ସାରା ବିଶ୍ୱରେ ଖେଳିଗଲା ଆତଙ୍କ: ଆଉ ୨ ଦେଶକୁ ବ୍ୟାପିଲା ଚାଇନାର ଏଚ୍‌ଏମ୍‌ପିଭି ଭାଇରସ୍‌

ବେଜିଂ,୬।୧: କୋଭିଡ-୧୯ ମହାମାରୀର ପ୍ରାୟ ୫ ବର୍ଷ ପରେ ଚାଇନାଏକ ନୂତନ ସ୍ବାସ୍ଥ୍ୟ ସଙ୍କଟ ଦେଇ ଗତି କରୁଛି। ଏଥର ଚାଇନାରେ ହ୍ୟୁମାନ ମେଟାପ୍ନୁମୋଭାଇରସ (ଏଚ୍‌ଏମ୍‌ପିଭି) ଭାଇରସ୍‌ ଦ୍ରୁତ ଗତିରେ ବ୍ୟାପିବା ଆରମ୍ଭ କରିଛି। କେବଳ ଚାଇନାରେ ନୁହେଁ ପଡୋଶୀ ଦେଶରେ ମଧ୍ୟ ଏହି ଭାଇରସ୍‌ ରିପୋର୍ଟ କରାଯାଉଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଏହି ଭାଇରସ୍‌ ବିସ୍ତାର ବିଷୟରେ କୌଣସି ଆନୁଷ୍ଠାନିକ ବିବୃତ୍ତି ଦେଇନାହିଁ। ଅନେକ ଦେଶ ନିଜ ନାଗରିକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଉଛନ୍ତି।

ମାଲେସିଆରେ ଏଚ୍‌ଏମ୍‌ପିଭି ଭାଇରସ୍‌ର କିଛି ରିପୋର୍ଟ ହେବା ପରେ ତୁରନ୍ତ ସତର୍କତା ଅବଲମ୍ବନ କରିବାକୁ ସରକାର ପରାମର୍ଶ ଦେଇଛନ୍ତି। ଏହି ଭାଇରସ୍‌ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ମାଲେସିଆର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଲୋକଙ୍କୁ ନିର୍ଦ୍ଦେଶ ଦେଇଛି। ମନ୍ତ୍ରଣାଳୟ ଲୋକଙ୍କୁ ସାବୁନରେ ବାରମ୍ବାର ହାତ ଧୋଇବା, ମାସ୍କ ପିନ୍ଧିବା ଏବଂ କାଶ କିମ୍ବା ଛିଙ୍କିବା ସମୟରେ ପାଟି ଏବଂ ନାକକୁ ଘୋଡାଇବାକୁ ପରାମର୍ଶ ଦେଇଛି।

ଚାଇନାରର ପଡୋଶୀ ଦେଶ ହଂକଂରେ ମଧ୍ୟ ଏଚ୍‌ଏମ୍‌ପିଭି ଭାଇରସ୍‌ ବ୍ୟାପିବାରେ ଲାଗିଛି। ଏହି ଭାଇରସ୍‌ ମୁଖ୍ୟତଃ ଶ୍ୱାସକ୍ରିୟାକୁ ପ୍ରଭାବିତ କରିଥାଏ ଏବଂ ଏହାର ଲକ୍ଷଣ ସାଧାରଣ ଥଣ୍ଡା ପରି ଅଟେ। ଗୁରୁତର ଅବସ୍ଥାରେ ଏହା ବ୍ରୋଙ୍କାଇଟିସ କିମ୍ବା ନିମୋନିଆର କାରଣ ହୋଇପାରେ। ବିଶେଷଜ୍ଞଙ୍କ ଅନୁଯାୟୀ, ଏହା ଏକ ଏଭଳି ରୋଗ, ଯାହା ଥଣ୍ଡା କିମ୍ବା ଫ୍ଲୁ ଭଳି ଲକ୍ଷଣ ସହିତ ଆସିଥାଏ। ତଥାପି, ଏହା ଶିଶୁ ଏବଂ ବୃଦ୍ଧମାନଙ୍କ କ୍ଷେତ୍ରରେ ଅଧିକ ଗମ୍ଭୀର ରୂପ ନେଇପାରେ।
ଏଚ୍‌ଏମ୍‌ପିଭି ଭାଇରସ ଏକ ନୂତନ ଭାଇରସ ନୁହେଁ। ଏହା ପ୍ରଥମେ ୨୦୦୧ରେ ଆବିଷ୍କୃତ ହୋଇଥିଲା ଏବଂ ସେବେଠାରୁ ଏହା ବିଭିନ୍ନ କ୍ଷେତ୍ରରେ ଅନେକ ଥର ଦେଖାଯାଇଥିଲା। ବିଶେଷକରି ଶୀତ ଋତୁରେ ଏହି ଭାଇରସ୍‌ ଅଧିକ ସକ୍ରିୟ ଥାଏ। ଯଦିଓ ସମସ୍ତ ବୟସର ଲୋକମାନେ ଏହି ଜୀବାଣୁ ଦ୍ୱାରା ପ୍ରଭାବିତ ହୋଇପାରନ୍ତି, ଏହା ଶିଶୁ ଏବଂ ବୃଦ୍ଧମାନଙ୍କ ପାଇଁ ଅଧିକ ବିପଜ୍ଜନକ ପ୍ରମାଣିତ ହୋଇପାରେ। ବିଶେଷଜ୍ଞମାନେ ଏହାକୁ ମହାମାରୀର ବିପଦ ଭାବରେ ଦେଖନ୍ତି ନାହିଁ। କିନ୍ତୁ କୋଭିଡ-୧୯ର ଅଭିଜ୍ଞତା ପରେ, ଏଚ୍‌ଏମ୍‌ପିଭିର ବୃଦ୍ଧି ମାମଲା ସରକାର ଏବଂ ସ୍ବାସ୍ଥ୍ୟ ଅଧିକାରୀଙ୍କ ଚିନ୍ତା ବଢାଇ ଦେଇଛି ।
ମାଲେସିଆ ପରି ଅନେକ ଦେଶ ନିଜ ନାଗରିକଙ୍କୁ ସତର୍କତା ଅବଲମ୍ବନ କରିବାକୁ କହୁଛନ୍ତି। ଜନସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା ଏବଂ ଜନଗହଳି ପୂର୍ଣ୍ଣ ସ୍ଥାନରୁ ଦୂରରେ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଏହା ଧ୍ୟାନ ଦେବା ଜରୁରୀ ଯେ, ଡବ୍ଲୁଏଚ୍‌ଓ ଏପର୍ଯ୍ୟନ୍ତ ଏଚ୍‌ଏମ୍‌ପିଭି ସମ୍ବନ୍ଧରେ କୌଣସି ସରକାରୀ ଚେତାବନୀ ଦେଇନାହିଁ, କିନ୍ତୁ ଏହାକୁ ରୋକିବା ପାଇଁ ବ୍ୟକ୍ତିଗତ ଏବଂ ସାମୂହିକ ସ୍ତରରେ ସତର୍କତା ଅବଲମ୍ବନ କରିବା ଜରୁରୀ।

 


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri