ମିଥ୍ୟା ବିଜ୍ଞାପନ ପାଇଁ ପାର୍ଲେ କମ୍ପାନୀକୁ ଅର୍ଥଦଣ୍ଡ

ଖୋର୍ଦ୍ଧା,୧୭ା୧(ପ୍ରଭାତ ପାଣିଗ୍ରାହୀ): ମିଥ୍ୟା ବିଜ୍ଞାପନ ଦେଇ ଖାଦ୍ୟ ଉପତ୍ାଦ ବିକ୍ରି ଅଭିଯୋଗରେ ବିସ୍କୁଟ କମ୍ପାନୀ ‘ପାର୍ଲେ’ ଅଧିକୃତ ସଂସ୍ଥା ଫ୍ରାଞ୍ଚାଇଜ କର୍ତ୍ତୃପକ୍ଷ, ଡିଷ୍ଟ୍ରିବ୍ୟୁଟରଙ୍କୁ ଖାଦ୍ୟ ସୁରକ୍ଷା ଏବଂ ମାନକ ଅଧିନିୟମ ଆକ୍ଟ ୨୦୦୬ର ବିଭିନ୍ନ ଧାରାରେ ଖୋର୍ଦ୍ଧା ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ(ଏଡିଏମ୍‌) ୧୪.୪୦ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ନୋଟିସ ପାଇବାର ଏକ ମାସ ଅବଧି ମଧ୍ୟରେ ଜରିମାନା ଦାଖଲ ନିର୍ଦ୍ଦେଶ ଦିଆଯାଇଛି। ଇଷ୍ଟକୋଷ୍ଟ ରେମ୍ବ ଖୋର୍ଦ୍ଧାରୋଡ ଡିଭିଜନ ଜଟଣୀରେ କାର୍ଯ୍ୟରତ ଖାଦ୍ୟ ସୁରକ୍ଷା ଅଧିକାରୀ(ଏଫ୍‌ଏସ୍‌ଓ)ଙ୍କ ଅଭିଯୋଗକ୍ରମେ ଖାଦ୍ୟ ସୁରକ୍ଷା ଏବଂ ମାନକ ଅଧିନିୟମ ୨୦୦୬ର ଧାରା-୬୮ ଅଧିକାର ବଳରେ ଆବେଦନକୁ ଗ୍ରହଣ କରି ଏହି ବିଚାର କରାଯାଇଛି।
ଧାରା ୫୨(୧) (ଏଫ୍‌ସିସି) ୨୦୦୬ ଅନୁଯାୟୀ ଭଗବତୀ ଫୁଡ୍‌ ପ୍ରାଇଭେଟ ଲିମିଟେଡ କମ୍ପାନୀକୁ ୩ଲକ୍ଷ ଟଙ୍କା, କମ୍ପାନୀ ଫ୍ରାଞ୍ଚାଇଜ ନେଇଥିବା କର୍ତ୍ତୃପକ୍ଷଙ୍କୁ ୩ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଏଥିସହିତ ଜଟଣୀରେ ଡିଷ୍ଟ୍ରିବ୍ୟୁଟର ନେଇଥିବା ବ୍ୟକ୍ତିଙ୍କୁ ୧ଲକ୍ଷ ଟଙ୍କା ଜରିମାନା ହୋଇଛି। ସେହିଭଳି ଇଷ୍ଟକୋଷ୍ଟ ରେଲ୍‌ଓ୍ବେ ଦ୍ୱାରା ଲାଇସେନ୍ସପ୍ରାପ୍ତ ଏମ୍‌/ଏସ୍‌ ଏଲ୍‌ପି ଆସୋସିଏଟ୍‌ସ ମାଲିକ (ଏଫ୍‌ସିଆଇ ଲାଇସେନ୍ସ ନଂ. ୧୦୦୧୯୯୦୩୦୦୦୦୧୪୯) ଖୋର୍ଦ୍ଧାରୋଡ ରେଲ୍‌ଓ୍ବେ ଷ୍ଟେଶନରେ ସେଲ୍ସମ୍ୟାନ, ଭେଣ୍ଡରଙ୍କୁ ପ୍ଲାଟଫର୍ମ ନମ୍ବର ୬ ଏବଂ ୭ରେ ଥିବା ଷ୍ଟଲ୍‌ ନଂ.୫କୁ ଯୋଗାଇଥାନ୍ତି। ତେଣୁ ତାଙ୍କୁ ୨୦ହଜାର ଟଙ୍କା ଜରିମାନା କରାଯାଇଛି। ନୋଟିସ ପାଇବାର ଏକ ମାସ ମଧ୍ୟରେ ଏହି ଅର୍ଥ ପଇଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଧାରା ୫୩(୧)(ଏ) ଏବଂ (ବି) ଏଫ୍‌ସିସି ଆକ୍ଟ ୨୦୦୬ରେ ଅଧିକୃତ ବ୍ୟକ୍ତିଙ୍କୁ ୩ଲକ୍ଷ ଟଙ୍କା, ଫ୍ରାଞ୍ଚାଇଜ କର୍ତ୍ତୃପକ୍ଷଙ୍କୁ ୩ଲକ୍ଷ ଟଙ୍କା ଡିଷ୍ଟ୍ରିବ୍ୟୁଟରଙ୍କୁ, ୧ଲକ୍ଷ ଟଙ୍କା ଏବଂ ଏମ୍‌/ଏସ୍‌ ଏଲ୍‌ପି ଆସୋସିଏଟ୍‌ସ ମାଲିକଙ୍କୁ ୨୦ହଜାର ଟଙ୍କା ଜରିମାନା କରାଯାଇଛି। ନୋଟିସ ପାଇବାର ଏକ ମାସ ମଧ୍ୟରେ ଏହି ଅର୍ଥ ପଇଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଫ୍‌ସିସି ଆକ୍ଟ ୨୦୦୬ ର ଧାରା ୫୨(୨) ଅନୁଯାୟୀ ଉପତ୍ାଦ ଲେଭଲରେ ଉଲ୍ଲେଖ ରହିଥିବା ‘ନ୍ୟୁଟ୍ରିକ୍ରଞ୍ଚ ସୁଗାର ଫ୍ରି ଲାଇଟ କ୍ରାକର’ରେ ଆବଶ୍ୟକ ସଂଶୋଧନ କରି କଣ୍ଟେନ୍ସ ନାଚୁରାଲି ଅକରିଂ ସୁଗାର(ଚିନି ମୁକ୍ତ ନୁହେଁ) ଉଲ୍ଲେଖ କରିବାକୁ ଉତ୍ତରଦାତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନୋଟିସ ପାଇବାର ଏକ ମାସ ଅବଧି ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ରହିଛି।
ଅଭିଯୋଗ ଅନୁଯାୟୀ, ଖାଦ୍ୟ ସୁରକ୍ଷା ଅଧିକାରୀ ଏନ୍‌ଫୋର୍ସମେଣ୍ଟ ଟିମ୍‌ ସହ ଖାଦ୍ୟ ନିରାପତ୍ତା ଓ ମାନକ ଅଧିନିୟମ ୨୦୦୬ ଅନୁଯାୟୀ ମାନ ପରୀକ୍ଷଣ ପାଇଁ ପ୍ଲାଟଫର୍ମ ନଂ.୬/୭ରେ ଥିବା ଷ୍ଟଲ୍‌ ନଂ.୫ରେ ଯାଞ୍ଚ ବେଳେ ଷ୍ଟଲ୍‌ ଭେଣ୍ଡରଙ୍କ ନିକଟରୁ ପାର୍ଲେ କମ୍ପାନୀର ଏକ ବିସ୍କୁଟ୍‌ ଲେଭଲ ଘୋଷଣାରେ ନ୍ୟୁଟ୍ରିକ୍ରଞ୍ଚ ସୁଗାର ଫ୍ରି ଲାଇଟ କ୍ରାକର ବିସ୍କୁଟ୍ସ ଲେଖାଥିବା ଦେଖି ଉପତ୍ାଦର ଗୁଣବତ୍ତା ଉପରେ ସନ୍ଦେହ କରିଥିଲେ। ଉକ୍ତ ଉପତ୍ାଦର ଲେଭଲ୍‌ ଘୋଷଣାରେ ଫ୍ରେମ୍‌ ହୋଇଥିବା ସୁଗାର ଫ୍ରି ପ୍ରତ୍ୟେକ ୩୨୭.୬ ଗ୍ରାମ ଓଜନ ବିଶିଷ୍ଟ ୪ଟି ସିଲ୍‌ ପ୍ୟାକେଟର ବ୍ୟାଚ୍‌ ନଂ. ଏଚ୍‌ଆର-ବି, ପ୍ୟାକିଂ ତାରିଖ ଓ ୧୪।୪।୨୦୨୩ ବ୍ୟବହାରଯୋଗ୍ୟ ତାରିଖ ୧୧।୧୦।୨୦୨୩ ସଂଗ୍ରହ କରିଥିଲେ। ବିସ୍କୁଟ ଲେଭଲରୁ ଏହା ନିଶ୍ଚିତ ହୋଇଛି ଯେ, ପାର୍ଲେ ବିସ୍କୁଟ ପ୍ରାଇଭେଟ ଲିମିଟେଡ ଠିକଣା ଭିଲ୍‌ ପାର୍ଲେ ଇଷ୍ଟ ମୁମ୍ବାଇ ଏମ୍‌ଏଚ୍‌-୪୦୦୦୫୭ ଏବଂ ଏହା ଭଗବତୀ ଫୁଡ ପ୍ରାଇଭେଟ ଲିମିଟେଡ, ଏ୭ ହାଓଡା ଫୁଡ ପାର୍କ(ସୁଦାରସ), ଗ୍ରାମ ଜାଲାଧୁଗୋରୀ, ଧୁଳାଗଡ଼, ପଶ୍ଚିମବଙ୍ଗ-୭୧୧୩୦୨ ଦ୍ୱାରା ପ୍ରସ୍ତୁତ କରାଯାଉଛି। ଖୋର୍ଦ୍ଧାରୋଡ ଷ୍ଟେଶନ ପରିସରରେ ଉପସ୍ଥିତ ସାକ୍ଷୀ ଏବଂ ବିକ୍ରେତାଙ୍କ ଉପସ୍ଥିତିରେ ଉପତ୍ାଦ ଗୁଣବତ୍ତା ଯାଞ୍ଚ ଲାଗି ଭେଣ୍ଡର ମାଲିକ, ଏନ୍‌ଫୋର୍ସମେଣ୍ଟ ଟିମ୍‌ ଉପସ୍ଥିତିରେ ସିଲ୍‌ କରାଯାଇଥିବା ସାମ୍ପଲ ସେଠାରୁ ଆଣି ଏହାର ମାନ ପରୀକ୍ଷଣ ପାଇଁ ଭୁବନେଶ୍ୱର ଏବଂ କୋଲକାତା ପଠାଇଥିଲେ। ୨୦୨୩ ମେ’ ୩୦ରେ ଭୁବନେଶ୍ୱର ଖାଦ୍ୟ ବିଶ୍ଳେଷଣକାରୀ ତାଙ୍କ ରିପୋର୍ଟ ନଂ.୬୦୨/୨୦୨୩, ତାରିଖ ୬।୬।୨୦୨୩ରେ ମିସ୍‌ ବ୍ରାଣ୍ଡେଡ ଏବଂ ଖାଦ୍ୟ ସୁରକ୍ଷା ମାନ ଅଧିନିୟମ ଧାରା ୩.୧(ଜେଡ୍‌ଏଫ୍‌) ପ୍ରକାରେ ବିଜ୍ଞାପନ ଏବଂ ଦାବି ନିୟମାବଳୀ, ୨୦୧୮କୁ ଉଲ୍ଲଂଘନ କରାଯାଇଥିବା ଜାଣିବା ପରେ ଅଭିଯୋକାରୀ ଖାଦ୍ୟ ସୁରକ୍ଷା ଅଧିକାରୀ ଧାରା ୫୨(୧), ୫୩ ୧(ବି) ଏବଂ (ବି), ୫୩(୨) ଏବଂ ୫୫ ଏଫ୍‌ସିସି ଆକ୍ଟ ୨୦୦୬ ପ୍ରକାରେ ଉପରୋକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଅତିରିକ୍ତ ଜିଲା ମାଜିଷ୍ଟ୍ରେଟଙ୍କ କୋର୍ଟରେ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗକାରୀଙ୍କ ତଥ୍ୟ ପ୍ରମାଣକୁ ଆଧାର କରି କୋର୍ଟ ଉପରୋକ୍ତ ରାୟ ଶୁଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?