ଆଜି ଅନୁଗୋଳରେ ପାଣ୍ଡିଆନଙ୍କ ରୋଡ୍‌ ଶୋ

ଅନୁଗୋଳ,୧୩ା୫(ଅମିତ କୁମାର ସାମଲ): ୫-ଟି ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ସୋମବାର ଅନୁଗୋଳ ଜିଲାରେ ଦଳୀୟ ନିର୍ବାଚନ ପ୍ରଚାରର ମଙ୍ଗ ଧରିବେ। ଅପରାହ୍ନ ସାଢ଼େ ୩ଟାରେ ସେ ପାଲଲହଡ଼ା ନିର୍ବାଚନମଣ୍ଡଳୀରେ ପହଞ୍ଚି ସାଧାରଣ ସଭାରେ ଯୋଗଦେବେ। ପରେ ତାଳଚେରରେ ଏକ ସାଧାରଣ ସଭାସାରି ଅନୁଗୋଳ ଆସି ରୋଡ୍‌ ଶୋ’ କରିବେ। ଅନୁଗୋଳରେ ୩ରୁ ସାଢ଼େ ୩ ଘଣ୍ଟାର ରୋଡ୍‌ ଶୋ’ ରହିଥିବା ବିଜେଡିର ସହ ପର୍ଯ୍ୟବେକ୍ଷକ କୁନ ବିହାରୀ ଦାସ ସୂଚନା ଦେଇଛନ୍ତି। ସେହିପରି ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଆଠମଲ୍ଲିକ ଓ ଛେଣ୍ଡିପଦା ନିର୍ବାଚନମଣ୍ଡଳୀରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି।
୫-ଟି ଅଧ୍ୟକ୍ଷ ତଥା ବିଜେଡି ନେତା ପାଣ୍ଡିଆନ ଅପରାହ୍ନ ସାଢ଼େ ୩ଟାରେ ପାଲଲହଡ଼ା ନିର୍ବାଚନମଣ୍ଡଳୀର ରେଙ୍ଗାଳି ପଡ଼ିଆରେ ପହଞ୍ଚତ୍ବେ। ସେଠାରେ ସେ ସାଧାରଣ ସଭାରେ ଉଦ୍‌ବୋଧନ ଦେବା ସହ ବିଜେଡି ବିଧାୟକ ପ୍ରାର୍ଥୀ ଓ ଏମ୍‌ପି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ। ପରେ ତାଳଚେର ନିର୍ବାଚନମଣ୍ଡଳୀର ହାଣ୍ଡିଧୁଆଠାରେ ଅପରାହ୍ନ ସାଢ଼େ ୪ଟାରେ ପହଞ୍ଚତ୍ ସାଧାରଣ ସଭାରେ ଯୋଗଦେଇ ବିଧାୟକ ପ୍ରାର୍ଥୀ ଓ ଏମ୍‌ପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ସେଠାରୁ କାର୍ଯ୍ୟକ୍ରମ ସାରି ଅନୁଗୋଳ ନିର୍ବାଚନମଣ୍ଡଳୀରେ ସାଢ଼େ ୫ଟାରେ ପହଞ୍ଚତ୍ବେ। କିଛି ସମୟର ବିଶ୍ରାମ ପରେ ରେଭିନ୍ୟୁ କଲୋନୀ ନିକଟରୁ ରୋଡ୍‌ ଶୋ’ରେ ବାହାରି ଅଗ୍ନିଶମ ବିଭାଗ ଛକ, ଅମଲାପଡ଼ା ମୋହନ ସାହୁ ଛକ, ବାଳିକା ଉଚ୍ଚ ବିଦ୍ୟାଳୟ, ପୁରୁଣା ବସ୍‌ଷ୍ଟାଣ୍ଡ, ରାଜା ଛକ, ମେଡିକାଲ ଛକ, ବଜାର ଛକ, ହରିମହୁରି ଛକ, ହୁଲୁରିସିଂହା ଛକ, ଘନ ସାହୁ ଛକ, ହେମସୁରପଡ଼ା ଛକ, ଡିଆଇସି ଛକ, ରାଜା ଛକ ଦେଇ ଥାନା ଛକ ଯାଏ ଯିବେ। ଅନୁଗୋଳରେ ରାତ୍ରୀ ଯାପନ କରି ମଙ୍ଗଳବାର ସକାଳେ ସଭାଘର ଠାରେ ଏକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ପାଣ୍ଡିଆନଙ୍କ ଗସ୍ତ କାର୍ଯ୍ୟକ୍ରମକୁ ନେଇ ଜିଲା ବିଜେଡି କ୍ୟାମ୍ପରେ ଘନ ଘନ ବୈଠକ ବସୁଥିବା ବେଳେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜିଲାରେ ମୋଟ ୩୦ ଜଣ ଅଧିକାରୀଙ୍କ ସହ ୧୦ ପ୍ଲାଟୁନ୍‌ ଫୋର୍ସ ବ୍ୟବସ୍ଥା କରାଯାଇଥିବା ଜିଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri