ପରବ ମହୋତ୍ସବ ଲାଗି ପ୍ରଶାସନର ବଡ଼ ପ୍ରସ୍ତୁତି

କୋରାପୁଟ,୨୪ା୧୦(ଅମିତାଭ ବେହେରା): କୋରାପୁଟ ସଦ୍‌ଭାବନା ସଭାଗୃହରେ ଜିଲାର ଆଦିବାସୀ ମହୋତ୍ସବ ପରବ ପାଳନ ନେଇ ପ୍ରସ୍ତୁତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଜିଲାର ଲକ୍ଷ୍ମୀପୁର ବ୍ଲକ୍‌ର କୁଟୁଣୀପଦରରୁ ନଭେମ୍ବର ୧୨ରେ ପରବ ଆରମ୍ଭ ହେବ ବୋଲି ଏଥିରେ ନିଷ୍ପତ୍ତି ହୋଇଛି।

ଜିଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ କୋରାପୁଟ ବିଧାୟକ ରଘୁରାମ ମାଛ, ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡ଼ାମ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା, ଆଇଏଏସ୍‌ ପ୍ରୋବେଶନାରି ସନ୍ତୋଷ କୁମାର ପାତ୍ର, ଜିଲା ପରିଷଦ ସଭାପତି ସସ୍ମିତା ମେଲେକା, ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ଏସ୍‌ପି ରୋହିତ ବର୍ମା, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, ଉପଜିଲାପାଳ ପ୍ରେମଲାଲ ହିଆଲ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ସ୍ନେହପ୍ରଭା ମାଝୀ, ଜିଲା ମଙ୍ଗଳ ଅଧିକାରୀ ସୁନୀଲ ତାଣ୍ଡି, ତହସିଲଦାର ଶୟଦ ସବିର ସାହା, ଏମ୍‌ପିଙ୍କ ପ୍ରତିନିଧି ମନୋଜ ଆଚାର୍ଯ୍ୟ ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

କୁଟୁଣୀପଦର ଶିବମନ୍ଦିରରୁ ପରବ ୨୦୨୫ ଶୁଭାରମ୍ଭ କରାଯିବ ବୋଲି ସୂଚନା ରହିଛି। ଜିଲାର ସମସ୍ତ ପଞ୍ଚାୟତରେ ନଭେମ୍ବର ୧୩ରୁ ୨୩ ଯାଏ ପାଳନ ହେବ। ବ୍ଲକ୍‌ ଓ ସହରାଞ୍ଚଳରେ ନଭେମ୍ବର ୨୪ରୁ ଡିସେମ୍ବର ୪ ଯାଏ ପାଳନ କରାଯିବ।

କୋରାପୁଟ ପୌର ପରିଷଦ ଅନ୍ତର୍ଗତ ପରବ ପଡ଼ିଆରେ ଡିସେମ୍ବର ୧୮ରୁ ୨୨ ଯାଏ ଜିଲାସ୍ତରୀୟ ପରବ ଉତ୍ସବ ପାଳନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଜିଲାସ୍ତରୀୟ ପରବରେ ପଲ୍ଲିଶ୍ରୀ ଓ ଖାଦ୍ୟ ମେଳାର ଆୟୋଜନ କରାଯାଇ ନୂତନ ଭାବେ ଫୁଲ ପ୍ରଦର୍ଶନୀ କରିବାକୁ ନିଷ୍ପତ୍ତି ହୋଇଛି। ଜିଲା ସଂସ୍କୃତି ଅଧିକାରୀ ସୂର୍ଯ୍ୟକାନ୍ତ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲା କୁକୁର ମାମଲା: ମେନକା ଗାନ୍ଧୀଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଉଠାଇଲେ ଏପରି ପ୍ରଶ୍ନ

ନୂଆଦିଲ୍ଲୀ,୨୦ା୧: ବୁଲା କୁକୁର ମାମଲାରେ ପ୍ରାଣୀ ଅଧିକାର କର୍ମୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀଙ୍କୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି। ଏକ ପଡକାଷ୍ଟରେ...

ବନ୍ଦ ହୋଇଯିବ ୫୦୦ଟଙ୍କିଆ ନୋଟ? ଜାଣି ନିଅନ୍ତୁ ବଡ଼ ସୂଚନା

ନୂଆଦିଲ୍ଲୀ,୨୦।୧: ଦେଶର ବ୍ୟାଙ୍କିଙ୍ଗ ନିୟାମକ, ଭାରତୀୟ ରିଜର୍ଭ ବ୍ୟାଙ୍କ, ସରକାରଙ୍କ ସହଯୋଗରେ ପୁଣି ଥରେ ବିମୁଦ୍ରାକରଣ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି କି? ପ୍ରାୟ ଏକ ଦଶନ୍ଧି...

ପାଳ ଗଦା ନିଆଁରେ ମହିଳା ଜୀବନ୍ତ ଦଗ୍ଧ

ପାରାଦୀପ,୨୦।୧(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ପିପ୍ପଳ ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଘର ପଛ ପଟେ ରୋଷେଇ...

ଅଟୋକୁ ଧକ୍କା ଦେଲା ଅକ୍ଷୟ କୁମାରଙ୍କ ଗାଡି: ମୋଟାଅଙ୍କର କ୍ଷତିପୂରଣ ଦାବି କଲେ ଅଟୋ ଡ୍ରାଇଭରଙ୍କ ଭାଇ!

ମୁମ୍ବାଇ,୨୦।୧: ମୁମ୍ବାଇର ଜୁହୁ ଅଞ୍ଚଳରେ ସୋମବାର ରାତିରେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସୁରକ୍ଷା ଥିବା ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣା ପରେ...

ବଢିଲା ଅଡୁଆ: ଜେଲର, ଅଧୀକ୍ଷକଙ୍କୁ ଏକ୍ସପ୍ଲାନେଶନ ଚିଠି

କଟକ,୨୦।୧: ଚୌଦ୍ୱାର ଜେଲ ପୂର୍ବତନ ଜେଲର ଏବଂ ଅଧୀକ୍ଷକଙ୍କ କଳି ଏବେ ପଦାରେ ପଡିଛି। ଘଟଣାକୁ ନେଇ କ୍ୟାମେରା ଆଗରେ ଉତ୍ତର ରଖିଛନ୍ତି DIG ବୀରେନ...

ଏହି କ୍ରିକେଟର୍‌ଙ୍କୁ ଟାର୍ଗେଟ କଲେ କୋହଲିଙ୍କ ଭାଇ: କହିଲେ, କରିବା ଅପେକ୍ଷା କହିବା ସହଜ

ନୂଆଦିଲ୍ଲୀ,୨୦।୧: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲିଙ୍କ ଭାଇ ବିକାଶ କୋହଲି ପୁଣି ଥରେ ପୂର୍ବତନ ଭାରତୀୟ କ୍ରିକେଟର ଏବଂ ପ୍ରସିଦ୍ଧ ଭାଷ୍ୟକାର ସଞ୍ଜୟ ମାଞ୍ଜରେକରଙ୍କୁ...

ଚା’ ବଦଳରେ ସକାଳୁ ଏଥିରୁ ପିଅନ୍ତୁ ଗୋଟିଏ ଗ୍ଲାସ, ଉପକାରିତା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ: ଅଧିକାଂଶ ଭାରତୀୟଙ୍କ ସକାଳ ଗରମ ଚା’ ସହିତ ଆରମ୍ଭ ହୁଏ। ତଥାପି, ଖାଲି ପେଟରେ ଚା ପିଇବା ସ୍ବାସ୍ଥ୍ୟକର ନୁହେଁ। ଯଦି ଆପଣ ଏକ...

ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହେଲା ନମ୍ବର ବିହୀନ ସ୍କର୍ପିଓ ଗାଡ଼ି, ଘଟଣାସ୍ଥଳରେ ନଥିଲେ କେହି…

ମୋହନା, ୨୦।୧( ମନ୍ମଥ ମିଶ୍ର ): ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହେଲା ନମ୍ବର ବିହୀନ ସ୍କର୍ପିଓ ଗାଡ଼ି। ଗଜପତି ଜିଲା ମୋହନା ଥାନା ଚନ୍ଦ୍ରଗିରି ନିକଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri