Categories: ଫୁରସତ

ଶୋଷ ବେଳେ ଏମିତି ପାଣି ପିଉଛି ପାରା, ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ କାର ଉପରେ ପାରାକୁ ଦେଖିବାକୁ ମିଳୁଛି। ପାରାଟିକୁ ଶୋଷ ହେଉଥିବା ବେଳେ ଜଣେ ବ୍ୟକ୍ତି ପାଇପ୍‌ରେ ତାକୁ ପାଣି ପକାଉଛନ୍ତି। ସେ ସେଠାରୁ ପାଣି ପିଇ ଖୁସି ହେଉଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।

 

Share