ତବଲା ବାଜୁଥିବା ଯାଏ ମନେରହିବେ…

ପଣ୍ଡିତ ଉମେଶ ଚନ୍ଦ୍ର କର। ତବଲା ବାଦନରେ ସେ ଥିଲେ ଅଦ୍ୱିତୀୟ। ତାଙ୍କ ତବଲା ଧ୍ୱନି ଶ୍ରୋତାଙ୍କୁ ଝୁମାଉଥିଲା। ଆଉ ନୃତ୍ୟ, ସଙ୍ଗୀତରେ ଜୀବନ ଭରୁଥିଲା। କେବଳ ରାଜ୍ୟ ନୁହେଁ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସେ ନିଜର ସ୍ବତନ୍ତ୍ର କଳା ଚାତୁରି ମାଧ୍ୟମରେ ବେଶ୍‌ ପ୍ରତିଷ୍ଠିତ ହୋଇପାରିଥିଲେ। ତାଙ୍କ ବିୟୋଗରେ କଳାଜଗତରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି। ତବଲା ବାଜୁଥିବା ଯାଏ ପଣ୍ଡିତ କର ମନେ ରହିଥିବେ ବୋଲି ଶୁଭେଚ୍ଛୁ ଓ କଳାପ୍ରେମୀମାନେ କହିଛନ୍ତି।

ସଙ୍ଗୀତ ମହାବିଦ୍ୟାଳୟରେ ଶେଷ କାର୍ଯ୍ୟକ୍ରମ

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ପ୍ରାଧ୍ୟାପକ ଓ ପରବର୍ତ୍ତୀ ସମୟରେ ଅଧ୍ୟକ୍ଷ ଥିଲେ ପଣ୍ଡିତ ଉମେଶ ଚନ୍ଦ୍ର କର। ଏପରିକି ଜୀବନର ଶେଷ ପର୍ଯ୍ୟନ୍ତ ସେ ଏହି ସଙ୍ଗୀତ ମହାବିଦ୍ୟାଳୟ ସହ ଜଡିତ ରହିଥିଲେ। ଗୁରୁବାର ଶେଷ ନିଃଶ୍ୱାସ ତ୍ୟାଗ କରିବା ପୂର୍ବରୁ ବୁଧବାର ସଙ୍ଗୀତ ମହାବିଦ୍ୟାଳୟରେ ଆୟୋଜିତ ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ମଧ୍ୟ ସେ ଯୋଗ ଦେଇଥିଲେ। ଏହା ତାଙ୍କ ଜୀବନର ଶେଷ କାର୍ଯ୍ୟକ୍ରମ ଥିଲା। ତେବେ ତାଙ୍କର ଏପରି ବିୟୋଗକୁ ପ୍ରଥମେ ସହଜରେ କେହି ବିଶ୍ୱାସ କରିପାରି ନ ଥିଲେ।

ଦେଶର ପ୍ରତିଷ୍ଠିତ ତବଲା ବାଦକ ଥିଲେ
କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତବର୍ଷରେ ପଣ୍ଡିତ କର ଥିଲେ ଜଣେ ପ୍ରତିଷ୍ଠିତ କଳାକାର, ଦବଲ ବାଦକ। ଏଥିସହ ରାଜ୍ୟର ସଂସ୍କୃତିକୁ ପ୍ରତିଷ୍ଠା କରିବାରେ ତାଙ୍କର ଅବଦାନ ଅତୁଳନୀୟ ଥିଲା। ବାହାର କଳାକାରମାନେ ତାଙ୍କ ପାଖରେ ଆସି ରହୁଥିଲେ। ପଣ୍ଡିତ କର ସେମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରୁଥିଲେ। ସଙ୍ଗୀତ ମହାବିଦ୍ୟାଳୟର ଶେଷ କାର୍ଯ୍ୟକ୍ରମରେ ଯୋଗଦେଇ ସେ ବହୁତ ଖୁସି ହୋଇଥିଲେ। ଅସୁସ୍ଥ ଥିବାରୁ ବେଶି କହିବାକୁ ଦେଇ ନ ଥିଲୁ। ତବଲା ବାଦନରେ ସେ ଥିଲେ ଅଦ୍ୱିତୀୟ। ତାଙ୍କ ପରଲୋକ କଳା ଜଗତରେ ଏକ ଅପୂରଣୀୟ କ୍ଷତି।
– ବିଜୟ ଜେନା, ସଙ୍ଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ
ତାଙ୍କ ସ୍ଥାନ କେହି ପୂରଣ କରିପାରିବେ ନାହିଁ
ପଣ୍ଡିତ ଉମେଶ ଚନ୍ଦ୍ର କର ବିର୍‌ଜୁ ମହାରାଜଙ୍କଠାରୁ ଆରମ୍ଭ କରି ଅନେକ ପ୍ରତିଷ୍ଠିତ କଳାକାରଙ୍କ ସହ ସେ ତବଲା ବାଦନ କରିଥିଲେ। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ସେ ଦୀର୍ଘଦିନ ଧରି ଅଧ୍ୟାପନା କରିଥିଲେ। ତାଙ୍କ ହାତରେ ରାଜ୍ୟର ହଜାର ହଜାର କଳାକାର ଆଜି ପ୍ରତିଷ୍ଠା ଲାଭ କରିଛନ୍ତି। ତାଙ୍କ ସ୍ଥାନ କେହି ପୂରଣ କରି ପାରିବେ ନାହିଁ।
– ଧୀର ମଲ୍ଲିକ, ନାଟ୍ୟ ନିର୍ଦ୍ଦେଶକ
ଉପଯୁକ୍ତ ସମ୍ମାନ ମିଳିଲା ନାହିଁ
ସେ ମୋ ଗୁରୁ। ୪୦ବର୍ଷ ଧରି ମୁଁ ତାଙ୍କ ସହ ଜଡ଼ିତ। ତାଙ୍କର ମୋ ଉପରେ ବହୁତ ବିଶ୍ୱାସ ଥିଲା। ଆମ ସମ୍ପର୍କ କେବଳ ଗୁରୁ ଶିଷ୍ୟ ନୁହେଁ, ବାପା ପୁଅର ସମ୍ପର୍କ ଥିଲା। ଅତ୍ୟନ୍ତ ଅମାୟିକ ବ୍ୟକ୍ତିତ୍ୱ ଥିଲେ। ବିଶ୍ୱରେ ତବଲା ବାଦନ କ୍ଷେତ୍ରରେ ଥିବା ବ୍ୟକ୍ତିତ୍ୱଙ୍କ ମଧ୍ୟରେ ସେ ଥିଲେ ଅନନ୍ୟ। ଦୁଃଖର କଥା ଏଭଳି ଜଣେ ପ୍ରତିଷ୍ଠିତ ଓ ବିରଳ ବ୍ୟକ୍ତିତ୍ୱଙ୍କ ପ୍ରତିଭାକୁ ସରକାର ଜାଣିପାରିଲେ ନାହିଁ। ବଞ୍ଚତ୍ଥିବା ସମୟରେ ତାଙ୍କୁ ଅବହେଳା କରାଯାଇଛି। ତାଙ୍କୁ କୌଣସି ରାଷ୍ଟ୍ରୀୟ ସମ୍ମାନ ଦିଆଯାଇନାହିଁ। ଏ ନେଇ ସେ ଅନେକ ଥର କ୍ଷୋଭ ମଧ୍ୟ ପ୍ରକାଶ କରିଛନ୍ତି। ବିଶ୍ୱସ୍ତରରେ ପ୍ରତିଷ୍ଠିତ ଏଭଳି ବ୍ୟକ୍ତିତ୍ୱଙ୍କୁ ଉପଯୁକ୍ତ ସମ୍ମାନ ନ ମିଳିବା ଅତ୍ୟନ୍ତ ଦୁଃଖର କଥା।
– ଡ.ସୁଶୀଲ କୁମାର ପଟ୍ଟନାୟକ, ସଙ୍ଗୀତ ବିଭାଗ ମୁଖ୍ୟ, ରମାଦେବୀ ମହାବିଦ୍ୟାଳୟ

 


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri