କ୍ୟାନ୍‌ସର କରିଦେଲା ଅନାଥ

ଖଡ଼ିଆଳ,୧୮ା୭(ସୁଜିତ କୁମାର ପ୍ରଧାନ)- ପ୍ରଥମେ ମା’ ଓ ପରେ ବାପାଙ୍କୁ ହରାଇ ବେସାହାରା ହୋଇପଡିଛନ୍ତି ୨ବ ନାବାଳିକା। ବୃଦ୍ଧ ଜେଜେବାପା ଏବେ ସେମାନଙ୍କ ଭରସା। ଏଭଳି ଏରିଥି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ନେହେନା ଗ୍ରାମ ପଞ୍ଚାୟତ ଚିଚେର ଗାଁରେ।

ଏହି ଗ୍ରାମର ହିରାଲାଲ ବାଗ, ସ୍ତ୍ରୀ ନିରୁଦେଇ ବାଗ ଦୁଇ ନାବାଳିକା ୯ବର୍ଷର ପ୍ରମିଳା ଓ ୭ ବର୍ଷର ଦମୟନ୍ତୀଙ୍କୁ ଧରି ଦୁଃଖକଷ୍ଟରେ ଚଳୁଥିଲେ। ହେଲେ ହଠାତ୍‌ ଏହି ପରିବାର ଉପରକୁ ଯେପରି କଳାମେଘ ଘୋଟିଆସିଲା। ନିରୁଦେଇ ସ୍ତନ କର୍କଟ ରୋଗରେ ପୀଡିତ ହେଲେ। ହୀରାଲାଲ ଯାହାକିଛି ସମ୍ବଳ ଥିବା ବିକିଭାଙ୍ଗି ତାଙ୍କ ଚିକିତ୍ସା କରାଇଲେ। ହେଲେ ଅଧିକ ଚିକିତ୍ସା ସମ୍ଭବ ହୋଇ ନ ଥିଲା। ଶେଷରେ ୨୦୨୦ରେ ସେ ସବୁଦିନ ପାଇଁ ଆଖି ବୁଜିଲେ। ନାବାଳିକା ଦ୍ୱୟ ବାପାଙ୍କ ଭରସାରେ ଦିନ କାଟିଲେ। ଏପରି ସମୟରେ ହୀରାଲାଲ ଲିଭର କ୍ୟାନ୍‌ସର ରୋଗରେ ପୀଡିତ ହୋଇ ୨୦୨୩ରେ ଆରପାରିକୁ ଚାଲିଗଲେ।

ସେହି ଦିନଠାରୁ ଦୁଇ ନାବାଳିକା ମା’ବାପା ଛେଉଣ୍ଡ ହୋଇ ଜେଜେବାପା ଡମ୍ବରୁଧରଙ୍କ ସାହାରାରେ ଦିନ କାଟୁଛନ୍ତି। ଡମ୍ବରୁଧର ଜଣେ ଦିବ୍ୟାଙ୍ଗ। ଏକ ଦୁର୍ଘଟଣାରେ ସେ ତାଙ୍କ ବାମ ହାତ ହରାଇଛନ୍ତି। ନିଜେ ଚଳିବାକୁ ଅକ୍ଷମ। ଏମିତି ଅବସ୍ଥାରେ ସେ କିପରି ଦୁଇ ନାବାଳିକାଙ୍କ କଥା ବୁଝିବେ ତାକୁ ନେଇ ପ୍ରଶ୍ନ। ନାବାଳିକା ଦ୍ୱୟ ଗାଁ ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଓ ଦ୍ବିତୀୟ ଶ୍ରେଣୀରେ ପଢ଼ୁଛନ୍ତି। ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ହିଁ ତାଙ୍କୁ ବଞ୍ଚାଇ ରଖିଥିବା ଗାଁ ଲୋକେ କହନ୍ତି। ସରକାର ମା’ବାପା ଛେଉଣ୍ଡ ଦୁଇ ନାବାଳିକାଙ୍କ ଭରଣ ପୋଷଣ କରିବା ଜରୁରୀ ହୋଇପଡିଛି। ଖଡ଼ିଆଳ ତହସିଲଦାର ନରସିଂହ ଗଡ଼ବା ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସହାୟତାରେ ଦୁଇ ନାବାଳିକାଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri