ପୁଣି ଅଚଳ ହେଲା ପେଣ୍ଟୋଗ୍ରାଫ୍‌, ରୁଟ୍‌ରେ ଅଟକିଲା ଏକ୍ସପ୍ରେସ୍‌

ରାୟଗଡ଼ା,୧୯ା୪: ରାଉରକେଲାରୁ ଜଗଦଲପୁର ଯାଉଥିବା ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ୍‌ ଇଞ୍ଜିନର ପେଣ୍ଟୋଗ୍ରାଫ୍‌ କାଶୀପୁର ବ୍ଲକର ଲେଲିଗୁମ୍ବା ରାଉଳି ନିକଟରେ ଅଚଳ ହେବା ଯୋଗୁ କେ.ଆର ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛ। ଶନିବାର ଭୋର୍‌ରୁ ଏପରି ହୋଇଥିବା ଜଣାପଡ଼ିଛି। ଇଣ୍ଟରସିଟି ଏକ୍ସପ୍ରେସ୍‌ ଲେଲିଗୁମ୍ମା ରାଉଳି ମଧ୍ୟରେ ଅଟକି ରହିଥିବା ବେଳେ ଭୁବନେଶ୍ବରରୁ ଜଗଦଲପୁର ଯାଉଥିବା ଲେଲିଗୁମାଠାରେ ଅଟକି ରହିଥିବା ସୂଚନାରୁ ଜଣାପଡ଼ିଛି। ଏହି ଅଞ୍ଚଳରେ ମୋବାଇଲ ନେଟ୍‌ଓ୍ବର୍କ ଠିକ୍‌ରେ କାର୍ଯ୍ୟ କରୁ ନ ଥିବାରୁ ସଠିକ୍‌ ତଥ୍ୟ ମିଳିପାରିନାହିଁ। ୩ଘଣ୍ଟାରୁ ଊର୍ଦ୍ଧ୍ୱ ହେଲାଣି ଏହି ରୁଟ୍‌ରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇପଡ଼ିଛି। ସକାଳୁ ସକାଳୁ ଏଭଳି ଘଟଣା ହୋଇଥିବାରୁ ଯାତ୍ରୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଟ୍ରେନ ଇଞ୍ଜିନକୁ ବିଦ୍ୟୁତ୍‌ ଯୋଗାଣ ନ ହେବା ଯୋଗୁ ଟ୍ରେନ୍‌ ଆଗକୁ ଆଉ ଗଡ଼ି ପାରି ନ ଥିଲା ବୋଲି ଜଣେ ରେଳବାଇ କର୍ମଚାରୀ ପ୍ରକାଶ କରିଛନ୍ତି। ବିଦ୍ୟୁତ ଲାଇନ୍‌ ସହ ଟ୍ରେନ୍‌କୁ ସଂଯୋଗ କରୁଥିବା ପେଣ୍ଟୋଗ୍ରାଫ୍‌ ଅଚଳ ହୋଇପଡ଼ିବାରୁ ଇଞ୍ଜିନ ଅଚଳ ହୋଇପଡ଼ିଥିବା ଜଣାପଡ଼ିଛି। ଓଭର ହେଡେଡ୍‌ ଇଲେକ୍ଟ୍ରିକାଲ ଇକ୍ୟୁପମେଣ୍ଟ ଜରିଆରେ ବିଦ୍ୟୁତ୍‌ ଲାଇନରୁ ଟ୍ରେନ୍‌ ଇଞ୍ଜିନକୁ ବିଦ୍ୟୁତ ଯୋଗାଉଥିବା ପେଣ୍ଟୋଗ୍ରାଫ୍‌ ଅଚଳ ହୋଇପଡ଼ିବାରୁ ବିଦ୍ୟୁତ୍‌ ଯୋଗାଣ ବନ୍ଦ ହୋଇଯିବା ଫଳରେ ଏଭଳି ହୋଇଥିବା ରାୟଗଡ଼ା ଷ୍ଟେଶନ ପ୍ରବନ୍ଧକ ପ୍ରକାଶ କରିଛନ୍ତି । ରେଳବାଇ ବିଭାଗର ଟେକ୍‌ନିକାଲ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଏହାକୁ ମରାମତି କରୁଥିବା ସୂଚନାରୁ ଜଣାପଡ଼ିଛି। ଗତ କାଲି ସନ୍ଧ୍ୟାରେ ଜୟପୁର କୋରାପୁଟ ରୁଟ୍‌ରେ ଥିବା ଜରଟି ନିକଟରେ ଏକ ମାଲବାହୀ ଟ୍ରେନ୍‌ର ପେଣ୍ଟୋଗ୍ରାଫ ଅଚଳ ହେବାରୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇ ଟ୍ରେନ୍‌ ଚଳାଚଳ ବିଳମ୍ବିତ ହୋଇଥିଲା। ୧୨ ଘଣ୍ଟା ମଧ୍ୟରେ ଏହି ରୁଟ୍‌ରେ ଦୁଇ ଦୁଇଟି ଟ୍ରେନ୍‌ର ପେଣ୍ଟୋଗ୍ରାଫ୍‌ ଅଚଳ ହେବା ଘଟଣା ରେଳ ବିଭାଗକୁ ଚିନ୍ତାରେ ପକାଇବା ସହ ଯାତ୍ରୀମାନେ ଭୟଭୀତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। ଏହି ରୁଟ୍‌ରେ ପେଣ୍ଟୋଗ୍ରାଫ୍‌ କାହିଁକି ଅଚଳ ହେଲା ସେନେଇ ବିଭାଗ ତରଫରୁ ତଦନ୍ତ ଚାଲିଛି ବୋଲି ରାୟଗଡ଼ା ଷ୍ଟେଶନ ପ୍ରବନ୍ଧକ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଖବର ଲେଖିବା ବେଳକୁ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇ ନ ଥିବା ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ଯାତ୍ରା କରୁଥିବା ଯାତ୍ରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋର୍ମୁଜରେ ଫସିଗଲା ଭାରତର ୨୨ ଜାହାଜ, ୬ LPG ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୧୫।୩; ପଶ୍ଚିମ ଏସିଆରେ ସଂଘର୍ଷ ଯୋଗୁଁ ସୃଷ୍ଟି ହୋଇଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି। ଭାରତ ମଧ୍ୟ ଏହାର ପ୍ରଭାବ ଅନୁଭବ କରିଛି। ବିଶେଷକରି, ହରମୁଜ…

ଯୁଦ୍ଧରେ ପୁଟିନଙ୍କ ଏଣ୍ଟ୍ରି? ଆମେରିକା ଆଖି ଆଗରେ ଖାମେନେଇଙ୍କୁ ନେଇଗଲା ରୁଷିଆ!

ମସ୍କୋ,୧୫।୩: ଏପର୍ଯ୍ୟନ୍ତ, ସମ୍ଭାବ୍ୟ ଇରାନ-ଆମେରିକା ସଂଘର୍ଷରେ ରୁଷିଆର ଭୂମିକା ସମ୍ପର୍କରେ ଆଲୋଚନା କେବଳ କଳ୍ପନାଜଳ୍ପନା ହୋଇ ରହିଥିଲା; ତଥାପି, ଏକ ନୂତନ ରିପୋର୍ଟ ଏବେ ସାମ୍ନାକୁ ଆସିଛି…

ତଳଆମ୍ବପଦରରେ ରକ୍ତାକ୍ତ ସଂଘର୍ଷ: ୨୧ ଜଣ ଗିରଫ, ବିଧାନସଭାରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ

ଥୁଆମୂଳ ରାମପୁର,୧୫।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ତଳଆମ୍ବପଦର ଗ୍ରାମରେ ସିଜିମାଳି ଖଣି ଖନନକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିବାଦ ଉଗ୍ର…

LPG ପରେ ଏବେ ଇଲେକ୍ଟ୍ରିକୁ ନେଇ ସରକାରଙ୍କ ବଡ଼ ଘୋଷଣା, ପଡିବ ବଡ଼ ପ୍ରଭାବ

ନୂଆଦିଲ୍‌ଲୀ,୧୫।୩: LPG ଏବଂ PNG ନିୟମରେ ପରିବର୍ତ୍ତନ ପରେ, କେନ୍ଦ୍ର ସରକାର ବର୍ତ୍ତମାନ ବିଦ୍ୟୁତ ନିୟନ୍ତ୍ରଣ ନିୟମରେ ପ୍ରମୁଖ ସଂଶୋଧନ ଘୋଷଣା କରିଛନ୍ତି। ଏହି ପରିବର୍ତ୍ତନଗୁଡ଼ିକ ବ୍ୟକ୍ତି,…

ବ୍ୟବସାୟ କରିବାକୁ ଯାଉଥିଲେ, ସକାଳୁ ଘଟିଲା ବଡ଼ ଦୁର୍ଘଟଣା

ଭଞ୍ଜନଗର,୧୫।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବଡକୋଦଣ୍ଡା ଛକ ନିକଟରେ ରବିବାର ସକାଳେ ଏକ ଡାଲା ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଚାଳକ ଗୋପାଳ…

ଯୁଦ୍ଧ ହେଲା ଭୟଙ୍କର: ସରକାରୀ କର୍ମଚାରୀଙ୍କ କଟିବ ଦରମା, ସରକାର ନେଲେ ବଡ଼ ନିଷ୍ପତ୍ତି

ଇସଲାମବାଦ,୧୫।୩: ମଧ୍ୟପ୍ରାଚ୍ୟ ଯୁଦ୍ଧରେ କେବଳ ଗୋଟିଏ ଦେଶରେ ନୁହେଁ ସାରା ବିଶ୍ୱରେ ପଡିଛି ବଡ଼ ପ୍ରଭାବ । ଏବେ ଖବର ଆସିଛି ଯେ ଯୁଦ୍ଧ ଯୋଗୁ କେବଳ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏବେ ଏମାନଙ୍କୁ ମିଳିବ ନାହିଁ କମର୍ସିଆଲ LPG ସିଲିଣ୍ଡର…

ନୂଆଦିଲ୍‌ଲୀ,୧୫।୩: ରାଜ୍ୟ ସରକାର ଏଲପିଜି ସଙ୍କଟ ଭିତରେ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ବାଣିଜି୍ୟକ ସିଲିଣ୍ଡର ବଣ୍ଟନ ପାଇଁ ଏକ ନୀତି ଜାରି କରିଛନ୍ତି। ଏହି ନୀତି…

ସ୍ତ୍ରୀ, ବୋହୂ ,ନାତୁଣୀଙ୍କୁ ହତ୍ୟା ଘଟଣା : ମେଡିକାଲରେ ଅଭିଯୁକ୍ତଙ୍କ ମୃତ୍ୟୁ 

ଦେବଗଡ଼,୧୫।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ଗରିଆପାଲି ଗ୍ରାମରେ ଟ୍ରିପଲ ମର୍ଡର ଘଟଣାର ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି। ସେ ବିଷ ଖାଇ ଗୁରୁତର ଥିବାରୁ ବୁର୍ଲା ମେଡିକାଲରେ …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri