ମିଥ୍ୟା ବିଜ୍ଞାପନ ପାଇଁ ପାର୍ଲେ କମ୍ପାନୀକୁ ଅର୍ଥଦଣ୍ଡ

ଖୋର୍ଦ୍ଧା,୧୭ା୧(ପ୍ରଭାତ ପାଣିଗ୍ରାହୀ): ମିଥ୍ୟା ବିଜ୍ଞାପନ ଦେଇ ଖାଦ୍ୟ ଉପତ୍ାଦ ବିକ୍ରି ଅଭିଯୋଗରେ ବିସ୍କୁଟ କମ୍ପାନୀ ‘ପାର୍ଲେ’ ଅଧିକୃତ ସଂସ୍ଥା ଫ୍ରାଞ୍ଚାଇଜ କର୍ତ୍ତୃପକ୍ଷ, ଡିଷ୍ଟ୍ରିବ୍ୟୁଟରଙ୍କୁ ଖାଦ୍ୟ ସୁରକ୍ଷା ଏବଂ ମାନକ ଅଧିନିୟମ ଆକ୍ଟ ୨୦୦୬ର ବିଭିନ୍ନ ଧାରାରେ ଖୋର୍ଦ୍ଧା ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ(ଏଡିଏମ୍‌) ୧୪.୪୦ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ନୋଟିସ ପାଇବାର ଏକ ମାସ ଅବଧି ମଧ୍ୟରେ ଜରିମାନା ଦାଖଲ ନିର୍ଦ୍ଦେଶ ଦିଆଯାଇଛି। ଇଷ୍ଟକୋଷ୍ଟ ରେମ୍ବ ଖୋର୍ଦ୍ଧାରୋଡ ଡିଭିଜନ ଜଟଣୀରେ କାର୍ଯ୍ୟରତ ଖାଦ୍ୟ ସୁରକ୍ଷା ଅଧିକାରୀ(ଏଫ୍‌ଏସ୍‌ଓ)ଙ୍କ ଅଭିଯୋଗକ୍ରମେ ଖାଦ୍ୟ ସୁରକ୍ଷା ଏବଂ ମାନକ ଅଧିନିୟମ ୨୦୦୬ର ଧାରା-୬୮ ଅଧିକାର ବଳରେ ଆବେଦନକୁ ଗ୍ରହଣ କରି ଏହି ବିଚାର କରାଯାଇଛି।
ଧାରା ୫୨(୧) (ଏଫ୍‌ସିସି) ୨୦୦୬ ଅନୁଯାୟୀ ଭଗବତୀ ଫୁଡ୍‌ ପ୍ରାଇଭେଟ ଲିମିଟେଡ କମ୍ପାନୀକୁ ୩ଲକ୍ଷ ଟଙ୍କା, କମ୍ପାନୀ ଫ୍ରାଞ୍ଚାଇଜ ନେଇଥିବା କର୍ତ୍ତୃପକ୍ଷଙ୍କୁ ୩ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଏଥିସହିତ ଜଟଣୀରେ ଡିଷ୍ଟ୍ରିବ୍ୟୁଟର ନେଇଥିବା ବ୍ୟକ୍ତିଙ୍କୁ ୧ଲକ୍ଷ ଟଙ୍କା ଜରିମାନା ହୋଇଛି। ସେହିଭଳି ଇଷ୍ଟକୋଷ୍ଟ ରେଲ୍‌ଓ୍ବେ ଦ୍ୱାରା ଲାଇସେନ୍ସପ୍ରାପ୍ତ ଏମ୍‌/ଏସ୍‌ ଏଲ୍‌ପି ଆସୋସିଏଟ୍‌ସ ମାଲିକ (ଏଫ୍‌ସିଆଇ ଲାଇସେନ୍ସ ନଂ. ୧୦୦୧୯୯୦୩୦୦୦୦୧୪୯) ଖୋର୍ଦ୍ଧାରୋଡ ରେଲ୍‌ଓ୍ବେ ଷ୍ଟେଶନରେ ସେଲ୍ସମ୍ୟାନ, ଭେଣ୍ଡରଙ୍କୁ ପ୍ଲାଟଫର୍ମ ନମ୍ବର ୬ ଏବଂ ୭ରେ ଥିବା ଷ୍ଟଲ୍‌ ନଂ.୫କୁ ଯୋଗାଇଥାନ୍ତି। ତେଣୁ ତାଙ୍କୁ ୨୦ହଜାର ଟଙ୍କା ଜରିମାନା କରାଯାଇଛି। ନୋଟିସ ପାଇବାର ଏକ ମାସ ମଧ୍ୟରେ ଏହି ଅର୍ଥ ପଇଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଧାରା ୫୩(୧)(ଏ) ଏବଂ (ବି) ଏଫ୍‌ସିସି ଆକ୍ଟ ୨୦୦୬ରେ ଅଧିକୃତ ବ୍ୟକ୍ତିଙ୍କୁ ୩ଲକ୍ଷ ଟଙ୍କା, ଫ୍ରାଞ୍ଚାଇଜ କର୍ତ୍ତୃପକ୍ଷଙ୍କୁ ୩ଲକ୍ଷ ଟଙ୍କା ଡିଷ୍ଟ୍ରିବ୍ୟୁଟରଙ୍କୁ, ୧ଲକ୍ଷ ଟଙ୍କା ଏବଂ ଏମ୍‌/ଏସ୍‌ ଏଲ୍‌ପି ଆସୋସିଏଟ୍‌ସ ମାଲିକଙ୍କୁ ୨୦ହଜାର ଟଙ୍କା ଜରିମାନା କରାଯାଇଛି। ନୋଟିସ ପାଇବାର ଏକ ମାସ ମଧ୍ୟରେ ଏହି ଅର୍ଥ ପଇଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଫ୍‌ସିସି ଆକ୍ଟ ୨୦୦୬ ର ଧାରା ୫୨(୨) ଅନୁଯାୟୀ ଉପତ୍ାଦ ଲେଭଲରେ ଉଲ୍ଲେଖ ରହିଥିବା ‘ନ୍ୟୁଟ୍ରିକ୍ରଞ୍ଚ ସୁଗାର ଫ୍ରି ଲାଇଟ କ୍ରାକର’ରେ ଆବଶ୍ୟକ ସଂଶୋଧନ କରି କଣ୍ଟେନ୍ସ ନାଚୁରାଲି ଅକରିଂ ସୁଗାର(ଚିନି ମୁକ୍ତ ନୁହେଁ) ଉଲ୍ଲେଖ କରିବାକୁ ଉତ୍ତରଦାତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନୋଟିସ ପାଇବାର ଏକ ମାସ ଅବଧି ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ରହିଛି।
ଅଭିଯୋଗ ଅନୁଯାୟୀ, ଖାଦ୍ୟ ସୁରକ୍ଷା ଅଧିକାରୀ ଏନ୍‌ଫୋର୍ସମେଣ୍ଟ ଟିମ୍‌ ସହ ଖାଦ୍ୟ ନିରାପତ୍ତା ଓ ମାନକ ଅଧିନିୟମ ୨୦୦୬ ଅନୁଯାୟୀ ମାନ ପରୀକ୍ଷଣ ପାଇଁ ପ୍ଲାଟଫର୍ମ ନଂ.୬/୭ରେ ଥିବା ଷ୍ଟଲ୍‌ ନଂ.୫ରେ ଯାଞ୍ଚ ବେଳେ ଷ୍ଟଲ୍‌ ଭେଣ୍ଡରଙ୍କ ନିକଟରୁ ପାର୍ଲେ କମ୍ପାନୀର ଏକ ବିସ୍କୁଟ୍‌ ଲେଭଲ ଘୋଷଣାରେ ନ୍ୟୁଟ୍ରିକ୍ରଞ୍ଚ ସୁଗାର ଫ୍ରି ଲାଇଟ କ୍ରାକର ବିସ୍କୁଟ୍ସ ଲେଖାଥିବା ଦେଖି ଉପତ୍ାଦର ଗୁଣବତ୍ତା ଉପରେ ସନ୍ଦେହ କରିଥିଲେ। ଉକ୍ତ ଉପତ୍ାଦର ଲେଭଲ୍‌ ଘୋଷଣାରେ ଫ୍ରେମ୍‌ ହୋଇଥିବା ସୁଗାର ଫ୍ରି ପ୍ରତ୍ୟେକ ୩୨୭.୬ ଗ୍ରାମ ଓଜନ ବିଶିଷ୍ଟ ୪ଟି ସିଲ୍‌ ପ୍ୟାକେଟର ବ୍ୟାଚ୍‌ ନଂ. ଏଚ୍‌ଆର-ବି, ପ୍ୟାକିଂ ତାରିଖ ଓ ୧୪।୪।୨୦୨୩ ବ୍ୟବହାରଯୋଗ୍ୟ ତାରିଖ ୧୧।୧୦।୨୦୨୩ ସଂଗ୍ରହ କରିଥିଲେ। ବିସ୍କୁଟ ଲେଭଲରୁ ଏହା ନିଶ୍ଚିତ ହୋଇଛି ଯେ, ପାର୍ଲେ ବିସ୍କୁଟ ପ୍ରାଇଭେଟ ଲିମିଟେଡ ଠିକଣା ଭିଲ୍‌ ପାର୍ଲେ ଇଷ୍ଟ ମୁମ୍ବାଇ ଏମ୍‌ଏଚ୍‌-୪୦୦୦୫୭ ଏବଂ ଏହା ଭଗବତୀ ଫୁଡ ପ୍ରାଇଭେଟ ଲିମିଟେଡ, ଏ୭ ହାଓଡା ଫୁଡ ପାର୍କ(ସୁଦାରସ), ଗ୍ରାମ ଜାଲାଧୁଗୋରୀ, ଧୁଳାଗଡ଼, ପଶ୍ଚିମବଙ୍ଗ-୭୧୧୩୦୨ ଦ୍ୱାରା ପ୍ରସ୍ତୁତ କରାଯାଉଛି। ଖୋର୍ଦ୍ଧାରୋଡ ଷ୍ଟେଶନ ପରିସରରେ ଉପସ୍ଥିତ ସାକ୍ଷୀ ଏବଂ ବିକ୍ରେତାଙ୍କ ଉପସ୍ଥିତିରେ ଉପତ୍ାଦ ଗୁଣବତ୍ତା ଯାଞ୍ଚ ଲାଗି ଭେଣ୍ଡର ମାଲିକ, ଏନ୍‌ଫୋର୍ସମେଣ୍ଟ ଟିମ୍‌ ଉପସ୍ଥିତିରେ ସିଲ୍‌ କରାଯାଇଥିବା ସାମ୍ପଲ ସେଠାରୁ ଆଣି ଏହାର ମାନ ପରୀକ୍ଷଣ ପାଇଁ ଭୁବନେଶ୍ୱର ଏବଂ କୋଲକାତା ପଠାଇଥିଲେ। ୨୦୨୩ ମେ’ ୩୦ରେ ଭୁବନେଶ୍ୱର ଖାଦ୍ୟ ବିଶ୍ଳେଷଣକାରୀ ତାଙ୍କ ରିପୋର୍ଟ ନଂ.୬୦୨/୨୦୨୩, ତାରିଖ ୬।୬।୨୦୨୩ରେ ମିସ୍‌ ବ୍ରାଣ୍ଡେଡ ଏବଂ ଖାଦ୍ୟ ସୁରକ୍ଷା ମାନ ଅଧିନିୟମ ଧାରା ୩.୧(ଜେଡ୍‌ଏଫ୍‌) ପ୍ରକାରେ ବିଜ୍ଞାପନ ଏବଂ ଦାବି ନିୟମାବଳୀ, ୨୦୧୮କୁ ଉଲ୍ଲଂଘନ କରାଯାଇଥିବା ଜାଣିବା ପରେ ଅଭିଯୋକାରୀ ଖାଦ୍ୟ ସୁରକ୍ଷା ଅଧିକାରୀ ଧାରା ୫୨(୧), ୫୩ ୧(ବି) ଏବଂ (ବି), ୫୩(୨) ଏବଂ ୫୫ ଏଫ୍‌ସିସି ଆକ୍ଟ ୨୦୦୬ ପ୍ରକାରେ ଉପରୋକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଅତିରିକ୍ତ ଜିଲା ମାଜିଷ୍ଟ୍ରେଟଙ୍କ କୋର୍ଟରେ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗକାରୀଙ୍କ ତଥ୍ୟ ପ୍ରମାଣକୁ ଆଧାର କରି କୋର୍ଟ ଉପରୋକ୍ତ ରାୟ ଶୁଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri