Posted inଜାତୀୟ

ପଞ୍ଚଜନ୍ୟର ସମ୍ପାଦକୀୟରେ ଦାବି, ସୁପ୍ରିମକୋର୍ଟଙ୍କୁ ଏକ ଉପକରଣ ଭାବରେ ବ୍ୟବହାର କରୁଛି ଭାରତ ବିରୋଧୀ ଶକ୍ତି…

ନୂଆଦିଲ୍ଲୀ,୧୬।୨ : ଆରଏସଏସର ସାସ୍ତାହିକ ପତ୍ରିକା ପଞ୍ଚଜନ୍ୟର ସମ୍ପାଦକୀୟରେ ସୁପ୍ରିମକୋର୍ଟଙ୍କ ବିରୋଧରେ ଏକ ବଡ ଅଭିଯୋଗ ଆସିଛି। ଏଥିରେ ଦାବି କରାଯାଇଛି ଯେ, ସୁପ୍ରିମକୋର୍ଟଙ୍କୁ ଏକ ଉପକରଣ ଭାବରେ ଭାରତ ବିରୋଧୀ ଶକ୍ତି ବ୍ୟବହାର କରୁଛନ୍ତି।
ବିବିସି ଡକ୍ୟୁମେଣ୍ଟାରୀ ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଯେଉଁଥିରେ କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରି ଏହାର ଉତ୍ତର ମାଗିଛନ୍ତି। ଏହା ପରେ ସୁପ୍ରିମକୋର୍ଟ ବିରୋଧରେ ପଞ୍ଚଜନ୍ୟରେ ଲିଖିତ ପ୍ରବନ୍ଧରେ ଏଭଳି ମନ୍ତବ୍ୟ ଦିଆଯାଇଛି।

ସଦ୍ୟତମ ସମ୍ପାଦକୀୟ ପ୍ରବନ୍ଧରେ ଏହା ଲେଖାଯାଇଛି ଯେ ଆତଙ୍କବାଦୀଙ୍କୁ ମାନବିକ ଅଧିକାର ନାମରେ ବଞ୍ଚାଇବାକୁ ଚେଷ୍ଟା କରିବା ପରେ ପରିବେଶ ନାମରେ ଭାରତର ବିକାଶରେ ବାଧା ସୃଷ୍ଟି କରିବା ଦ୍ୱାରା ବର୍ତ୍ତମାନ ଜାତୀୟ ବିରୋଧୀ ଶକ୍ତିମାନଙ୍କୁ ଉତ୍ସାହିତ କରିବା ଲାଗି ଉଦ୍ୟମ ଚାଲିଛି। ଆର୍ଟିକିଲ ଅନୁଯାୟୀ, ଜାତୀୟ ସ୍ବାର୍ଥ ରକ୍ଷା ପାଇଁ ସୁପ୍ରିମକୋର୍ଟ ଗଠନ କରାଯାଇଥିଲା, କିନ୍ତୁ ଏହାକୁ ଜାତୀୟ ବିରୋଧୀ ଶକ୍ତିମାନେ ସେମାନଙ୍କ ରାସ୍ତା ସଫା କରିବା ପାଇଁ ଏକ ଉପକରଣ ଭାବରେ ବ୍ୟବହାର କରୁଛନ୍ତି। ଭାରତୀୟ ଆଇନ ଅନୁଯାୟୀ ତଥା ଭାରତୀୟଙ୍କ ମଙ୍ଗଳ ପାଇଁ ସୁପ୍ରିମକୋର୍ଟ ଦେଶର ଟିକସଦାତାଙ୍କ ଟଙ୍କା ଦ୍ୱାରା ପରିଚାଳିତ ହୋଇଥାଏ।

ଆର୍ଟିକିଲରେ ବିବିସି ଡକ୍ୟୁମେଣ୍ଟାରୀ ଭାରତକୁ ବଦନାମ କରିବା ପାଇଁ ଏକ ପ୍ରଚାର ବୋଲି ବର୍ଣ୍ଣନା କରାଯାଇଛି ଏବଂ ଏହା ମିଥ୍ୟା ତଥା କାଳ୍ପନିକ ଉପରେ ଆଧାରିତ ବୋଲି ଦାବି କରାଯାଇଛି। ଜାତୀୟ ବିରୋଧୀ ଶକ୍ତିମାନେ ଆମର ଗଣତନ୍ତ୍ର, ଆମର ଦୟା ଏବଂ ଆମ ସଭ୍ୟତାର ମାନର ଲାଭ ଉଠାଇବାକୁ ଚାହୁଁଛନ୍ତି ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ଭାରତରେ ବିବିସି ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରିଥିଲେ। କୋର୍ଟ ଏହି ଆବେଦନର ଯୋଗ୍ୟତାକୁ ଭିତ୍ତିହୀନ ବୋଲି କହିଛନ୍ତି।

ଏଥି ସହ  ଡକ୍ୟୁମେଣ୍ଟାରୀ ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନ ମଧ୍ୟ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି ଯାହା ଉପରେ କୋର୍ଟ ଏପ୍ରିଲରେ ଶୁଣାଣି କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri