ଏବେ ବି ଦଳରେ ରାଜ୍‌ କରୁଛନ୍ତି ପାଣ୍ଡିଆନ! ବିଜେଡି ନେତାଙ୍କ ବଡ଼ ଖୁଲାସା, ରାଜ୍ୟରେ ଚହଳ

ଭୁବନେଶ୍ୱର,୨୧।୮: ବିଜେଡିରେ ଭି କାର୍ତ୍ତିକେୟନ ପାଣ୍ଡିଆନ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ସହଯୋଗୀ। କିନ୍ତୁ ବିଜେଡି ଗତ ନିର୍ବାଚନ ହାରିବା ପରେ ପରେ ପାଣ୍ଡିଆନଙ୍କୁ ବିଜେଡି ସମର୍ଥକ ଦୋଷ ଦେବାରୁ ପ୍ରାୟୋଜିତ ଭାବେ ରାଜନୀତିରୁ ସନ୍ୟାସ ନେଇଥିଲେ ପାଣ୍ଡିଆନ। କୁହାଯାଉଥିଲା ସେ ଦଳର ଆଭ୍ୟନ୍ତରଣ କଥାରେ ଆଉ ମୁଣ୍ଡ ପୁରାଉ ନାହାନ୍ତି ପାଣ୍ଡିଆନ।

ପାଣ୍ଡିଆନ ରାଜନୀତିରୁ ସନ୍ୟାସ ନେଇଥିଲେ ମଧ୍ୟ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ପାଖେ ପାଖେ ରହୁଥିଲେ। ନବୀନ ନିବାସରେ ତାଙ୍କୁ ପ୍ରାୟ ସମୟରେ ଦେଖିବାକୁ ମିଳୁଥିଲା। ବିଜେଡି ନିର୍ବାଚନ ହାରିବା ପୂର୍ବରୁ ଯେଉଁଭଳି ପାଣ୍ଡିଆନ ଦଳରେ ରାଜ କରୁଥିଲେ ଏବେ ବି ସେହି ଭଳି ଦଳରେ ରାଜ କରୁଛନ୍ତି ପାଣ୍ଡିଆନ।

ନବୀନଙ୍କ ଅତ୍ୟନ୍ତ ଘନିଷ୍ଠ ଆଉ ବିଶ୍ୱାସୀ ବ୍ୟକ୍ତି ହେଉଛନ୍ତି ପାଣ୍ଡିଆନ ଦମ୍ପତି ଏକଥା ଆମେ କହୁନୁ ବିଜେଡିର ବରିଷ୍ଠ ନେତା ଅମର ପଟ୍ଟନାୟକ ନିଜେ ଏକ ଭିଡିଓରେ ପାଣ୍ଡିଆନ ନବୀନଙ୍କ ଘନିଷ୍ଠ ସହଯୋଗୀ କହିବା ସହ ହସ୍ପିଟାଲରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିକିତ୍ସା ଚାଲିଥିବା ବେଳେ ଯେଉଁଭଳି ସାମାଜିକ ଗଣମାଧ୍ୟମରେ ପାଣ୍ଡିଆନ ଦମ୍ପତି ଓ ନବୀନ ପଟନାୟକଙ୍କ କଟାକ୍ଷ କରି ଅପପ୍ରଚାର କରାଯାଉଛି ତାହା ବରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାପାଇଁ ସେ ପୋଲିସର ଦ୍ୱାରସ୍ତ ହୋଇଛନ୍ତି।

ଗତକାଲି ହସ୍ପିଟାଲରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁସ୍ଥ ହୋଇ ନବୀନ ନିବାସ ଆସୁଥିବା ବେଳେ ପାଣ୍ଡିଆନଙ୍କ ହାତ ଧରି ଆସୁଥିଲେ ଏଥିରୁ ସ୍ପଷ୍ଟ ଯେ ନବୀନ ଆଉ କାହାକୁ ଭରଷା କରୁନାହାନ୍ତି। ବିଜେଡିରେ ଏତେ ବରିଷ୍ଠ ନେତା ଥିଲେ ମଧ୍ୟ ନବୀନ କିନ୍ତୁ କାହାକୁ ବିଶ୍ୱାସ କରୁନାହାନ୍ତି।

ନବୀନଙ୍କ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲୁଥିବା ସମୟରେ ସମସ୍ତ କଥା ବୁଝୁଥିଲେ ପାଣ୍ଡିଆନ ଦମ୍ପତି। ଦଳର ବରିଷ୍ଠ ନେତାମାନେ ମଧ୍ୟ ନବୀନ ପଟ୍ଟନାୟକଙ୍କୁ ଭେଟିବାର ସୁଯୋଗ ପାଉନଥିଲେ। ଏ ନେଇ ଦୈନିକ ଖବର କାଗଜ ଧରିତ୍ରୀରେ ଖବର ମଧ୍ୟ ପ୍ରକାଶ ପାଇଥିଲା କିଭଳି ପାଣ୍ଡିଆନ ରାଗ ତମ ତମ ହୋଇ ବରିଷ୍ଠ ନେତାଙ୍କୁ ଦଳରୁ ନିଲମ୍ବନର ଧମକ ଦେଇଥିଲେ। ଏଥିରୁ ସ୍ପଷ୍ଟ ଯେ ପାଣ୍ଡିଆନ ପୂର୍ବରୁ ବି ଦଳରେ ରାଜ କରିଥିଲେ ଏବେ ବି ଦଳରେ ରାଜ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ବିଭାଗର ଚଢ଼ାଉ, ୧୨ ଗ୍ୟାସ ସିଲିଣ୍ଡର ସହିତ ୨୮୩….

ଅତାବିରା,୧୮।୩(ଯୁଧିଷ୍ଠିର ମହାପାତ୍ର ): ମଧ୍ୟପ୍ରାଚ୍ୟରେ ଗୋଟିଏ ପଟେ ଯୁଦ୍ଧ ଲାଗିରହିଥିବା ବେଳେ ଅନ୍ୟପଟରେ ସାରା ଭାରତ ଓ ଓଡ଼ିଶାରେ ମଧ୍ୟ ଗ୍ୟାସ ବା LPG ର ସଙ୍କଟ…

SCB ଅଗ୍ନିକାଣ୍ଡ: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ, ୪ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର,୧୮।୩(ସୁନିତ୍‌ ମିଶ୍ର): କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଗତ ୧୬ ତାରିଖ ଦିନ ହୋଇଥିବା ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ଅନେକ ଜୀବନ ନଷ୍ଟ…

ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରି ଜେଲ୍‌ ଗଲେ ବାପ-ପୁଅ, ରକ୍ତଭିଜା କାଠଫାଳିଆ ଜବତ

ଦିଗପହଣ୍ଡି,୧୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମର ସାମାଜିକ କର୍ମୀ ମାନସ ରଞ୍ଜନ ପଟ୍ଟନାୟକ ଓରଫ ମନୋଜଙ୍କୁ ମଙ୍ଗଳବାର ରାତିରେ ସଂଘବଦ୍ଧ…

ଗଞ୍ଜାମ ଜିଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ଭାବେ ଦାୟିତ୍ବ ନେଲେ ସମୀର କୁମାର ଜେନା

ଛତ୍ରପୁର,୧୮।୩(ଦିଲ୍ଲୀପ ସାମଲ) : ଦୀର୍ଘ ୮ ମାସ ପରେ ଆଜି ଗଞ୍ଜାମ ଜିଲାପରିଷଦର ନୂତନ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସମୀର…

ବାସନ୍ଦ, ଜରିମାନାକୁ ନେଇ ଗୋଷ୍ଠୀ ସଂଘର୍ଷ, ୫ ଆହତ

ହିଞ୍ଜିଳିକାଟୁ,୧୮ା୩(ଦ୍ୱିତୀକୃଷ୍ଣ ପଣ୍ଡା):ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ନନ୍ଦିତା ଗାଁରେ ମଙ୍ଗଳବାର ରାତିରେ କୁଳରୁ ବାସନ୍ଦ, ଜରିମାନା ଆଦାୟକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୫…

ସୋମନାଥ ରଥ ଶିକ୍ଷାର ବିକାଶ କରିଥିଲେ, ଜଟିଳ ଶିକ୍ଷା ପ୍ରକ୍ରିୟାରୁ ବାହାରି ଆଗକୁ ବଢ଼ିବାକୁ ପଡିବ

ଭଞ୍ଜନଗର,୧୮।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧକ୍ଷ…

ସରକାରଙ୍କ ବଡ଼ ଯୋଜନା, ବସରେ ଯାତ୍ରାବେଳେ ଦିବ୍ୟାଙ୍ଗଙ୍କୁ ଦେବାକୁ ହେବନି ଟଙ୍କା

ନୂଆଦିଲ୍ଲୀ,୧୮।୩: ଆନ୍ଧ୍ର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧୀନ ସରକାର ‘ଦିବ୍ୟାଙ୍ଗ ଶକ୍ତି ଯୋଜନା’ ଆରମ୍ଭ କରିଛନ୍ତି । ମହିଳାଙ୍କ ପାଇଁ ମାଗଣା ବସ୍ ଯାତ୍ରା ଯୋଜନାର…

ନିଆଁ କବଳରେ ମୂଲ୍ୟବାନ ଗଛ, ଜୀବଜନ୍ତୁ

ଛତ୍ରପୁର,୧୮ା୩(ଦିଲ୍ଲୀପ ସାମଲ): ଗ୍ରୀଷ୍ମଋତୁ ଆରମ୍ଭରୁ ହିଁ ଜଙ୍ଗଲରେ ନିଆଁର ପ୍ରକୋପ ବଢ଼ିବାରେ ଲାଗିଛି। ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଲଣ୍ଡା ବାଉଁଶ ପାହାଡ଼ ଜଙ୍ଗଲରେ କୌଣସି କାରଣରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri