Odisha Elections 2024

ବୌଦ୍ଧରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, କହିଲେ-‘ନିର୍ବାଚନ ଆସିଲେ ବିରୋଧୀ ଟୁରିଷ୍ଟ ଭଳି ଆସିବେ’

ବୌଦ୍ଧ, ୫।୫ ( ଅଜିତ କୁମାର ବାରିକ): ସାଧାରଣ ନିର୍ବାଚନ ପାଇଁ ବୌଦ୍ଧ ଜିଲାରେ ତ୍ରିମୁଖି ଲଢାଇ ହେବାକୁ ଯାଉଥିବା ବେଳେ ରବିବାର ୫ଟି ଅଧକ୍ଷ୍ୟ କାର୍ତ୍ତିକ ପାଣ୍ଡିଆନ ବୌଦ୍ଧ ନିର୍ବାଚନ ମଣ୍ଡଳିର ପୁରୁଣାକଟକ ଠାରେ ଦଳ ପାଇଁ ପ୍ରଚାର କରିଛନ୍ତି। ପୁରୁଣାକଟକର ମିନି ଷ୍ଟାଡିୟମ ଠାରେ ଦିନ ୧୧ ଟା ବେଳେ ପାଣ୍ଡିଆନ ପହଞ୍ଚିବା ପରେ ସଭାରେ ଉଦବୋଧନ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଯାହା କାମ କରନ୍ତି ତାହର ହିସାବ ଦିଅନ୍ତି ବୋଲି କହିବା ସହ ମୁଁ ଗତ ଜୁନ ମାସରେ ଆସିଥିଲି ଆପଣଙ୍କ ଠାରୁ ଅଭିଯୋଗ ନେଇଥିଲି, ସେହି ଅଭିଯୋଗର ପୁରଣ ହୋଇଥିବା ସହ ଆଜି ହିସାବ ହେଉଛି। ମାଭୈରବୀ ପିଠକୁ ୪ କୋଟି ଅନୁଦାନ ଦେବା ସହ ଜିଲାର ସମସ୍ତ ମଠ, ମନ୍ଦିର, ମସଜିଦକୁ ଅନୂଦାନ ଦିଆଯାଇଛି। ନିର୍ବାଚନ ଆସିଲେ ଅନ୍ୟ ମାନେ ଟୁରିଷ୍ଟ ଭଳି ଆସିବେ ବୋଲି ୫ଟି ଅଧକ୍ଷ୍ୟ କହିଥିଲେ । ଆପାଣ ମାନେ ଶଙ୍ଖ ଚିହ୍ନକୁ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଥର ପାଇ ମୁଖ୍ୟମନ୍ତ୍ରୀ କରିବାକୁ ଆହ୍ୱାନ କରିବା ସହ ବୌଦ୍ଦରୁ ୪୦ ହଜାରରୁ ଅଧିକ ଭୋଟର ମାର୍ଜିନ କରିବାକୁ କହିଥିଲେ । ସଭାରେ ବୌଦ୍ଦ ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଅମାତ ଜିଲାର ବିକାଶ ନେଇ କହିବା ସହ ରାଜ୍ୟ ସରକାରଙ୍କ ଯୋଜନା ଉପରେ କହିଥିଲେ।

ସଭାରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମାନ୍ତ କହିଥିଲେ ମୋର ଧର୍ମ ମାନବ ସେବା ହିଁ ମାଧବ ସେବା କହିଥିଲେ । ଏହା ସହ ବିକାଶ ପୁରୁଷ ନବୀନ ପଟ୍ଟନାୟକ ବୋଲି କହିଥିଲେ । ସାଂସଦ ସମାନ୍ତ ସଭାରେ ୫ଟି ଅଧକ୍ଷ୍ୟଙ୍କ ଗୁଣଗାନ କରିବାକୁ ମଧ୍ୟ ଭୁଲି ନଥିଲେ। ସଭାରେ ପୁରୁଷଙ୍କ ଅପେକ୍ଷା ଅଧିକା ମହିଳାଙ୍କୁ ଦେଖିବାକୁ ମିଳିଥିଲା । ସଭାରେ ୫ ହଜାର ଲୋକଙ୍କ ସମାଗମ ହୋଇଥିଲା । ଅପରାହ୍ନରେ କଂଟାମାଳ ନିର୍ବାଚନ ମଣ୍ଡଳିରେ ୫ଟି ଅଧକ୍ଷ୍ୟଙ୍କ ନିର୍ବାଚନ ପ୍ରଚାର କାର୍ଯ୍ୟକମ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ସହ ଜାଳେଣି କାଠ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ସ୍ତ୍ରୀ ମୃତ, ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ଭାଇ

ଥୁଆମୂଳରାମପୁର,୧୮ା୫(ଦୁର୍ଗା କୀର୍ତ୍ତି): ଦିନକୁଦିନ ଯୌତୁକ ନିର୍ଯାତନା ଓ ହତ୍ୟା ଘଟଣା ବୃଦ୍ଧି ପାଉଥିବା ବେଳେ କିଛି ଅଞ୍ଚଳରୁ ହୃଦୟ ବିଦାରକ ଭଳି ଘଟଣା ସାମ୍ନାକୁ ଆସୁଛି...

ବିଜେଡି ନେତାଙ୍କ ବିରୋଧରେ ମାମଲା ରୁଜୁ

କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପାରେ ଯୋଗଦେଇ ଥିବା ବିଜେଡି ନେତା ପୁଣି ବିଜେଡିକୁ ଫେରିବା ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି। ବାଂଶପାଳ ବ୍ଲକ ଶୁଆକାଟି...

Featured Video Play Icon

ଚକଖଡିରେ ମତଦାନ ପାଇଁ ନିବେଦନ

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଏକକାଳୀନ ଲୋକସଭା ଓ ବିଧାନସଭା ପାଇଁ ମେ ୨୫ରେ ମତଦାନ ହେବ। ନିର୍ବାଚନର ଏହି ମହାପର୍ବରେ ସାମିଲ ହେବା ପାଇଁ...

ରାଜ୍ୟରେ କେବଳ ନବୀନ ଇଞ୍ଜିନ ହିଁ ଚାଲିବ

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲଠାରେ ବିଜୁ ଜନତା ଦଳ ପକ୍ଷରୁ ୩୯ ନମ୍ବର ଜୋନ୍‌ସ୍ତରୀୟ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି।...

ଖୁଲମଖୁଲା ବୁଲୁଛନ୍ତି ଝିଅର ହତ୍ୟାକାରୀ, ଗିରଫ ଦାବିରେ ଅନଶନରେ ବସିଲେ ମା’

କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ନିର୍ବାଚନ ସମୟରେ ସବୁ ଓ୍ବାରେଣ୍ଟ କାର୍ଯ୍ୟକାରୀ ହୁଏ ପୁରୁଣା କେସ୍‌ ଥିବା ଅପରାଧୀ ଧରା ହୁଅନ୍ତି। ତେବେ କେନ୍ଦୁଝରର ଲୋକପ୍ରିୟ ସମାଜସେବୀ...

ପାଣ୍ଡିଆନ୍‌ଙ୍କୁ ତାମିଲନାଡୁ ପଠାଇବାକୁ ଅପିଲ୍ କଲେ ହିମନ୍ତ ବିଶ୍ବଶର୍ମା, ଟିକେଟ୍ କାଟିଲା ଭାଜପା

ଭୁବନେଶ୍ୱର,୧୮।୫: ଓଡ଼ିଶାରେ ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ଜାରି ରହିଥିଲା ବେଳେ ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି। ଏହାରି ମଧ୍ୟରେ ବିଜେଡି ବରିଷ୍ଠ...

ଯୁବକଙ୍କ ଜୀବନ ନେଲା ଅନ୍‌ଲାଇନ୍‌ ଗେମ୍‌

ବାଲିମେଳା,୧୮ା୫(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ବାଲିମେଳା ସହରରେ ଥିବା ୧ ନଂ ଓ୍ବାର୍ଡ ନୂଆସାହିରେ ଜଣେ ଯୁବକ ଅନ୍‌ଲାଇନ ଗେମ୍‌ ଖେଳରୁ ରଶି ଦେଇ ଆତ୍ମହତ୍ୟା...

ଛତ୍ରପୁର ବଡ଼ ଷ୍ଟେଶନ୍‌ରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

ଛତ୍ରପୁର,୧୮/୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବଡ଼ ଷ୍ଟେଶନ ଠାରେ ଏକମାଲବାହି ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନର ୩ ବଗି ଲାଇନଚ୍ୟୁତ ହୋଇଥିବା ବେଳେ ରେଳବାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri