ପଞ୍ଚାୟତ ସମିତି ବୈଠକ ପାଲଟିଲା ରଣକ୍ଷେତ୍ର: ମୁହାଁମୁହିଁ ହୋଇ ଟେବୁଲ ପିଟିଲେ, ଚୌକି ଟେକିଲେ

ପୁରୁଷୋତ୍ତମପୁର,୨୯ା୪(ସବିତା ମିଶ୍ର): ଦୀର୍ଘ ୧୫ମାସ ପରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପଞ୍ଚାୟତ ସମିତି ବୈଠକ ବସିଥିବା ବେଳେ ତାହା ଏକପ୍ରକାରର ରଣକ୍ଷେତ୍ର ପାଲଟିଥିଲା। ଯାହାକି ମୁହାଁମୁହିଁ ହୋଇ ବାକବିତଣ୍ଡା, ଯୁକ୍ତିତର୍କ ଘଟି ଟେବୁଲୁ ପିଟିବା, ମାଇକ୍ରୋଫୋନ ଭାଙ୍ଗିବା ସହ ଉପରକୁ ଚୌକି ଟେକିବା ପର୍ଯ୍ୟନ୍ତ କଥା ଯାଇଥିଲା। ଏହି ବୈଠକ ଏପରି ଥିଲା ଯେ, ଏହା ଜନସାଧାରଣଙ୍କ ସ୍ବାର୍ଥ ବଦଳରେ ରାଜନୈତିକ ଅଭିସନ୍ଧି ଓ ଗୋଷ୍ଠୀ ବିବାଦ ଭଳି ରହିଥିଲା। ଏହାସାଙ୍ଗକୁ ଜନପ୍ରତିନିଧିଙ୍କ ପ୍ରଶ୍ନବାଣରେ ବିଭାଗୀୟ ଅଧିକାରୀମାନେ ଘାଇଲା ହୋଇ ତୁ ତୁ ମେ ମେ ହୋଇପଡ଼ିଥିଲେ। ଯାହାକି ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା ପାଲଟିଛି।

ବିଡିଓ ଶରତକୁମାର ପାତ୍ରଙ୍କ ସଂଯୋଜନାରେ ବୈଠକ ଆରମ୍ଭ ହୋଇଥିବା ବେଳେ ପ୍ରଥମେ ଜଳଭାରତ ମିଶନ ଓ ସ୍ବଚ୍ଛଭାରତ ମିଶନକୁ ନେଇ ଏକ ସଂସ୍ଥା ବୁଝାଇବା ବେଳେ ସେ ପୁରୁଷୋତ୍ତମପୁର ବ୍ଲକର ବିକାଶ କଥା ନ କହି ଅନ୍ୟ ବ୍ଲକର କଥା କହିବାରେ ଲାଗିଥିଲେ। ଏହାକୁ ନେଇ ଉପସ୍ଥିତ ଜନପ୍ରତିନିଧିମାନେ ପ୍ରତିବାଦ କରି ଅନ୍ୟ ବ୍ଲକରେ ଯଦି ହେଉଛି ଏହି ବ୍ଲକରେ କାହିଁକି ହୋଇପାରୁନାହିଁ କିପରି ଏଠାରେ ହୋଇପାରିବ ବୋଲି ପ୍ରଶ୍ନକରି ସେଥିନେଇ କହିବାକୁ କହିଥିଲେ। ଫଳରେ ଏହାକୁ ନେଇ ଦୁଇଗୋଷ୍ଠୀର ଜନପ୍ରତିନିଧିଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇ ଅପ୍ରୀତିକର ଘଟଣା ଘଟିଥିଲା। ଫଳରେ ଉପସ୍ଥିତ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ହସ୍ତକ୍ଷେପ କରି ଉଭୟଙ୍କୁ ବୁଝାଶୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

ସେହିପରି ଉନ୍ନୟନମୂଳକ କାର୍ଯ୍ୟମାନ ଗ୍ରାମାଞ୍ଚଳଗୁଡ଼ିକରେ ହୋଇପାରୁନାହିଁ ବିକାଶମୂଳକ କାର୍ଯ୍ୟଲାଗି ସରକାରୀ କର୍ମଚାରୀମାନେ ସହଯୋଗ କରୁନାହାନ୍ତି ଯାହାଦ୍ବାରା ଲୋକେ ସରକାରୀ ଯୋଜନାରୁ ବଞ୍ଚିତ ହୋଇରହିଥିବାର ନେଇ ଜନପ୍ରତିନିଧିମାନେ ଅଭିଯୋଗ କରିଥିଲେ। ଏପରିକି ଯନ୍ତ୍ରୀମାନେ ୧୦ ପ୍ରତିଶତ ପିସି ଭାବରେ ଲାଞ୍ଚ ମାଗୁଥିବା ଓ ନ ଦେଲେ କାର୍ଯ୍ୟରେ ହଇରାଣ ହରକତ କରୁଥିବା ନେଇ ଅଭିଯୋଗ କରି ତୁମୁଳ ଭାବରେ ହୋ-ହଲ୍ଲା ହୋଇଥିଲା।

ସେହିପରି ସିଡିପିଓଙ୍କ କାର୍ଯ୍ୟର ଅବହେଳା କରୁଥିବା ସହ ଜନପ୍ରତିନିଧିଙ୍କ ଅଭିଯୋଗକୁ ଗୁରୁତ୍ୱ ନ ଦେଇ ମନଇଚ୍ଛା ଭାବରେ କାର୍ଯ୍ୟ କରୁଥିବାରୁ ମହିଳା ଶିଶୁବିକାଶ ବିଭାଗ ଏଠାରେ ଧୂଳିସାତ୍‌ ହୋଇପଡ଼ିଥିବାର ନେଇ ଅଭିଯୋଗ ଆସିଥିବା ବେଳେ ପାନୀୟ ଳଳ ଯୋଗାଣ, ବିଦ୍ୟୁତ୍‌ ବିଭାଗ ଟାଟାପାଓ୍ବାର, ଗ୍ରାମ୍ୟ ଉନ୍ନୟନ ବିଭାଗ, ଯୋଗାଣ ବିଭାଗ, ପୂର୍ତ୍ତବିଭାଗ ଆଦି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମଧ୍ୟ କର୍ମଚାରୀଙ୍କ ଦାୟିତ୍ୱହୀନତାକୁ ନେଇ ହୋ-ହଲ୍ଲା ହୋଇଥିଲା। ପଞ୍ଚାୟତ ସମିତି ବୈଠକ ଠିକ୍‌ ସମୟରେ ହେଉ ନ ଥିବା, କର୍ମଚାରୀମାନେ ଏପରି ଲଗାମଛଡ଼ା ହୋଇ କାର୍ଯ୍ୟ କରୁଥିବାରୁ ଗ୍ରାମାଞ୍ଚଳର ବିକାଶ ହୋଇପାରୁ ନ ଥିବା ନେଇ ସମସ୍ତଙ୍କ ମଧ୍ୟରେ ପ୍ରତିବାଦର ସ୍ବର ଉଠିଥିଲା।

ଏହାକୁ ନେଇ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଓ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ବିଭାଗୀୟ ଅଧିକାରୀମାନଙ୍କୁ ତାଗିଦ କରି ଯେପରି ଜନହିତକର ଓ ବିକାଶମୂଳକ କାର୍ଯ୍ୟମାନକୁ ତରନ୍ତ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଏମ୍‌ପି ପ୍ରତିନିଧି ଅନିଲ କୁମାର ପଣ୍ଡା, ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା, ତହସିଲଦାର ବିନୋଦ କୁମାର ବେହେରା, ଏବିଡିଓ ଜୟଶ୍ରୀ ନାୟକ, ସହକାରୀ ଯନ୍ତ୍ରୀ ନାଗ ଭୂଷଣ ଯାଦବ, ସରପଞ୍ଚ ମନୋଜ କୁମାର ଦାଶ, ରାଜଲକ୍ଷ୍ମୀ ବେହେରା, ସବିତା ସେଠୀ, ସୁଧାକର ଗୌଡ଼,ରଞ୍ଜନ କୁମାର ପାତ୍ର, ଏନ ଭାସ୍କର ଦୋରା, ସମିତିସଭ୍ୟ ସୀମାଞ୍ଚଳ ଗୌଡ଼, ସାରଳା ବେହେରା, ଆଭା ପରିଡ଼ାଙ୍କ ସମେତ ବହୁ ଜନପ୍ରତିନିଧି ଯୋଗଦେଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମଦ ଦୋକାନକୁ ନେଇ ବଢୁଛି ଅସନ୍ତୋଷ, ଅନ୍ୟତ୍ର ସ୍ଥାନାନ୍ତର ଦାବି

କେନ୍ଦୁଝର,୧୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ଛକରେ ଏକ ଠିପିବନ୍ଦ ମଦ ଦୋକାନ ପୁଣିଥରେ ଖୋଲିବାକୁ ନେଇ…

କନ୍ଧମାଳ ସମସ୍ୟା ନେଇ ‘ବିଚାର ମନ୍ଥନ’, ସରକାରଙ୍କ ନିକଟରେ ଦାବି ରଖିବାକୁ ନିଷ୍ପତ୍ତି

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହନୁମାନ ମନ୍ଦିର ପ୍ରାଙ୍ଗଣସ୍ଥିତ ସଭାଗୃହରେ ସୋମବାର ‘ବିଚାର ମନ୍ଥନ’ ନାମରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲାର…

ସ୍କୁଲ ବସ୍‌ ଧକ୍କାରେ ଚାଲିଗଲା ଜୀବନ: ଜଣେ ମୃତ, ଜଣେ ଗୁରୁତର

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ କୁଲୁଥିପାଲି ଗାଁ ନିକଟ ରାସ୍ତାରେ ସୋମବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି।…

୧୭ରେ ମୋଦିଙ୍କ ଜନ୍ମଦିନ, ଆଶୀର୍ବାଦର ଦୀପ ଜାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର,୧୪।୯: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ‘ଆଶୀର୍ବାଦର ଦୀପ’ ଜାଳିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?