ପିଲା ଗାଡ଼ି ଚଳାଇଲେ ମା’ବାପାଙ୍କୁ ଜେଲ

କଟକ,୩୦ା୭ (କାର୍ତ୍ତିକ ସାହୁ):ଏଣିକି ୧୬ ବର୍ଷରୁ କମ୍‌ ବୟସର ପିଲାଙ୍କ ଗାଡ଼ି ଚାଳନା ଉପରେ ଲାଗିବ ରୋକ୍‌। ଏହି ପିଲାମାନେ ଗାଡ଼ି ଚଳାଉଥିବାବେଳେ ଧରାପଡ଼ିଲେ ସେମାନଙ୍କ ମା’ ବାପା ଜେଲ ଯିବେ। ଏଥିସହ ସମ୍ପୃକ୍ତ ପିଲାଙ୍କୁ ୨୫ ବର୍ଷ ନ ହେବା ପର୍ଯ୍ୟନ୍ତ କୌଣସି ଡ୍ରାଇଭିଂ ଲାଇଲେନ୍ସ ପ୍ରଦାନ କରାଯିବ ନାହିଁ। ସେହିପରି ମା’ ବାପା କିମ୍ବା ଅଭିଭାବକ ଗାଡ଼ି ଦେଇଥିଲେ ସେମାନଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହ ୨୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ। ଏମ୍‌ଭି ଆକ୍ଟ ୧୯୯(କ) ଧାରା ଅନୁଯାୟୀ ରହିଥିବା ଦଣ୍ଡବିଧାନ ବ୍ୟବସ୍ଥା ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ)। ସୋମବାରଠାରୁ ସମଗ୍ର ରାଜ୍ୟରେ ଆରମ୍ଭ ହୋଇଛି ସ୍ବତନ୍ତ୍ର ଧରପଗଡ଼ ଅଭିଯାନ। ରାଜ୍ୟର ୩୫ଟି ଆର୍‌ଟିଓ ଏବଂ ୩ଟି ଏଆର୍‌ଟିଓ ଅଧୀନରେ ଏହି ଅଭିଯାନ ଆଗାମୀ ୩ ଦିନ ଯାଏ ଚାଲିବ। ପ୍ରଥମ ଦିନରେ ମୋଟ ୧୫୩ଟି ମାମଲା ରୁଜୁ ହୋଇ ଚାଲାଣ କଟାଯାଇଥିବାବେଳେ ୬୦ଟି ଗାଡ଼ି ଜବତ କରାଯାଇଛି।
ସୂଚନା ଅନୁସାରେ, ବିଭିନ୍ନ ଆଞ୍ଚଳିକ ପରିବହନ ଅଧିକାରୀ(ଆର୍‌ଟିଓ) କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ)ଙ୍କ ନିକଟରୁ ସୋମବାର ଅପରାହ୍ନ ୧ଟା ସୁଦ୍ଧା ମିଳିଥିବା ତଥ୍ୟ ହସ୍ତଗତ ହୋଇଛି। ଦିନତମାମ ହୋଇଥିବା ଚଢ଼ାଉର ତଥ୍ୟ ଏସ୍‌ଟିଏ ନିକଟରେ ପରବର୍ତ୍ତୀ ଦିବସରେ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି। ମିଳିଥିବା ତଥ୍ୟ ଅନୁଯାୟୀ, କଳାହାଣ୍ଡିରେ ସର୍ବାଧିକ ୧୨, ଭୁବନେଶ୍ୱର(୨)ରେ ୧୧, କଟକ ୧୦, କୋରାପୁଟରେ ୮ଟି ଚାଲାଣ କଟାଯାଇଛି। ସେହିପରି ବଡ଼ବିଲରେ ୧, ଦେବଗଡ଼ ୩, ଅନୁଗୋଳ ୬, ଢେଙ୍କାନାଳ ୪, କେନ୍ଦୁଝର ୫,
ତାଳଚେର ୩, ରାଉରକେଲା ୬, ସୁବର୍ଣ୍ଣପୁର ୫, ବଲାଙ୍ଗୀର ୬, ଝାରସୁଗୁଡ଼ା ୨, ବରଗଡ଼ ୨, ସମ୍ବଲପୁର ୨, ସୁନ୍ଦରଗଡ଼ ୧, ଭୁବନେଶ୍ୱର(୧) ୭, ନୟାଗଡ଼ ୭, ପୁରୀ ୨, କେନ୍ଦ୍ରାପଡ଼ା ୩, ଏଆର୍‌ଟିଓ ଖୋର୍ଦ୍ଧା ୩, ଫୁଲବାଣୀ ୨, ଭଞ୍ଜନଗର ୨, ଗଞ୍ଜାମ ୭, ଗଜପତି ୧, ବୌଦ୍ଧ ୨, ଯାଜପୁର ୨, ଚଣ୍ଡିଖୋଲ ୨, ଏଆର୍‌ଟିଓ ରାଇରଙ୍ଗପୁର ୬, ବାଲେଶ୍ୱର ୬, ମୟୂରଭଞ୍ଜ ୧, ନୂଆପଡ଼ା ୧, ରାୟଗଡ଼ା ୭, ନବରଙ୍ଗପୁରରେ ୫ଟି ଚାଲାଣ କଟାଯାଇଛି। ଏସବୁର ମୋଟ ସଂଖ୍ୟା ୧୫୩। ଅନ୍ୟପକ୍ଷରେ ବଡ଼ବିଲରେ ୧, ଅନୁଗୋଳ ୩, ତାଳଚେର ୩, ରାଉରକେଲା ୬, ସୋନପୁର ୫, ବଲାଙ୍ଗୀର ୬, ସୁନ୍ଦରଗଡ଼ ୧, ଭୁବନେଶ୍ୱର(୧) ୩, ନୟାଗଡ଼ ୨, ଏଆର୍‌ଟିଓ ଖୋର୍ଦ୍ଧା ୩, ଫୁଲବାଣୀ ୨, ଗଞ୍ଜାମ ୨, ଗଜପତି ୧, ଚଣ୍ଡିଖୋଲ ୨, ଏଆର୍‌ଟିଓ ରାଇରଙ୍ଗପୁର ୨, ବାଲେଶ୍ୱର ୫, ମୟୂରଭଞ୍ଜ ୧, ନୂଆପଡ଼ା ୧, କଳାହାଣ୍ଡି ୪ ଏବଂ ରାୟଗଡ଼ାରେ ୭ଟି ଗାଡ଼ି ଜବତ ହୋଇଛି। ଏସବୁ ସଂଖ୍ୟା ମିଶି ୬୦। ତେବେ ୧୫୩ଟି ମାମଲା ମଧ୍ୟରୁ ୯୩ଟି ମାମଲାରେ କୌଣସି କାରଣରୁ ଗାଡ଼ି ଜବତ ହୋଇପାରିନାହିଁ, କେବଳ ଚାଲାଣ କଟାଯାଇଛି। ସାରା ରାଜ୍ୟରେ ନାବାଳକ ଗାଡ଼ି ଚାଳକଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଅଭିଯାନ ଚାଲିଥିବା ବେଳେ ସୋମବାର ଅପରାହ୍ନ ୧ଟା ପର୍ଯ୍ୟନ୍ତ କେତେକ ଆର୍‌ଟିଓଙ୍କ ପକ୍ଷରୁ କୌଣସି ମାମଲା ରୁଜୁ ହୋଇପାରି ନ ଥିବା ଜଣାପଡ଼ିଛି। ସେଗୁଡ଼ିକ ହେଲା- ଜଗତ୍‌ସିଂହପୁର, ଭଦ୍ରକ ଓ ମାଲକାନଗିରି।
ଏସ୍‌ଟିଏର ଆଡିଶନାଲ କମିଶନର ଲାଲମୋହନ ସେଠୀ କହିଛନ୍ତି, ୮/୯ ବର୍ଷ ବୟସର ପିଲାଙ୍କୁ ମା’ବାପା ଗାଡ଼ି ଚଳାଇବାକୁ ଦେଉଛନ୍ତି। ସେମାନେ କେତେ ରିସ୍କ ନେଉଛନ୍ତି। ସେମାନେ ଗାଡ଼ି ଚଳାଉଥିବା ଦେଖି ଆମକୁ ଡର ଲାଗୁଛି। ଗତବର୍ଷ ଗାଡ଼ିଚାଳନା ବେଳେ ୧୭୨ ଜଣ ନାବାଳକଙ୍କ ମୃତ୍ୟୁ ହୋଇଛି। ନାବାଳକ ଗାଡ଼ି ଚାଳନାକୁ ରାଜ୍ୟ ପରିବହନ ବିଭାଗ ଅତ୍ୟନ୍ତ ଗୁରୁତର ସହ ଗ୍ରହଣ କରିଛି। ତେଣୁ ଆଗାମୀ ଦିନରେ ପ୍ରତି ମାସରେ ଏଭଳି ସ୍ବତନ୍ତ୍ର ଅଭିଯାନ ଜରିଆରେ ନାବାଳକ ଗାଡ଼ି ଚାଳକଙ୍କୁ ଧରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri