Posted inଜାତୀୟ

ସଂସଦ ସୁରକ୍ଷା: ବିନା ନିଯୁକ୍ତିରେ ୧୦ ବର୍ଷ

ନୂଆଦିଲ୍ଲୀ,୧୪ା୧୨: ଭାରତୀୟ ପାର୍ଲାମେଣ୍ଟକୁ ଗଣତନ୍ତ୍ରର ମନ୍ଦିର ଆଖ୍ୟା ଦିଆଯାଇଛି। ସାରା ଦେଶର ଲୋକଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିମାନେ ଏଠାରେ ନିଜ ନିଜ ଅଞ୍ଚଳର ସମସ୍ୟା ଓ ଜାତୀୟ ପ୍ରସଙ୍ଗ ଉଠାଇଥାଆନ୍ତି। ୨୦୦୧ରେ ପୁରୁଣା ପାର୍ଲାମେଣ୍ଟ ଉପରେ ପାକିସ୍ତାନୀ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ସେହି ପାର୍ଲାମେଣ୍ଟ ହାଉସ୍‌ ଏବେ ଇତିହାସ ପାଲଟିଯାଇଥିବାବେଳେ ୨୦୨୩ ମେ’ ୨୮ରେ ଉଦ୍‌ଘାଟିତ ନୂଆ ସଂସଦ ଭବନରେ ବୁଧବାର ଅନୁପ୍ରବେଶକାରୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ପୂର୍ବ ଆକ୍ରମଣର ୨୨ ବର୍ଷ ପରେ ବି ଲୋକେ କାଣ୍ଡ ଭିଆଇବାକୁ ଦୁଃସାହସ କରୁଛନ୍ତି। ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସଂସଦର ସୁରକ୍ଷା ପାଇଁ କର୍ମଚାରୀଙ୍କୁ ନିଯୁକ୍ତି ଦିଆ ନ ଯିବା ଏହାର ଅନ୍ୟତମ କାରଣ ହୋଇପାରେ।

ପାର୍ଲାମେଣ୍ଟ ସୁରକ୍ଷାରେ ବୁଧବାର ଦେଖାଦେଇଥିବା ବଡ଼ ଧରଣର ତ୍ରୁଟିକୁ ନେଇ ବିରୋଧୀ ଦଳଗୁଡ଼ିକ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟାଲ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ) ବ୍ଲକ୍‌ ପକ୍ଷରୁ ଏନେଇ ଗୁରୁବାର ସକାଳେ ଏକ ବୈଠକ କରାଯିବ। ଏହି ପ୍ରସଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ଜଣାପଡ଼ିଛି। ଇତିମଧ୍ୟରେ ବିରୋଧୀ ନେତାମାନେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିବୃତି ଦାବି କରିଛନ୍ତି।
ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ଦ୍ୱାରା ଆହୂତ ସର୍ବଦଳୀୟ ବୈଠକରେ ବିରୋଧୀ ସଦସ୍ୟମାନେ ପାର୍ଲାମେଣ୍ଟର ସୁରକ୍ଷାକୁ ନେଇ ଗଭୀର ଚିନ୍ତାବ୍ୟକ୍ତ କରିଛନ୍ତି। ୨ ଅଭିଯୁକ୍ତ ଡି. ମନୋରଞ୍ଜନ ଓ ସାଗର ଶର୍ମାଙ୍କୁ ଲୋକ ସଭା ଭିଜିଟର୍ସ ଗ୍ୟାଲେରିରେ ବସିବା ଲାଗି ୪୫ ମିନିଟ୍‌ ପାଇଁ ଅନୁମତି ମିଳିଥିଲା। କିନ୍ତୁ ଦୁହେଁ ସେଠାରେ ପ୍ରାୟ ୨ ଘଣ୍ଟା ଧରି ରହିଥିଲେ, ଯାହାକି ନିୟମର ଉଲ୍ଲଂଘନ। ସଂସଦର ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀମାନେ ନିର୍ଦ୍ଧାରିତ ସମୟ ଶେଷ ହେବା ପୂର୍ବରୁ ଭିଜିଟର୍ସ ଗ୍ୟାଲେରିରୁ ଦର୍ଶକମାନଙ୍କୁ ସ୍ଥାନ ଛାଡ଼ି ଚାଲିଯିବା ପାଇଁ ନିର୍ଦ୍ଦେଶ ଦେଇଥାନ୍ତି। କିନ୍ତୁ ବୁଧବାର ସିକ୍ୟୁରିଟି ଷ୍ଟାଫ୍‌ଙ୍କ ଉପସ୍ଥିତି ନଗଣ୍ୟ ଥିଲା। ସ୍ପେଶାଲ ଡାଇରେକ୍ଟର (ସିକ୍ୟୁରିଟି)ଙ୍କଠୁ ନେଇ ସିକ୍ୟୁରିଟି ଆସିଷ୍ଟାଣ୍ଟ ଗ୍ରେଡ୍‌-୨ ପର୍ଯ୍ୟନ୍ତ ପ୍ରାୟ ୩୦୧ ଜଣ କର୍ମଚାରୀ ସୁରକ୍ଷା ଦାୟିତ୍ୱରେ ରହିବା ପାଇଁ ବ୍ୟବସ୍ଥା ରହିଛି। କିନ୍ତୁ ୧୭୬ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଅବଶିଷ୍ଟ ୧୨୫ ପଦବୀ ଖାଲି ପଡ଼ିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଖାଲି ପଡ଼ିଥିବା ପଦବୀ ମଧ୍ୟରୁ ସର୍ବାଧିକ ହେଉଛି ଏଣ୍ଟ୍ରି-ଲେଭେଲ ପୋଷ୍ଟ୍‌। ମଞ୍ଜୁର ହୋଇଥିବା ୭୨ ସିକ୍ୟୁରିଟି ଆସିଷ୍ଟାଣ୍ଟ ଗ୍ରେଡ୍‌-୨ କର୍ମଚାରୀଙ୍କ ସ୍ଥାନରେ କେବଳ ୯ ଜଣଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ସିକ୍ୟୁରିଟି ଆସିଷ୍ଟାଣ୍ଟ ଗ୍ରେଡ୍‌-୧ ପଦରେ ୬୯ ଜଣଙ୍କୁ ନିଯୁକ୍ତି ମିଳିବା ସ୍ଥାନରେ ରହିଛନ୍ତି ମାତ୍ର ୨୪ ଜଣ। ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କାହାକୁ ନିଯୁକ୍ତି ଦିଆଯାଇ ନ ଥିବା ସୂତ୍ରରୁ ଜଣାପଡ଼ିଛି। ୨୦୦୧ ପାର୍ଲାମେଣ୍ଟ ଆକ୍ରମଣର ୨୨ ବର୍ଷ ପୂର୍ତ୍ତି ଅବସରରେ ଘଟିଥିବା ଏହି କାଣ୍ଡ ପରିପ୍ରେକ୍ଷୀରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପରେ କଡ଼ା ବନ୍ଦୋବସ୍ତ କରାଯିବ ବୋଲି ସର୍ବଦଳୀୟ ବୈଠକରେ ବାଚସ୍ପତି ସୂଚନା ଦେଇଛନ୍ତି। ଏହି ଘଟଣା ପରେ ପାର୍ଲାମେଣ୍ଟ ହାଉସ୍‌ ପରିସରରେ ଭିଜିଟର୍ସଙ୍କ ପ୍ରବେଶକୁ ବନ୍ଦ କରିଦିଆଯାଇଛି।
ନେତା ସୁଦୀପ ବନ୍ଦ୍ୟୋପାଧ୍ୟାୟ କହିଛନ୍ତି, ବିରୋଧୀ ଦଳଗୁଡ଼ିକ ଗୁରୁବାର ସକାଳେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ବାସଭବନରେ ବୈଠକ କରିବେ। ସଂସଦ ସୁରକ୍ଷାରେ ତ୍ରୁଟିକୁ ନେଇ ଉକ୍ତ ବୈଠକରେ ଆଲୋଚନା ହେବ। ସେମାନେ ରାଷ୍ଟ୍ରପତିଙ୍କୁ ଭେଟି ଏହି ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ କରିବା ନେଇ ଚିନ୍ତା କରୁଛନ୍ତି। ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲେ ଏପରି ଘଟି ନ ଥାଆନ୍ତା। ଏଥପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହା ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ବିବୃତି ରଖନ୍ତୁ ବୋଲି କଂଗ୍ରେସ କହିଛି। ଅନ୍ୟ ଦଳଗୁଡ଼ିକର ସଦସ୍ୟମାନେ ମଧ୍ୟ ଶାହାଙ୍କଠାରୁ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

RCBର ବିକ୍ରି ପରେ ମୁହଁ ଖୋଲିଲେ ମାଲ୍ୟା: ସମାଲୋଚକଙ୍କୁ କହିଲେ…

ନୂଆଦିଲ୍ଲୀ,୨୬ା୩: ଆଇପିଏଲ୍‌ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହେବା ପରେ ଏହାର ମୂଳ ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

ଡିପଫେକ୍‌ରେ ଗମ୍ଭୀର: ଆପତ୍ତିଜନକ ପୋଷ୍ଟ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬ା୩: ଦିଲ୍ଲୀ ହାଇକୋର୍ଟ ଗୁଗଲ, ମେଟା ଓ ଆମାଜନ ଭଳି ଅଗ୍ରଣୀ ଟେକ୍‌ ପ୍ଲାଟଫର୍ମକୁ ପୂର୍ୱତନ କ୍ରିକେଟର ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ…

IPL 2026: ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କଲା BCCI, ୧୨ ସହରରେ ମୁକାବିଲା, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୬।୩: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ (IPL 19th Season)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri