Posted inଜାତୀୟ

ସଂସଦୀୟ ବ୍ୟାଘାତ ଏକ ଚିନ୍ତାର ବିଷୟ: ଉପରାଷ୍ଟ୍ରପତି…

ଜୟପୁର,୨୨।୮ : ସଂସଦୀୟ କାର୍ଯ୍ୟ ଉପରେ ମନ୍ତବ୍ୟ ଦେଇ ଉପରାଷ୍ଟ୍ରପତି ଜଗଦୀପ ଧନକର ମଙ୍ଗଳବାର କହିଛନ୍ତି ପୂର୍ବରୁ ସମ୍ବିଧାନସଭାକୁ ଗୋଟିଏ ଦିନ ବି କୌଣସି ବ୍ୟାଘାତର ସମ୍ମୁଖୀନ ହୋଇ ନାହିଁ। ସଂସଦରେ ଅଧିକ ଜଟିଳ ପ୍ରସଙ୍ଗ ଉପରେ ମଧ୍ୟ ବିତର୍କ ହୋଇଥିଲା। ଭାରତ ଦ୍ରୁତ ଗତିରେ ଉଦୀୟମାନ ହେଉଛି ଏବଂ ଏହି ଦଶନ୍ଧି ଶେଷ ସୁଦ୍ଧା ଏହା ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ।

ରାଜସ୍ଥାନର ଚିତ୍ତୋରଗଡର ସୈନିକ ସ୍କୁଲରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏଭଳି କହିଛନ୍ତି। ରାଜ୍ୟସଭାର ଚେୟାରମ୍ୟାନ ଭାବରେ ମୁଁ ମୋର ଦୁଃଖ ବ୍ୟକ୍ତ କରୁଛି। ଆମକୁ ସମ୍ବିଧାନ ଦେଇଥିବା ସମ୍ବିଧାନସଭା ପ୍ରାୟ ତିନି ବର୍ଷ ଧରି ଅନେକ ବୈଠକ କରିଥିଲା। ଏହାର ପୂର୍ବର ପ୍ରସଙ୍ଗ ସାମ୍ପ୍ରତିକ ପ୍ରସଙ୍ଗ ତୁଳନାରେ ଅଧିକ ଜଟିଳ ଥିଲା। ତେବେ ସେସବୁକୁ ଆଲୋଚନା ମାଧ୍ୟମରେ ସମାଧାନ ହୋଇଥିଲା।

ସେହି ପ୍ରସଙ୍ଗରେ ଯଦି ମୁଁ ଆଜିର ପରିସ୍ଥିତି ଦେଖେ, ତେବେ ଏହା ଚିନ୍ତାର ବିଷୟ। ଭାରତୀୟ ନ୍ୟାୟିକ ବ୍ୟବସ୍ଥାକୁ ସେ ପ୍ରଶଂସା କରିବା ସହ ରାସ୍ତା ଓହ୍ଳାଇବା କ୍ଷେତ୍ରରେ କାହାକୁ ନ୍ୟାୟ ପ୍ରଦାନ କରାଯିବା ଉଚିତ ନୁହେଁ।

ଉପରାଷ୍ଟ୍ରପତି କହିଛନ୍ତି, ଆଇନ ଅନୁଯାୟୀ ଧାର୍ଯ୍ୟ ହୋଇଥିବା ନ୍ୟାୟର ସୁଯୋଗ ନ ନେଇ ନ୍ୟାୟ ପାଇବା ପାଇଁ ରାସ୍ତାକୁ ଓହ୍ଳାଇବା ପ୍ରବୃତ୍ତି ଅରାଜକତା ସୃଷ୍ଟି କରିବ। ଆମର ନ୍ୟାୟିକ ବ୍ୟବସ୍ଥା ଅତ୍ୟନ୍ତ ଶକ୍ତିଶାଳୀ। ନିକଟ ଅତୀତରେ ନିରପେକ୍ଷତା ସହ ଗୁରୁତ୍ୱପୂର୍ଣ୍ଣ ବିଚାର କରାଯାଇଛି। ଏହି ଅନୁଷ୍ଠାନଉପରେ ଆମର ବିଶ୍ୱାସ ଦୋଳାୟମାନ ହେବା ଉଚିତ ନୁହେଁ। ଏହି ଅନୁଷ୍ଠାନର ବିଶ୍ୱସନୀୟତା ହ୍ରାସ କରିବାକୁ ଆମେ କାହାକୁ ଅଧିକାର ଦେଇ ପାରିବୁ ନାହିଁ।

ଜାତୀୟ ସ୍ବାର୍ଥକୁ ଅନ୍ୟ କୌଣସି ପ୍ରସଙ୍ଗଠାରୁ ଉର୍ଦ୍ଧ୍ୱରେ ରଖାଯିବା ଆବଶ୍ୟକ। ଏହା ଏକ ବିକଳ୍ପ ନୁହେଁ। ଏହା ହେଉଛି ଏକମାତ୍ର ଉପାୟ। ଆମେ ଆମର ଜାତୀୟ ସ୍ବାର୍ଥ ନେଇ ଆପୋଷ ବୁଝାମଣା କରିପାରିବୁ ନାହିଁ। ଆମେ ସର୍ବଦା ଭାରତୀୟ ବୋଲି ଗର୍ବିତ ହେବା ଉଚିତ। ବିଫଳତାକୁ ଭୟ ନ କରିବାକୁ ଏବଂ ଅନୁଶାସିତ ହେବା ଜୀବନୀ ଲକ୍ଷ୍ୟ ହେବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri