ମାଡ଼ି ଆସୁଛି ବାତ୍ୟା ମୋନ୍ଥା, ନାଁ ପଛର କାରଣ ଜାଣିଲେ ହେବେ ତାଜୁବ

ଭୁବନେଶ୍ୱର,୨୪।୧୦: ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି ଯେ ସମ୍ଭାବ୍ୟ ବାତ୍ୟା ୨୭ ସକାଳେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ । ବଙ୍ଗୋପସାଗରରେ ଆସୁଛି ବାତ୍ୟା । ୨୭ ସକାଳେ ବାତ୍ୟାର ରୂପ ନେବ ଲଘୁଚାପ । ସ୍ପଷ୍ଟ କଲା ଭାରତୀୟ ପାଣିପାଗ ବିଭାଗ । ଆନ୍ଧ୍ର ଉପକୂଳ ଅତିକ୍ରମ କରିବା ସମ୍ଭାବନା । ୭୦ରୁ ୭୫ କିମି ରହିପାରେ ପବନର ବେଗ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ ।

୨୬ରେ ଅବପାତ ପରେ ଗଭୀର ଅବପାତ ସମ୍ଭାବନା ରହିଛି। ଗଭୀର ଅବପାତ ପରେ ବାତ୍ୟା ସମ୍ଭାବନା । ତୀବ୍ର ଅବପାତ କିମ୍ବା ଛୋଟ ଧରଣର ବାତ୍ୟା ସମ୍ଭାବନା । କେନ୍ଦ୍ରୀୟ କିମ୍ବା ଉତ୍ତର ଆନ୍ଧ୍ର ଦେଇ ସ୍ଥଳଭାଗ ଛୁଇଁବ । ବାତ୍ୟାର ରୂପ ନେବା ପରେ ଓଡ଼ିଶାରେ ବଡ଼ ପ୍ରଭାବ । ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ୮୦ କିଲୋମିଟର ବେଗରେ ପବନ ବହିପାରେ। କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକରେ ଭୟଙ୍କର ବର୍ଷା ଆଶଙ୍କା ରହିଛି । ନୟାଗଡ଼, ଖୋର୍ଦ୍ଧା ଓ ପୁରୀକୁ ମଧ୍ୟ ଆଲର୍ଟ କରାଗଲା । ଗଞ୍ଜାମ, ଗଜପତି ଓ ରାୟଗଡ଼ାରେ ବି ପ୍ରଶାସନକୁ ସଜାଗ କରାଗଲା ।

ତେବେ କାହିଁକି ବାତ୍ୟାର ନାମ ‘ମୋନ୍ଥା’(Montha) ରଖାଯାଇଛି। ଏହାର ଅର୍ଥ କଣ, କେଉଁଠାରୁ ଆସିଲା ରିପୋର୍ଟ ଅନୁସାରେ, ଥାଇଲାଣ୍ଡ ଏହାର ନାମକରଣ କରିଛି ‘ମୋନ୍ଥା’। ଥାଇଲାଣ୍ଡ ଦ୍ୱାରା ପ୍ରସ୍ତାବିତ MONTHA ନାମର ଅର୍ଥ ଥାଇ ଭାଷାରେ “ସୁଗନ୍ଧିତ ଫୁଲ” କିମ୍ୱା “ସୁନ୍ଦର ଫୁଲ” । ଝଡ଼ର ସହଜ ଚିହ୍ନଟକୁ ସୁଗମ କରିବା ଓ ପାଣିପାଗ ସମ୍ବନ୍ଧୀୟ ବିପଦ ବିଷୟରେ ଜନସାଧାରଣଙ୍କ ସଚେତନତାକୁ ବଢାଇବା ଲକ୍ଷ୍ୟରେ ଟ୍ରପିକାଲ ସାଇକ୍ଲୋନନ ପାଇଁ ଏକ ଆନ୍ତର୍ଜାତୀୟ ନାମକରଣ ବ୍ୟବସ୍ଥାର ଏକ ଅଂଶ ଭାବରେ ଥାଇଲାଣ୍ଡ ଏହା ପ୍ରସ୍ତାବ ଦେଇଥିଲା।

ବିଶ୍ୱ ପାଣିପାଗ ବିଭାଗ (WMO) ସମଗ୍ର ବିଶ୍ୱରେ ସାଇକ୍ଲୋନ୍ ନାମ ସ୍ଥିର କରିଥାଏ। WMOର ଏକ ଆନ୍ତର୍ଜାତୀୟ କମିଟି ସାଇକ୍ଲୋନ୍‌ର ନାମ ପରିଚାଳନା ଓ ଅପଡେଟ୍ କରେ। ଭାରତ ସମେତ ୧୩ଟି ଦେଶ ଏସିଆ ପ୍ରଶାନ୍ତ ମହାସାଗରରେ ଘୂର୍ଣ୍ଣିବଳୟର ନାମ ସ୍ଥିର କରନ୍ତି। ଭାରତ ବ୍ୟତୀତ ଏହି ଦେଶଗୁଡ଼ିକରେ ଇରାନ, ମାଲଦ୍ୱୀପ, ଥାଇଲ୍ୟାଣ୍ଡ, ସଂଯୁକ୍ତ ଆରବ ଏମିରେଟ୍ସ, ମିଆଁମାର, ଓମାନ, ପାକିସ୍ଥାନ, କାତାର, ସାଉଦି ଆରବ, ଶ୍ରୀଲଙ୍କା ଓ ୟେମେନ ଅନ୍ତର୍ଭୁକ୍ତ।


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri