ପୁଣି ମାଡି ଆସୁଛି କି ବିପଦ, ଏଥରବି  କ’ଣ ସତ ହେବ ପଞ୍ଜିକା ଭବିଷ୍ୟବାଣୀ? ପ୍ରଳୟର ରୂପନେବ….

ପୁଣି ମାଡି ଆସୁଛି କି ବିପଦ? ସତ ହେବକି  ପଞ୍ଜିକା ଭବିଷ୍ୟବାଣୀ। ବାତ୍ୟା ପରେ ପୁଣି ନଭେମ୍ବରରେ ହେବକି ଭୂମିକମ୍ପ। ଥରିବକି ପୃଥ୍ବୀବୀ। ତେବେ କେବଳ ଭୂମିକମ୍ପ ନୁହେଁ ତୁଷାରପାତ, ଭୂସ୍ଖଳନ ଦ୍ୱାରା ବହୁ ଧନଜୀବନ କ୍ଷୟକ୍ଷତିର  ଆଶଙ୍କା କରୁଛି ଖଡ଼ିରତ୍ନ ପଞ୍ଜିକା।
ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ବଡ଼ କଥା ହେଉଛି। ନିକଟରେ ଓଡ଼ିଶାକୁ ଆସିଥିବା ବାତ୍ୟା ଦାନାକୁ ନେଇ ଭବିଷ୍ୟବାଣୀ କରିଥିଲା ପଞ୍ଜିକା।  ଖଡ଼ିରତ୍ନ ପାଞ୍ଜିରେ ଓଡ଼ିଶାକୁ ବାତ୍ୟା ଆସିବା ନେଇ ଉଲ୍ଲେଖ କରାଯାଇଥିଲା। ତାହା ମଧ୍ୟ ଭାଇରାଲ ହୋଇଥିଲା। ପରେ ଏହି ପାଞ୍ଜିର ଭବିଷ୍ୟବାଣୀ ସତ ସାବ୍ୟସ୍ତ ହୋଇଥିଲା । ଆଉ ଉପକୂଳ ଓଡ଼ିଶାରେ  ମାଡ଼ ହୋଇଥିଲା ଭୀଷଣ ଦାନା । ଏବେ ଓଡ଼ିଶାକୁ ଭୂମିକମ୍ପ ଭୟ ଥିବାନେଇ ସେହି ଖଡିରତ୍ନ ପାଞ୍ଜିରେ ଉଲ୍ଲେଖ ରହିଛି । ତେବେ ଏହା କେତେ ସତ ସାବ୍ୟସ୍ତ ହେବ ତାହା ସମୟ କହିବ।
ପାଞ୍ଜି ଅନୁଯାୟୀ,  ନଭେମ୍ବର ମାସରେ ରାଜ୍ୟକୁ ଲଘୁଚାପ ବୃଷ୍ଟି ସମେତ ଭୂମିକମ୍ପ ହେବା ନେଇ ଉଲ୍ଲେଖ ରହିଛି । ପାଞ୍ଜିରେ ଲେଖାଅଛି ଯେ, ନଭେମ୍ବର ତା ୧୭ରୁ ତା୨୨ ମଧ୍ୟରେ ନଭେମ୍ବର ତା ୨୫ରୁ ତା୨୯ ମଧ୍ୟରେ ଡିସେମ୍ବର ତା୩ରୁ ୭ମଧ୍ୟରେ ଏବଂ ଡିସେମ୍ବର ତା୧୦ରୁ ତା୧୫ ମଧ୍ୟରେ ଲଘୁବଳୟ ଲଘୁଚାପ ବୃଷ୍ଟିପାତ ତୁଷାରପାତ ଭୂସ୍ଖଳନ ତଥା ଭୂମିକମ୍ପ ଦ୍ୱାରା ବହୁ ଧନଜୀବନ କ୍ଷୟକ୍ଷତିର ଆଣଶଙ୍କା ରହିଛି। ଏହି ମାସରେ ପାଞ୍ଚ ଶନିବାର ଏବଂ ପାଞ୍ଚ ରବିବାର ଭୋଗ ହେଉଅଛି । ଯାହାଦ୍ୱାରା ଓଡ଼ିଶା  ଆସାମ, ମେଘାଳୟ, ପଶ୍ଚିମବଙ୍ଗ, ପ୍ରଭୃତି ରାଜ୍ୟମାନଙ୍କରେ ଭୂମିକମ୍ପ ,ଭୂସ୍ଖଳନ, ଅଗ୍ନିଦାହ ତଥା ଦୁର୍ଘଟଣାରେ ବହୁ କ୍ଷୟକ୍ଷତି ସହ ଦୈନନ୍ଦିନ ସାମଗ୍ରୀ ମୂଲ୍ୟବୃଦ୍ଧି ଘଟିବାର ସମ୍ଭାବନା ଥିବା ପାଞ୍ଜିରେ ଉଲ୍ଲେଖ ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

ସିକେ ନାଇଡୁ ଟ୍ରଫି: ଓଡ଼ିଶା-ବେଙ୍ଗଲ ମୁକାବିଲା

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ଆସନ୍ତା ୬ତାରିଖରୁ ବରଗଡ଼ କ୍ରିଷ୍ଣା ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ  ଓଡ଼ିଶା-ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ବୟସ ସି.କେ. ନାଇଡୁ ଟ୍ରଫିର ଇଲାଇଟ୍‌ ଗ୍ରୁପ…

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ, ମୃତଦେହ ଜବତ

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି…

‘ମନବଳ ଦୃଢ଼ ହେଲେ ହାରିବ କ୍ୟାନସର’

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ବିଶ୍ୱ କର୍କଟ ଦିବସ ଅବସରରେ ବୁଧବାର ବରଗଡ଼ ଫାଇଟର୍ସ ଗ୍ରୁପ୍‌ ପକ୍ଷରୁ ଏକ କର୍କଟ ସଚେତନତା ପଦଯାତ୍ରା ଓ ସଭା ଆୟୋଜିତ ହୋଇଯାଇଛି। ଏହି…

ବାପାଙ୍କୁ ଥଣ୍ଡା ପାନୀୟରେ ପାଇଖାନା ସଫା ଏସିଡ୍‌ ମିଶାଇ ପିଇବାକୁ ଦେଲେ ପୁଅ, ପରେ ପନିକିରେ ଗଳାକାଟି…

ବିଷମକଟକ,୪ା୨(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ସହରର ବ୍ରାହ୍ମଣ ସାହି ଅଞ୍ଚଳରେ ଘଟିଥିବା ଏକ ନିର୍ମମ ହତ୍ୟାକାଣ୍ଡ ସାରା ଅଞ୍ଚଳକୁ ଚକିତ କରିଦେଇଛି। ନିଜ ବାପାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri