ଜବରଦଖଲରେ ପାରାଦୀପ ବନ୍ଦର ଟ୍ରଷ୍ଟ ଜମି

ଯାଜପୁର ଅଫିସ,୧୨ା୮:ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ବ୍ରହ୍ମପୁରଶାସନ ଗ୍ରାମରେ ରହିଥିବା ପାରାଦୀପ ବନ୍ଦର ଟ୍ରଷ୍ଟ(ପିପିଟି)ର ୩୪.୪୬ ଏକର ଜମି ଗତ ୧୦ ବର୍ଷ ହେଲା ଜବରଦଖଲରେ ରହିଛି। ଏହି ଜମିରେ ଫାର୍ମ ହାଉସ, କ୍ରଶର, ମୋରମ ଖାଦାନ ଇତ୍ୟାଦି ବେଆଇନ କାମ ଚାଲିଥିବା ଅଭିଯୋଗ ହୋଇଛି। ଏହାସହ ୧୪.୪୨ ଏକର ଜମିର ପତ୍ତା ମିଳୁନି। ଏହି କ୍ରମରେ ଜବରଦଖଲ ଜମିର ଉପଯୁକ୍ତ ତଦନ୍ତ କରି ସମ୍ପୃକ୍ତ ଜବରଦଖଲକାରୀ ଏବଂ ଏଥିରେ ସହଯୋଗୀ ପାଲଟିଥିବା ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା, ଜିତେନ୍ଦ୍ର ସାହୁ, ପ୍ରକାଶ ଦାସ ଓ ପ୍ରଦୀପ ପ୍ରଧାନ ଗୁରୁବାର ସିବିଆଇର ଦ୍ୱାରସ୍ଥ ହୋଇଛନ୍ତି।
ସୂଚନା ଅଧିକାର ଆଇନ(ଆରଟିଆଇ) ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ବ୍ରହ୍ମପୁରଶାସନ ଗ୍ରାମର ଖାତା ନଂ.୨୨ ଓ ପ୍ଲଟ ନଂ.୪୧୬, ୪୧୯, ୪୫୫, ୪୫୯ ଓ ୪୭୨ରେ ସମୁଦାୟ ୩୪.୪୬ ଏକର ଜମି ପାରାଦୀପ ବନ୍ଦର ଟ୍ରଷ୍ଟ ନାମରେ ରହିଛି। ତେବେ ଏଥିରୁ ୨୦.୦୪ ଏକର ଜମିକୁ ୧ା୧୧ା୨୦୦୭ରେ ଲାଇସେନ୍ସ ସୂତ୍ରରେ ୬ ବର୍ଷ ପାଇଁ ଶ୍ରୀବାସ ଜେନାଙ୍କୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ସେତେବେଳେ ଶ୍ରୀବାସ ଜେନାଙ୍କ ସହିତ କୌଣସି ଲିଜ୍‌ ଏଗ୍ରିମେଣ୍ଟ ହୋଇ ନ ଥିଲା। ତେବେ ଲାଇସେନ୍ସ ଚୁକ୍ତିର ଉଲ୍ଲଂଘନ କରିବାରୁ ୮ା୨ା୨୦୧୨ରେ ପାରାଦୀପ ବନ୍ଦର ଟ୍ରଷ୍ଟ କର୍ତ୍ତୃପକ୍ଷ ଜମି ନିଜ ହାତକୁ ନେଇ ଲାଇସେନ୍ସକୁ ବାତିଲ କରିଥିଲେ। ହେଲେ ବନ୍ଦର କର୍ତ୍ତୃପକ୍ଷ ଉକ୍ତ ଜମିରେ କୌଣସି କାର୍ଯ୍ୟ ନ କରିବାରୁ ଏଯାଏ ଜମି ଜେନାଙ୍କ କବ୍‌ଜାରେ ରହିଛି। ଏହାପରେ ଜେନା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବାରୁ ମାମଲା ଏବେ ବି ବିଚାରାଧୀନ ରହିଥିବା ଆରଟିଆଇ ତଥ୍ୟରେ ଦର୍ଶାଯାଇଛି। ଅନ୍ୟପକ୍ଷେ ବାକି ୧୪.୪୨ ଏକର ଜମି ଚିହ୍ନଟ ହୋଇ ପାରି ନ ଥିବାବେଳେ ତା’ର କୌଣସି ପତ୍ତା ମିଳୁନାହିଁ ବୋଲି ପାରାଦୀପ ବନ୍ଦର ଟ୍ରଷ୍ଟର ତକତ୍ାଳୀନ ସହକାରୀ ସମ୍ପାଦକ ଏ.କେ. ସାମଲ ଆରଟିଆଇ ତଥ୍ୟରେ ଉଲ୍ଲେଖ କରିଛନ୍ତି। ଏହି ମୂଲ୍ୟବାନ ଜମିକୁ କଳେବଳେ କୌଶଳେ କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ନିଜ ନାମରେ କରି ନେଇଥିବା ଅଭିଯୋଗ ହୋଇଛି। ଏହି ବେଆଇନ କାରବାରରେ କେତେଜଣ ସରକାରୀ ଅଧିକାରୀଙ୍କ ସମ୍ପୃକ୍ତି ରହିଛି ବୋଲି ସୂଚନା ଅଧିକାର କର୍ମୀ ବେହୁରା ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଶାହା କମିଶନଙ୍କ ରିପୋର୍ଟ ଆଧାରରେ ଯାଜପୁର ଓ କେନ୍ଦୁଝର ଜିଲାର ବିପୁଳ ପରିମାଣର ଖଣିଜ ଦ୍ରବ୍ୟ ଲୁଟ୍‌ ହୋଇ ପାରାଦୀପ ବନ୍ଦର ଯୋଗେ ଦେଶ ବାହାରକୁ ରପ୍ତାନି ହେଉଥିଲା। ଏନେଇ କମିଶନ ୨୦୧୦-୧୧ରେ ରାଜ୍ୟ ସରକାରଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିବା ପରେ ସମ୍ପୃକ୍ତ ଖଣି କମ୍ପାନୀ କର୍ତ୍ତୃପକ୍ଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜରିମାନା ଆଦାୟ କରାଯାଇଥିଲା। ସିବିଆଇକୁ ଦେଇଥିବା ସ୍ମାରକପତ୍ରରେ ଦର୍ଶାଯାଇଛି, ଲାଇସେନ୍ସ ଚୁକ୍ତି ଖାରଜ ହେବା ପରେ ବି ଦଖଲ ଜମିକୁ ବନ୍ଦର କର୍ତ୍ତୃପକ୍ଷ ନିଜ ଅଧୀନକୁ ନେଇ ପାରି ନ ଥିଲେ। ବନ୍ଦର କର୍ତ୍ତୃପକ୍ଷ ଏବଂ ତହସିଲ ପ୍ରଶାସନର ମିଳିତ ସହଯୋଗରେ ଏହି ଜମିରୁ ବିପୁଳ ପରିମାଣର ମୋରମ ଲୁଟ୍‌ ହୋଇଥିବା ସହ ବ୍ୟବସାୟିକ ଅନୁଷ୍ଠାନ ଓ କ୍ରଶର ୟୁନିଟ୍‌ ଗଢ଼ି ଉଠିଛି । ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କ ମତାମତ ନେବାକୁ ଗୁରୁବାର ସନ୍ଧ୍ୟା ୬ଟା୨୫ରେ ତାଙ୍କ ମୋବାଇଲ ନମ୍ବରକୁ ଯୋଗାଯୋଗ କରିଥିଲେ ହେଁ ସେ ଫୋନ୍‌ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri