ସଜେଇ ହେଉଛି ପାଣିକୋଇଲି ବଜାର

ପାଣିକୋଇଲି,୧୧ା୯(ବିକାଶ ମଲ୍ଲିକ): ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ପୂଜା ପାଇବାକୁ ଓହ୍ଲାଇ ଆସିବେ ଗଜାନନ। ଏଥିଲାଗି ସଜେଇ ହେଉଛି ପାଣିକୋଇଲି ବଜାର। ଦୋଳ ମେଲଣ ପରେ ଗଜାନନଙ୍କ ପୂଜା ପାଣିକୋଇଲିର ଅନ୍ୟତମ ଗଣପର୍ବ ହୋଇଥିବାବେଳେ ଏଥି ଲାଗି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ୧୯୫୭ରୁ ପାଣିକୋଇଲି ଅଞ୍ଚଳର ଦିବଂଗତ ଜନନେତା କିଶୋର ଚନ୍ଦ୍ର ମଲ୍ଲିକ ଏଠାରେ ଗଜାନନଙ୍କ ପୂଜା ଆରମ୍ଭ କରିଥିଲେ। ସେବେଠାରୁ ବହୁ ଘାତପ୍ରତିଘାତ ସତ୍ତ୍ୱେ ଉକ୍ତ ପୂଜାକୁ ବଞ୍ଚାଇ ରଖିଛନ୍ତି ପାଣିକୋଇଲି ବଜାରର ବ୍ୟବସାୟୀ ଓ ସ୍ଥାନୀୟ ଯୁବକମାନେ। ଆଗରୁ ବଜାର ଉପରେ ଅସ୍ଥାୟୀ ତମ୍ବୁତଳେ ପୂଜା ହେଉଥିବା ବେଳେ ବର୍ତ୍ତମାନ ତାହା ବଜାରର ମଧ୍ୟସ୍ଥଳୀରେ ଥିବା ମା’ତାରିଣୀଙ୍କ ମନ୍ଦିରରେ ଆୟୋଜିତ ହେଉଛି। ପ୍ରତ୍ୟେକ ବର୍ଷ ଜାକଜମକରେ ପାଳନ କରାଯାଉଥିବା ଗଜାନନଙ୍କ ପୂଜାଚଳିତ ବର୍ଷ ମଧ୍ୟ ଶୃଙ୍ଖଳାର ସହିତ ପାଳନ କରାଯିବ। ଏଥିଲାଗି ସୁଦୃଶ ତୋରଣ ସହିତ ଆକର୍ଷଣୀୟ ମାଟିର ପ୍ରତିମାଙ୍କ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ପୂଜା ପାଳନ ଲାଗି ଦିନ ରାତି ଏକ କରିଦେଇଛନ୍ତି ସ୍ଥାନୀୟ ଗଣେଶ କମିଟିର ସଦସ୍ୟ ତଥା ବଜାରର ସମସ୍ତ ବ୍ୟବସାୟୀ। ଚଳିତ ବର୍ଷ ପୂଜା ୧୯ ତାରିଖରେ ଆରମ୍ଭ ହେବ। ୨୩ ତାରିଖରେ ଭସାଣ ଉତ୍ସବ ଅନୁଷ୍ଠିତ ହେବ ବୋଲି କମିଟି ସଭାପତି ଦିଲୀପ କୁମାର ନାୟକ, ଉପସଭାପତି ନଟବର ଦଳାଇ, ସମ୍ପାଦକ ବିଜନ ଧଳ, ବଳରାମ ସାହୁ, ବିଶ୍ୱନାଥ ଆଇଚ, ପୁରୁଷୋତ୍ତମ ସାହୁ, ଦୀପକ ପରିଡ଼ା, ରାଜନ୍ଦ୍ର ବେହେରା, ସଞ୍ଜୟ ଦଳେଇ, ଅଜୟ ଧଳ, ଗଣେଶ ମଲ୍ଲିକ, କପିଳେଶ୍ୱର ରଣା, ସରୋଜ ପଣ୍ଡା, ଅକ୍ଷୟ ସାହୁ, ଅମର ଆଇଚ, ରାଜେନ୍ଦ୍ର ଦଳାଇ, ପ୍ରତାପ ସାହୁ, ଶ୍ରୀରାମ କବି, ସତ୍ୟବ୍ରତ ସାହୁ, ବୈଳାସ ବେହେରା, ସୌମ୍ୟରଞ୍ଜନ ପରିଡ଼ା, ସନ୍ତୋଷ ଜେନା, ଦୀପକ ନାୟକ, ନାରାୟଣ ଦଳାଇ, ଜ୍ୟୋତିପ୍ରକାଶ ମଲ୍ଲିକ ଓ ପ୍ରଭାକର ପଣ୍ଡା ପ୍ରମୁଖ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri