ରାଘବଙ୍କ ସହ ସମ୍ପର୍କକୁ ନେଇ ଏମିତି ପ୍ରତିକ୍ରିୟା ଦେଲେ ପରିଣୀତି

ଆଜିକାଲି ଅଭିନେତ୍ରୀ ପରିଣୀତି ଚୋପ୍ରା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏବେ ତାଙ୍କ ନାମ ଆମ ଆଦମୀ ପାର୍ଟି ଏମ୍‌ପି ରାଘବ ଚଢାଙ୍କ ସହ ଯୋଡା ଯାଉଛି। ଖୁବ୍‌ଶୀଘ୍ର ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି କୁହାଯାଉଛି। ପରି-ରାଘବଙ୍କ ସମ୍ପର୍କକୁ ଆମ ଆଦମୀ ପାର୍ଟିର ଏମ୍‌ପି ସଞ୍ଜୀବ ଆରୋରା ମଧ୍ୟ ଉତ୍ସାହିତ ଅଛନ୍ତି। ସଞ୍ଜୀବ ଟୁଇଟ୍‌ ଯୋଗେ ସେମାନଙ୍କ ସମ୍ପର୍କକୁ ନିଶ୍ଚିତ କରିଛନ୍ତି। ଏସବୁ ଭିତରେ ପରିଣୀତିଙ୍କ ପ୍ରତିକ୍ରିୟା ମଧ୍ୟ ଆସିଛି।
ନିକଟରେ ପରିଣୀତିଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଏହି ସମୟରେ ତାଙ୍କୁ ଫଟୋଗ୍ରାଫର ରାଘବ ସହ ସମ୍ପର୍କ ବିଷୟରେ ପ୍ରଶ୍ନ କରିଥିଲେ। ପରିଣୀତି ଫଟୋଗ୍ରାଫରଙ୍କ ପ୍ରଶ୍ନ ଉପରେ ଯଦିଓ ଖୋଲାଖୋଲି କିଛି କହି ନାହାଁନ୍ତି, କିନ୍ତୁ ତାଙ୍କ ମୁହଁରେ ହସ ପୁରା ବାସ୍ତବତାକୁ କହିଛି। ସେ କେବଳ ହସି ହସି ଧନ୍ୟବାଦ୍‌ ଦେଇଥିଲେ। ଭାଇରାଲଭାୟାନିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରାଯାଇଛି।
ନିକଟରେ ପରିଣୀତି ଏବଂ ରାଘବଙ୍କୁ ଏକ ରେଷ୍ଟୁରାଣ୍ଟ ବାହାରେ ଏକତ୍ର ଦେଖିବାକୁ ମିଳିଥିଲା। ଯଦିଓ ଦୁହେଁ ନିଜ ରିଲେଶନଶିପ୍‌କୁ ନେଇ ଏପର୍ଯ୍ୟନ୍ତ ଖୁଲାସା କରିନାହାନ୍ତି। କିନ୍ତୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚା ହେଉଛି। ପରିଣୀତିଙ୍କ ସହ ସମ୍ପର୍କକୁ ନେଇ ପ୍ରଶ୍ନରେ ରାଘବ କହିଛନ୍ତି, ରାଜନୀତି ବିଷୟରେ ପ୍ରଶ୍ନ କରନ୍ତୁ ପରିଣୀତିଙ୍କ ବିଷୟରେ ନୁହେଁ।
ଚଳିତ ବର୍ଷ ଜାନୁୟାରୀରେ ପରିଣୀତି ଏବଂ ରାଘବ ଚଢାଙ୍କୁ ‘ଇଣ୍ଡିଆ ୟୁକେ ଆଉଟ୍‌ଷ୍ଟାଣ୍ଡିଙ୍ଗ୍‌ ଆଚିଭର୍‌ ଅନର୍ସ’ରେ ସମ୍ମାନିତ କରାଯାଇଥିଲା। ଭାରତରେ ପ୍ରଥମଥର ପାଇଁ କେହି ଏହି ସମ୍ମାନ ପାଇଥିଲେ।
ନ୍ୟାଶନାଲ ଇଣ୍ଡିଆନ ଷ୍ଟୁଡେଣ୍ଟସ ଏବଂ ଆଲୁମିନି ୟୁନିଅନ (ଏନ୍‌ଆଇଏସଏୟୁ) ଏବଂ ଭାରତର ବ୍ରିଟିଶ କାଉନସିଲ ଏବଂ ବ୍ରିଟେନର ଅନ୍ତର୍ଜାତୀୟ ବାଣିଜ୍ୟ ବିଭାଗ (ଡିଆଇଟି)ର ମିଳିତ ସହଯୋଗରେ ଏହି ସମ୍ମାନ ସମାରୋହ ଆୟୋଜନ କରାଯାଇଥିଲା। ବ୍ରିଟିଶ ବିଶ୍ୱବିଦ୍ୟାଳୟରେ ପଢୁଥିବା ଭାରତୀୟ ଛାତ୍ରମାନଙ୍କୁ ଧ୍ୟାନରେ ରଖି ଏହି ସମାରୋହ କରାଯାଇଥିଲା। ବିଶେଷ କଥା ହେଉଛି ଭାରତୀୟ ଛାତ୍ରମାନଙ୍କ ସଫଳତାକୁ ବିଚାର କରି ଏଠାରେ ପାଳନ କରାଯାଇଥିଲା।
୧୫ ବର୍ଷ ପୂର୍ବେ ପରିଣୀତି ଚୋପ୍ରା ବ୍ରିଟେନର ମଞ୍ଚେଷ୍ଟର ସ୍କୁଲର ଛାତ୍ର ଥିଲେ। ରାଘବ ଚଢା ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସରୁ ଅଧ୍ୟୟନ କରିଛନ୍ତି। ଉଭୟ ପରିଣୀତି ଏବଂ ରାଘବ ଅଧ୍ୟୟନରେ ସ୍ମାର୍ଟ ଥିଲେ ଏବଂ ସେମାନଙ୍କ ଶ୍ରେଣୀର ଟପ୍ପର ମଧ୍ୟ ଥିଲେ।

 

View this post on Instagram

 

A post shared by Viral Bhayani (@viralbhayani)


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ରେମଣ୍ଡର ପୂର୍ବତନ ଅଧ୍ୟକ୍ଷ ବିଜୟପତ ସିଂଘାନିଆଙ୍କ ପରଲୋକ, ପଛରେ ଛାଡି ଗଲେ ଏତେ କୋଟି ଟଙ୍କାର ସମ୍ପତ୍ତି

ମୁମ୍ବାଇ,୨୯।୩: ରେମଣ୍ଡ ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ଏବଂ ଜଣେ ପ୍ରବୀଣ ଶିଳ୍ପପତି ବିଜୟପତ ସିଂଘାନିଆଙ୍କର ଶନିବାର ସାରେ ମୁମ୍ବାଇରେ ୮୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କ…

ଓକିଲ ସଂଘ ନିର୍ବାଚନ: ସଭାପତି ହେଲେ ନିର୍ବାଚନ କେଶରୀ ଭୋଇ…

ଜି.ଉଦୟଗିରି,୨୯।୩(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠି): ସ୍ଥାନୀୟ ଜେଏମଏଫସି କୋର୍ଟ ପରିସରରେ ଶନିବାର ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଛି। ଆଇନଜୀବୀ ରାମାରାଓ ନାୟକ…

ଘରେ ପେଟ୍ରୋଲ ରଖୁଛନ୍ତି କି? ହୋଇପାରେ ଜେଲ, ଜାଣନ୍ତୁ କଡ଼ା ନିୟମ…

ନୂଆଦିଲ୍‌ଲୀ,୨୯।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଦେଶର କିଛି ସ୍ଥାନରେ ପେଟ୍ରୋଲ ଉପଲବ୍ଧତାକୁ ନେଇ ଚିନ୍ତାର ବାତାବରଣ ପରିଲକ୍ଷିତ ହେଉଛି। ଅନେକ ସ୍ଥାନରେ, ଲୋକମାନେ ଲମ୍ୱା…

ମିଳୁନି ଗ୍ୟାସ: ଚୁଲି ମୁହାଁ ଲୋକେ 

ଭଞ୍ଜନଗର,୨୯।୩(ବାବୁଲା ପ୍ରଧାନ): ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ରୋଷେଇ ଘର ଉପରେ ମଧ୍ୟ ପଡିଛି। ଗଞ୍ଜାମ  ଜିଲା ଭଞ୍ଜନଗର ଅଞ୍ଚଳରେ ରନ୍ଧନ…

ଇରାନକୁ ଧ୍ୱଂସ କରିବାକୁ ଆମେରିକାର ‘ମାଷ୍ଟର ପ୍ଲାନ’, ସପ୍ତାହେ ହେବ ଚାଲିଛି ଯୋଜନା, ଜାଣନ୍ତୁ କ’ଣ କରିବେ ଟ୍ରମ୍ପ

ଓ୍ବାଶିଂଟନ,୨୯।୩: ଇରାନ ସହିତ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, ଆମେରିକା ଏବେ ସ୍ଥଳ ସାମରିକ ଅଭିଯାନ ପାଇଁ ପ୍ରସ୍ତୁତ ହେଉଛି। ଦି ୱାଶିଂଟନ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ,…

ମାଛ ପାଇଁ ଖୋଳିଥିବା ଗାତରେ ପଡ଼ିଲେ ନିଜେ, ମାଛ ମାରିବା ପୂର୍ବରୁ  ନିଜେ ହେଲେ ଗୁରୁତର 

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ଜଣେ ଯୁବକ ମାଛ ମାରିବାକୁ ବିସ୍ପୋରକ ବ୍ୟବହାର କରୁଥିବା ବେଳେ ମାଛ ମାରିବା ପୁର୍ବରୁ…

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri