ପାତ୍ରପୁର,୯ା୧(ଡି.ଏନ୍.ଏ.): କରୋନା କଟକଣା ଯୋଗୁ ଦୀର୍ଘଦିନ ଧରି ବନ୍ଦ ଥିବା ସ୍କୁଲ ଶୁକ୍ରବାର ଖୋଲିଛି। ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ସାମନ୍ତିଆପଲ୍ଲୀ ସ୍ଥିତ ପରାଙ୍କୁଶ ବିଦ୍ୟାପୀଠକୁ ୮୩ଜଣ ଦଶମ ଶ୍ରେଣୀ ଛାତ୍ରୀଛାତ୍ର ସକାଳ ୧୦ଟାରେ ଆସିଥିଲେ। ସେମାନଙ୍କ ସହ କେତେଜଣ ଅଭିଭାବକ ମଧ୍ୟ ଆସିଥିଲେ। ସ୍କୁଲ ପରିସର ସାନିଟାଇଜ୍ କରିବାକୁ ଅଭିଭାବକମାନେ ଜିଦ୍ ଧରିଥିଲେ। କରୋନାବେଳେ ରାଜ୍ୟ ବାହାରୁ ଆସିଥିବା ଶ୍ରମିକଙ୍କୁ ଏଠାରେ ରଖାଯାଇଥିବାରୁ ସାନିଟାଇଜ୍ ନହେଲେ ଆମ ପିଲାମାନଙ୍କୁ ଛାଡିବୁନାହିଁ ବୋଲି ଅଡି ବସିଥିଲେ। ଏନେଇ ସ୍କୁଲ ପ୍ରଶାସନ ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ପାଢ଼ୀ ଓ ବିଡ଼ିଓ ପ୍ରକାଶ ଚନ୍ଦ୍ର ଦାସଙ୍କୁ ଅବଗତ କରାଇଥିଲେ। ବିଡ଼ିଓ ଓ ବିଇଓ ପହଞ୍ଚତ୍ ଅଭିଭାବକଙ୍କୁ ବୁଝାଇଥିଲେ ମଧ୍ୟ ସେମାନେ ନ ମାନି ପିଲାଙ୍କୁ ନେଇ ଘରକୁ ଫେରିଯିବାକୁ ବାହାରିଥିଲେ। ପରେ ପାତ୍ରପୁର ଅଗ୍ନିଶମ ବାହୀନି ପହଞ୍ଚତ୍ ଶ୍ରେଣୀଗୃହ ସାନିଟାଇଜ୍ କରିଥିଲା। ମାତ୍ର ଡେସ୍କ, ବେଞ୍ଚରେ ବିଶୋଧିତ ପାଣି ପଡି ଓଦା ହୋଇଯିବାରୁ ଛାତ୍ରୀଛାତ୍ରମାନେ କ୍ଲାସ ନକରି ଘରକୁ ଫେରିଯାଇଥିଲେ।
Posted inଆମ ଜିଲା ଖବର, ଗଞ୍ଜାମ, ରାଜ୍ୟ View All
କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର
ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...
ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍ରେ ବ୍ରହ୍ମପୁର ବିଜୟୀ
ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...
ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ
କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...
ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା
ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...
ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ
ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...
ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ
ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...
ପୃଥକ ଦୁର୍ଘଟଣା: ଅଟୋ-ବାଇକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍
ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...
ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ
ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...
Archives


