Posted inଜାତୀୟ

ଜଙ୍ଗଲରୁ ଉଦ୍ଧାର ହେଲେ ଆମେରିକୀୟ ମହିଳା

ମୁମ୍ବାଇ, ୩୦ା୭:ମହାରାଷ୍ଟ୍ର ସିନ୍ଧୁଦୁର୍ଗ ଜିଲାର ଏକ ଜଙ୍ଗଲରେ ଜଣେ ଆମେରିକୀୟ ମହିଳା(୫୦) ଚେନ୍‌ ଯୋଗେ ଏକ ଗଛରେ ବନ୍ଧା ହୋଇ ପଡ଼ିଥିବାବେଳେ ତାଙ୍କୁ ସୋମବାର ପୋଲିସ ଉଦ୍ଧାର କରିଛି। ଉକ୍ତ ଜଙ୍ଗଲ ନିକଟରେ ଥିବା ସୋନୁରଲି ଗ୍ରାମର ଜଣେ ମେଣ୍ଢା ଚରାଳି ମହିଳାଙ୍କ କାନ୍ଦ ଶୁଣିବାକୁ ପାଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ନିକଟସ୍ଥ ସାଓ୍ବନ୍ତଓ୍ବାଡ଼ି ଗୋଷ୍ଠୀ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରିଥିଲା। ମହିଳା ଜଣକ ମାନସିକ ଭାବେ ପୀଡ଼ିତ ଥିବା ନେଇ ଉକ୍ତ ହସ୍ପିଟାଲରେ ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର କହିଛନ୍ତି। ସେ କିଛି କହିବାକୁ ସକ୍ଷମ ହେଉ ନ ଥିବାବେଳେ ଏକ କାଗଜରେ ଲେଖି ନିଜ ସମସ୍ୟା ଜଣାଉଥିଲେ। ଘରୋଇ ଝଗଡ଼ା ପରେ ସ୍ବାମୀ ତାଙ୍କୁ ଗଛରେ ବାନ୍ଧି ଦେଇଥିଲେ ବୋଲି ଉକ୍ତ ମହିଳା କାଗଜରେ ଲେଖି ପୋଲିସକୁ ଜଣାଇଛନ୍ତି। ସେହିପରି ସେ ଗତ ୪୦ ଦିନ ଧରି କିଛି ଖାଇ ନ ଥିବା ମଧ୍ୟ ଲେଖିକରି ଜଣାଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ଏଫ୍‌ଆଇଆର୍‌ ରୁଜୁ ହୋଇ ନ ଥିବା ପୋଲିସ ସୂଚନା ଦେଇଛି। ଉକ୍ତ ମହିଳାଙ୍କ ନିକଟରୁ ଆମେରିକାର ପାସପୋର୍ଟ ଜବତ କରାଯାଇଛି। ଲଳିତା କାୟୀ କୁମାରୀ ଏସ୍‌ ନାମ୍ନୀ ଏହି ଆମେରିକୀୟ ମହିଳା ଗତ କିଛିବର୍ଷ ଧରି ତାମିଲନାଡ଼ୁରେ ରହୁଥିଲେ ବୋଲି ପୋଲିସ କହିଛି। ସେ ଗତ କିଛି ଦିନ ଧରି ଖାଇ ନ ଥିବାରୁ ଦୁର୍ବଳ ଅଛନ୍ତି, ତେଣୁ ବିବୃତି ଦେବା ସ୍ଥିତିରେ ନାହାନ୍ତି। ସିନ୍ଧୁଦୁର୍ଗ ଜିଲାରେ ଗତ ସପ୍ତାହେ ହେବ ଲଗାଣ ବର୍ଷା ଜାରି ରହିଥିବାବେଳେ ଏହି ମହିଳା ଜଣକ କେତେଦିନ ଧରି ଗଛରେ ବନ୍ଧା ହୋଇ ରହିଥିଲେ, ସେନେଇ ତଦନ୍ତ କରାଯାଉଥିବା ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?