଥିବା ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇବା ଲକ୍ଷ୍ୟରେ ଚ୍ୟାନେଲ ପକ୍ଷରୁ ଏକ ଆକର୍ଷଣୀୟ ମଣ୍ଡପ ସାଙ୍ଗକୁ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଏପରିକି କଟକ ବାଲିଯାତ୍ରାରେ ‘ଜୀ ସାର୍ଥକ’ ପକ୍ଷରୁ ଷ୍ଟଲ୍‌ ନମ୍ବର ପିପି ୧ ରେ ଏକ ଆକର୍ଷଣୀୟ ମଞ୍ଚର ଶୁଭାରମ୍ଭ କରାଯାଇଛି। ଉକ୍ତ ମଞ୍ଚରେ ଜୀ ସାର୍ଥକର ରିଆଲିଟି ଶୋ ‘ସା ରେ ଗା ମା ପା’ର କଣ୍ଠଶିଳ୍ପୀମାନେ ପ୍ରତିଦିନ ସନ୍ଧ୍ୟାରେ ସୁମଧୁର ସଙ୍ଗୀତ ପରିବେଷଣ ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି। ଏପରିକି ଚ୍ୟାନେଲର ଲୋକପ୍ରିୟ ସୋ ‘ଦିଦି ନମସ୍କାର’ ଫର୍ମାଟରେ ବାଲିଯାତ୍ରାରେ ଦର୍ଶକଙ୍କ ସହ କୌତୂହଳ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଜରିଆରେ ଦର୍ଶକଙ୍କୁ ମନୋରଞ୍ଜନ କରିବା ସହ ଆକର୍ଷଣୀୟ ପୁରସ୍କାର ମଧ୍ୟ ଦିଆଯାଉଛି ବୋଲି ’ଜୀ ସାର୍ଥକ’ ଟିମ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଉକ୍ତ ମଞ୍ଚ (ଷ୍ଟଲ) ରେ ‘ଜୀ ସାର୍ଥକ’ରେ ପ୍ରସାରିତ କାର୍ଯ୍ୟକ୍ରମର କଳାକାରମାନେ ଉପସ୍ଥିତ ରହି ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି। ବିଶେଷକରି ଦର୍ଶକ ନିଜ ପ୍ରିୟ କଳାକାରମାନଙ୍କୁ ପାଖରେ ପାଇ ସେମାନଙ୍କ ସହ ମଧ୍ୟ କଥାବାର୍ତ୍ତା ହୋଇପାରୁଛନ୍ତି।

Share