Posted inଜାତୀୟ

ପୁଣି ବିଷ ଓଗାଳିଲେ ପନ୍ନୁ: ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧମକ

ଚଣ୍ଡିଗଡ,୧୫।୨: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗବନ୍ତ ମାନଙ୍କୁ ଧମକ ଦିଆଯାଇଛି। ଏହି ଧମକ ଅନ୍ୟ କେହି ନୁହେଁ ବରଂ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁ ଦେଇଛନ୍ତି। ଆତଙ୍କବାଦୀ ପନ୍ନୁ ପୁଣି ଥରେ ଦେଶ ବିରୋଧରେ ବିଷ ଓଗାଳିଛନ୍ତି। ନିଷିଦ୍ଧ ସଂଗଠନ ଶିଖ ଫର ଜଷ୍ଟିସର ମୁଖ୍ୟ ଗୁରୁପତୱନ୍ତ ପନ୍ନୁ ପୁଣିଥରେ ପଞ୍ଜାବର ଜଳନ୍ଧରର ନାକୋଦର ସହରରେ ଖଲିସ୍ତାନକୁ ସମର୍ଥନ କରି ପୋଷ୍ଟର ଲଗାଇଛନ୍ତି। ନାକୋଦରର ଗୋଟିଏ ନୁହେଁ ବରଂ ଚାରୋଟି ସ୍ଥାନରେ ଏହି ପୋଷ୍ଟରଗୁଡ଼ିକ ଲଗାଯାଇଛି। ଷ୍ଟେଟ ପବ୍ଲିକ ସ୍କୁଲ, ଗୁରୁ ନାନକ ନ୍ୟାଶନାଲ କଲେଜ, ଡକ୍ଟର ଆମ୍ବେଦକର ଚୌକ, ନାକୋଦର ଏବଂ ଆଦର୍ଶ କଲୋନି ନାକୋଦରରେ ଖଲିସ୍ତାନି ପୋଷ୍ଟର ଦେଖିବାକୁ ମିଳିଛି। ସୂଚନା ମିଳିବା ମାତ୍ରେ ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି।
ଆତଙ୍କବାଦୀ ପନ୍ନୁ ଏହି ସମ୍ପୂର୍ଣ୍ଣ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି ଏବଂ ଏଥିରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ମଧ୍ୟ ଧମକ ଦେଇଛନ୍ତି। ଭାଇରାଲ ଭିଡିଓରେ କୁହାଯାଉଛି ଯେ, ଜଳନ୍ଧରର ନାକୋଦରରେ ୪ଟି ସ୍ଥାନରେ ଖଲିସ୍ତାନି ପୋଷ୍ଟର ଲଗାଯାଇଛି। ବହୁତ ଦିନ ପରେ, ଏହି ଆତଙ୍କବାଦୀ ସଂଗଠନ ପୋଷ୍ଟର ବ୍ୟବହାର କରିଛି। ଭିଡିଓରେ ଦାବି କରାଯାଇଛି ଯେ, ତାଙ୍କ ସହଯୋଗୀମାନେ ଚାରୋଟି ସ୍ଥାନରେ ପୋଷ୍ଟର ଲଗାଇଛନ୍ତି। ଭିଡିଓରେ ପନ୍ନୁ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବା ସମୟରେ ପଞ୍ଜାବରେ ଏହି ଖାଲିସ୍ତାନି ପୋଷ୍ଟର ଲଗାଯାଇଛି।

ପନ୍ନୁ ଏହି ଭିଡିଓରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ମଧ୍ୟ ଧମକ ଦେଇଛନ୍ତି। ସେ କହିଛନ୍ତି, ତାଙ୍କର ରାଜନୈତିକ ଯାତ୍ରାର ଶେଷ ସାତୋଜ ଗ୍ରାମରୁ ଆରମ୍ଭ ହୋଇଛି। ସେମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ବେଅନ୍ତ ସିଂହଙ୍କୁ ମନେ ରଖିବା ଉଚିତ। ଯେଉଁମାନେ ଖଲିସ୍ତାନର ପୋଷ୍ଟର ଲଗାଇବେ, ସେମାନେ ମଧ୍ୟ ଅସ୍ତ୍ର ଉଠାଇ ପାରିବେ।

 


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ଜାପାନରରେ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ,୮।୧୨: ସୋମବାର ଜାପାନର ଉତ୍ତର ଉପକୂଳରେ ଏକ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି, ଯାହାପରେ ଜାପାନ ପାଣିପାଗ ଏଜେନ୍ସି (JMA) ପକ୍ଷରୁ ସୁନାମି...

ନବଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ, ମହଙ୍ଗା ପଡିଲା ‘୫୦୦ କୋଟି’ ମନ୍ତବ୍ୟ

ନୂଆଦିଲ୍ଲୀ,୮।୧୨: ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ‘୫୦୦ କୋଟି ଟଙ୍କାର ସୁଟକେସ୍’ ନେଇଥାଏ ବୋଲି ଅଭିଯୋଗ କରି ରାଜନୈତିକ ବିବାଦ ସୃଷ୍ଟି କରିଥିବା ପଞ୍ଜାବ କଂଗ୍ରେସ...

ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ ମୂଲ୍ୟ ଘୋଷଣା କଲେ ମସ୍କ: ମାସିକ ଖର୍ଚ୍ଚ ଏତିକି ଟଙ୍କା

ନୂଆଦିଲ୍ଲୀ,୮।୧୨: ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri