ପାରାଦୀପ: ଘୋଷଣାରେ ଅଟକିଛି ବହୁ ପ୍ରକଳ୍ପ

ପାରାଦୀପ,୨ା୬(ସ୍ବ.ପ୍ର.): ଓଡ଼ିଶାର ଅର୍ଥନୈତିକ ମୁଖଶାଳା କୁହାଯାଉଥିବା ପାରାଦୀପ ବନ୍ଦର ଭିତ୍ତିକ ଶିଳ୍ପାଞ୍ଚଳରେ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ନୂତନ ପ୍ରକଳ୍ପ କରିବେ ବୋଲି ଘୋଷଣା କରୁଛନ୍ତି। ଏହି ଧାରା ୨୦୦୮ରୁ ଏ ପର୍ଯ୍ୟନ୍ତ ଚାଲିଛି। ପରିତାପର ବିଷୟ ହେଲା, ଉକ୍ତ ଘୋଷଣା ମଧ୍ୟରୁ କେତେକ ପ୍ରକଳ୍ପ ବନ୍ଦ ହୋଇଥିବା ବେଳେ ଆଉ କେତେଗୋଟି ଅନିଶ୍ଚିତତା ମଧ୍ୟରେ ରହିଛି। ୨୦୦୮ରେ ରାଜ୍ୟ ସରକାର ଘୋଷଣା କରିଥିଲେ ପାରାଦୀପରେ ଏକ ଅତ୍ୟାଧୁନିକ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ହେବ। ବିଶ୍ୱବ୍ୟାଙ୍କର ୪୩.୭୦ କୋଟି ଟଙ୍କା ଅଟକଳରେ ଏହା କରାଯିବ ବୋଲି କୁହାଯାଇଥିଲା।

ସେତେବେଳେ ବିଭାଗୀୟ ସଚିବଙ୍କଠାରୁ ଆରମ୍ଭ କରି ଅନ୍ୟ ଅଧିକାରୀ ଏକାଧିକ ବାର ପାରାଦୀପ ଗସ୍ତ କରି ଜାଗା ଚିହ୍ନଟ କରିଥିଲେ। ଏହା ମଧ୍ୟରେ ୧୩ବର୍ଷ ବିତି ଯାଇଥିଲେ ବି ସେହି ପ୍ରକଳ୍ପ ହୋଇନାହିଁ। କେବଳ ୩ଟି ମୋ ଖତ (ଏମ୍‌ସିସି, ମ୍ୟୁନିସିପାଲଟି କମ୍ପୋଷ୍ଟ ସେଣ୍ଟର)ହୋଇଛି। ୨୦୧୨ରେ ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ବିଭାଗ (ଏମ୍‌ଏସ୍‌ଏମ୍‌ଇ) ପକ୍ଷରୁ ଘୋଷଣା କରାଗଲା ପାରାଦୀପରେ ବିଶ୍ୱସ୍ତରୀୟ ଶୁଖୁଆ କ୍ଲଷ୍ଟର ହେବ। ଏଥିପାଇଁ ଏକାଧିକ ବାର ଗସ୍ତ ସମୀକ୍ଷା ବୈଠକ ଆଦି ହେଲା। ତାହା ଏ ପର୍ଯ୍ୟନ୍ତ ଶୀତଳଭଣ୍ଡାରରେ ରହିଛି। ୨୦୧୪ରେ ଏହି ଏମ୍‌ଏସ୍‌ଏମ୍‌ଇ ବିଭାଗ ପକ୍ଷରୁ ଘୋଷଣା କରାଗଲା ପାରାଦୀପରେ ଶତାଧିକ କ୍ଷୁଦ୍ର ଶିଳ୍ପ ହେବ। ଏଥିପାଇଁ ଏକ ଅଫିସ ମଧୁବନ ହାଉସିଂ ବୋର୍ଡଠାରେ ଖୋଲିଥିଲା। ୭ ଜଣ କର୍ମଚାରୀ ନିଯୁକ୍ତ ହେଲେ। ପ୍ରାୟ ୫ବର୍ଷ ଅଫିସ ଚାଲିବା ମଧ୍ୟରେ ଗୋଟିଏ ବି ଉଦ୍ୟୋଗୀ କରି ପାରି ନ ଥିଲା ଏହି ବିଭାଗ। ଶେଷରେ ୨୦୧୯ ମାର୍ଚ୍ଚରେ ଉକ୍ତ ଅଫିସ କଟକ ଜିଲାର ଚୌଦ୍ୱାରକୁ ସ୍ଥାନାନ୍ତର କରାଯାଇଥିଲା। ସେହିପରି ପିଡିଏ (ପାରାଦୀପ ଉନ୍ନୟନ କର୍ତ୍ତୃପକ୍ଷ)୨୦୧୨ ରେ ପାରାଦୀପଠାରୁ ରାହାମା ପର୍ଯ୍ୟନ୍ତ ୧୨୦ ରାଜସ୍ବ ଗ୍ରାମକୁ ନେଇ ସ୍ବତନ୍ତ୍ର ଅର୍ଥନୈତିକ କରିଡର ଘୋଷଣା କରିଥିଲେ। ଯାହାର ନାମ ଥିଲା ଭିଜନ ୨୦୩୦। ଅର୍ଥାତ ୨୦୩୦ ମସିହା ସୁଦ୍ଧା ପାରାଦୀପର ସ୍ବତନ୍ତ୍ର ବଜାର, ଟାଉନସିପ, ବସ୍‌ଷ୍ଟାଣ୍ଡ, ବିମାନ ବନ୍ଦର, ରେଲୱେ ଷ୍ଟେଶନ ଆଦି ନକ୍ସାରେ କରାଯାଇଛି। କିନ୍ତୁ ସେହି ପ୍ରକଳ୍ପ ଏବେ ଶିଥିଳ ଅବସ୍ଥାରେ ଅଛି। ଖୋଦ୍‌ ପିଡିଏ ପୌରପାଳିକା ପ୍ରଶାସନିକ ଭବନରେ ଆଶ୍ରୟ ନେଇଛି। ନିଜର ୧୦ ଏକର ଜାଗାରେ ଅଫିସ କରି ପାରିନାହିଁ। ଏମିତି ରାଜ୍ୟ ସରକାରଙ୍କ ଘୋଷଣାରେ ଆହୁରି ଅନେକ ରହିଛି। ଇଡ୍‌କୋର ବ୍ୟବସାୟିକ ପ୍ରତିଷ୍ଠାନ, ହୋଟେଲ, ପର୍ଯ୍ୟଟନ ଆଦି ବିଭିନ୍ନ ସମୟରେ ଘୋଷଣା କରାଯାଇଛି।

କେନ୍ଦ୍ର ସରକାର ପାରାଦୀପ ବନ୍ଦର ଓ ତୈଳ ବିଶୋଧନାଗାର ପ୍ରକଳ୍ପକୁ ଆଖି ଆଗରେ ରଖି ଅନେକ ଯୋଜନା ଘୋଷଣା କରିଥିଲେ ଏବଂ ଏବେ ବି କରାଯାଉଛି। ସେଗୁଡିକ ମଧ୍ୟରେ, ୨୦୧୨/୧୩ ବର୍ଷରେ କୁହାଗଲା ପାରାଦୀପର ବଗଦିଆଠାରେ ଏକ ଏଲଏନ୍‌ଜି ଟର୍ମିନାଲ ଓ ନିହାରୁଣୀଠାରେ ପ୍ଲାଷ୍ଟିକ ପାର୍କ ହେବ। ୨୦୧୪ରେ ଏନ୍‌ଡିଏ ସରକାର ଗଠନ ହେବା ପରେ ଏଲଏନ୍‌ଜି ଟର୍ମିନାଲ ଧାମରା ବନ୍ଦର ପାଖକୁ ସ୍ଥାନାନ୍ତର କରାଯାଇଥିଲା। ପ୍ଲାଷ୍ଟିକ ପାର୍କ ପାଇଁ ୨୦୧୫ରେ ଘୋଷଣା କରାଗଲା। ଏପରି କି କେତେକ କମ୍ପାନୀ କାମ ଆରମ୍ଭ କରିଥିଲେ। ଏବେସୁଦ୍ଧା ପ୍ରସ୍ତାବିତ ପ୍ଲାଷ୍ଟିକ ପାର୍କ ଅଞ୍ଚଳରେ ୩/୪ କମ୍ପାନୀ କେବଳ ଘର କରି ରହିଛନ୍ତି। ୨୦୧୩ରେ କୁହାଗଲା ପାରାଦୀପରେ ଏକ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ହେବ। ଉକ୍ତ ପ୍ରସଙ୍ଗ ୨୦୧୬ ପର୍ଯ୍ୟନ୍ତ ଏକାଧିକ ବାର ଘୋଷଣା ହେଲା। ୨୦୧୫ ଜୁଲାଇ ୧୦ରେ ତତ୍କାଳୀନ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ନିତୀନ ଗଡକରୀ ମଧ୍ୟ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ କଥା ଘୋଷଣା କରିଥିଲେ। ଯାହା ଏ ପର୍ଯ୍ୟନ୍ତ ହୋଇନାହିଁ। ସେହିପରି ଭିନ୍ନ ଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଓ ସଚିବମାନେ ପାରାଦୀପ ଗସ୍ତ ବେଳେ ବଡ ବଡ ଘୋଷଣା କରି ଖବର ଶିରୋନାମା ମଣ୍ଡନ କରିଥାନ୍ତି। ଯେଉଁଥିରେ ରହିଛି ଅବଲୁଣୀକରଣ ପ୍ରକଳ୍ପ। ସମୁଦ୍ର ଲୁଣି ପାଣିକୁ ଶୋଧନ କରାଯାଇ ମଧୁର ଜଳ କରାଯିବ। ଫଳରେ ମଧୁରଜଳ ସମସ୍ୟା ରହିବ ନାହିଁ। ସେହି ପ୍ରକଳ୍ପ ଏବେ ପ୍ରାୟ ବନ୍ଦ କହିଲେ ଚଳେ।

ଅଠରବାଙ୍କିଠାରୁ ଦୋଛକି ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ଟାଳିବା ପାଇଁ ୨୦୧୫ରେ ଘୋଷଣା ହୋଇଥିଲା ଫ୍ଲାଏଓଭର ହେବ। ଏ ପର୍ଯ୍ୟନ୍ତ ହୋଇନାହିଁ। ୨୦୧୩ରେ କୁହାଗଲା ଓଡ଼ିଶାର ସମସ୍ତ ଶିଳ୍ପ ପାରାଦୀପ ବନ୍ଦର ବାଟେ ପଣ୍ୟ କାରବାର କରିବେ। ଯାହା ଏ ପର୍ଯ୍ୟନ୍ତ ହୋଇନାହିଁ। ଅପରପକ୍ଷେ ପାରାଦୀପରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ୨୦୧୩ ରୁ ପାରାଦୀପ ବନ୍ଦରକୁ ଆଉ ପଣ୍ୟ ଆଣୁନାହିଁ। ୨୦୧୬ ଫେବୃୟାରୀ ୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାରାଦୀପ ତୈଳ ବିଶୋଧନାଗାର ଲୋକାର୍ପଣ ବେଳେ କହିଥିଲେ ପାରାଦୀପ ପୂର୍ବ ଭାରତର ବିକାଶ ପଥ ହେବ। ଯାହା ଏ ପର୍ଯ୍ୟନ୍ତ ସାକାର ହୋଇନାହିଁ। ୨୦୧୫ରେ ଘୋଷଣା ହେଲା ପାରାଦୀପକୁ ସ୍ମାର୍ଟ ଇଣ୍ଡଷ୍ଟ୍ରିଆଲ ପୋର୍ଟ ସିଟି। ଏ ପର୍ଯ୍ୟନ୍ତ ସ୍ମାର୍ଟ ପୋର୍ଟର କିଛି ଅଗ୍ରଗତି ହୋଇନାହିଁ କହିଲେ ଚଳେ। ବିଦ୍ୟୁତ୍‌ ସଙ୍କଟ ଭରଣା ପାଇଁ କୋଟିଏରୁ ଅଧିକ ଟଙ୍କା ବ୍ୟୟରେ କରାଯାଇଥିଲା ସୋଲାର ପ୍ରକଳ୍ପ। ତା ମଧ୍ୟ ଠିକ୍‌ରେ କାମରେ ଲାଗୁନି। ପାର୍କିଂ ସମସ୍ୟା ଟାଳିବା ପାଇଁ ୨୦୧୫ରେ ଘୋଷଣା ହେଲା ବିଶ୍ୱସ୍ତରୀୟ ଟର୍ମିନାଲ ଭୂତମୁଣ୍ଡାଇଠାରେ ହେବ। ଏ ପର୍ଯ୍ୟନ୍ତ ହୋଇନାହିଁ। ଡ୍ରେନେଜ ପାଣିକୁ ଶୋଧନ କରି ପୁନଃ ବ୍ୟବହାର କରିବାକୁ ୨୦୧୯ରୁ କରାଯାଇଛି ୩ଟି ଏସ୍‌ଟିପି(ସିୟୁ ୱେଜ୍‌ ଟ୍ରିଟମେଣ୍ଟ ପ୍ଲାଣ୍ଟ)। ଯାହା ଏ ପର୍ଯ୍ୟନ୍ତ ଠିକ୍‌ ଭାବେ କାମରେ ଲାଗୁନି। ଏମିତି ଅନେକ ତାଲିକା ରହିଛି। ଏହି ସମୟ ମଧ୍ୟରେ ଦୀପକ ଫର୍ଟିଲାଇଜର ପାଇଁ ଜମି ଅଧିଗ୍ରହଣ ସତ୍ତ୍ୱେ ତାହା ବନ୍ଦ ରହିଛି। ଏସାର ଷ୍ଟିଲ୍‌ କିଛି ବର୍ଷ ବନ୍ଦ ପରେ ବିକ୍ରି ହୋଇଛି। ବିୟର ଫ୍ୟାକ୍ଟ୍ରି ମଧ୍ୟ ୩ ବର୍ଷ ହେଲା ବନ୍ଦ ରହିଛି। ପୋସ୍କୋ କମ୍ପାନୀ ଫେରି ଯାଇଛି। ସେଠାରେ ଏବେ ଜେଏସ୍‌ଡବ୍ଲ୍ୟୁ କାରଖାନା କରିବ ବୋଲି ପ୍ରୟାସ ଆରମ୍ଭ କରିଛି। ପାରାଦୀପ ବନ୍ଦର ସମ୍ପର୍କିତ କେତେକ ନୂତନ ପ୍ରକଳ୍ପ ସମ୍ପର୍କରେ ଏକାଧିକ ବାର ଘୋଷଣା କରାଯାଇଛି। ଏପରିକି ଗୋଟିଏ ଲେଖା ପ୍ରକଳ୍ପକୁ ମନ୍ତ୍ରୀ ଓ ଅଧିକାରୀମାନେ ଏକାଧିକ ବାର ଲୋକାର୍ପଣ କରି ସାରିଲେଣି। ବର୍ଷକ ମଧ୍ୟରେ ଗତିଶକ୍ତି ଯୋଜନାରେ ହେବାକୁ ଥିବା ଫ୍ଲାଏଓଭର, କଣ୍ଟେନର ସ୍କାନର, ୱେଷ୍ଟର୍ଣ୍ଣ ଡକ୍‌ ସମ୍ପର୍କରେ ଭିନ୍ନ ଭିନ୍ନ ସମୟରେ ଘୋଷଣା କରାଯାଉଛି। ତାକୁ ସେତେବେଳେ ଗଣମାଧ୍ୟମ ମୁଖ୍ୟ ଖବର ଭାବେ ସ୍ଥାନିତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri