କୁମ୍ଭୀ ପୋଲ ନିର୍ମାଣ ପାଇଁ ପଞ୍ଚାୟତବାସୀଙ୍କ ଦାବି

ଭାପୁର,୫ା୫(ଡି.ଏନ.ଏ.): ଭାପୁର ବ୍ଲକ ପଦ୍ମାବତୀ ପଞ୍ଚାୟତର ଜନସାଧାରଣ ଝଗଡ଼ପଡ଼ାଠାରେ ଥିବା କୁମ୍ଭୀ ନାଳ ଦେଇ ଭାପୁର ବ୍ଲକକୁ ଯାତାୟାତ କରିଥାନ୍ତି। ରାକମା ପଞ୍ଚାୟତ ଓ ଅନ୍ୟ ପାଖ ପଡୋଶୀ ପଞ୍ଚାୟତର ଛାତ୍ରୀଛାତ୍ର ମଧ୍ୟ ଏହି ବାଟ ଦେଇ ଯାତାୟାତ କରନ୍ତି। ହେଲେ ବର୍ଷାଦିନ ହେଲେ ସେହି କୁମ୍ଭୀ ନାଳରେ ପାଣି ଆସିବା ଫଳରେ ଯାତାୟାତ କରିବା ଅସମ୍ଭବ ହେଉଛି। କୁମ୍ଭୀ ନାଳ ଉପରେ ଏକ ପୋଲ ନିର୍ମାଣ ହୋଇ ପାରିଲେ ଉଭୟ ପଞ୍ଚାୟତର ଜନସାଧାରଣ, ପାଖ ପଡ଼ୋଶୀ ବାଟୋଇଙ୍କର ଓ ଛାତ୍ରୀଛାତ୍ରମାନେ ଯାତାୟାତ କରିବା ସମ୍ଭବ ହୋଇପାରନ୍ତା। ପୋଲ ନିର୍ମାଣ ପାଇଁ ଉଭୟ ପଞ୍ଚାୟତର ଜନସାଧାରଣ ଭାପୁର ବିଡିଓ ରଞ୍ଜିତ କୁମାର ମଲ୍ଲିକ ଓ ସ୍ଥାନୀୟ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ଦେଇଥିଲେ।
ସୂଚନାଯୋଗ୍ୟ, ପ୍ରତିଦିନ ପଦ୍ମାବତୀ, ଶାସନ, ରାକମା, ବିଜିପୁର ଅନେକ ପଞ୍ଚାୟତର ଶହଶହ ଜନସାଧାରଣ ଏହି ନାଳ ରାସ୍ତା ଦେଇ ପାଦରେ ଯାତାୟାତ କରିଥାନ୍ତି। ହେଲେ ଅଧିକାଂଶ ସମୟରେ ପାଣି ରହୁଥିବାରୁ ଜନସାଧାରଣ ୮ରୁ୧୦ କିଲୋମିଟର ବୁଲି କିମ୍ବା ବିଜିପୁର ଛକ ଦେଇଯିବା ଆସିବା କରିବାକୁ ବାଧ୍ୟ ହୋଇଥାନ୍ତି। ଏହି ନାଳ ଉପରେ ଲକ୍ଷାଧିକ ଟଙ୍କା ମଞ୍ଜୁର ହୋଇ ମାପଚୁପ ସହ ସ୍ଥାନ ନିରୁପଣ ପରେ ମଧ୍ୟ ଦୀର୍ଘବର୍ଷ ଧରି ପୋଲ ନିର୍ମାଣ ହୋଇପାରିଲା ନାହିଁ। ୨୦୧୭-୧୮ରେ ଦୁବପଲ୍ଲୀ-ବାଦିଲୋ ରାସ୍ତାଟି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ ହୋଇ ୨କୋଟି ୫୩ ଲକ୍ଷ ଟଙ୍କା ମଞ୍ଜୁର ହେଲା। ଏହି ଅର୍ଥରେ ପକ୍କା ସଡ଼କ ନିର୍ମାଣ ସହ ଝଗଡ଼ପଡ଼ା ନାଳ ଉପରେ ପୋଲ ନିର୍ମାଣ ପାଇଁ ଲକ୍ଷାଧିକ ଟଙ୍କା ମଧ୍ୟ ମଞ୍ଜୁର ହୋଇଥିଲା। ଜନସାଧାରଣ ପୋଲ ନିର୍ମାଣ ଖୁବ୍‌ଶୀଘ୍ର ହେବ ବୋଲି ଖୁସି ହୋଇଥିଲେ। ମାତ୍ର ରାସ୍ତା ନିର୍ମାଣ ହେଲା ସତ ହେଲେ ନାଳ ଉପରେ ପୋଲ ନିର୍ମାଣ ହେଲା ନାହିଁ। ଜନସାଧାରଣଙ୍କ ଅଭିଯୋଗ ଅନୁଯାୟୀ, ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଏହି ପୋଲ ନିର୍ମାଣ କାର୍ଯ୍ୟ ହୋଇପାରିଲା ନାହିଁ। ସେହି ସମୟରେ ତତ୍କାଳୀନ ସରପଞ୍ଚ ଓ ସ୍ଥାନୀୟ ରାଜନୈତିକ ବ୍ୟକ୍ତିବିଶେଷ ନାଳ ଉପରେ ପୋଲ ନିର୍ମାଣ ପାଇଁ ତତ୍ପର ହୋଇ ବିଭାଗୀୟ ଯନ୍ତ୍ରୀଙ୍କ ଉପସ୍ଥିତରେ ଚିହ୍ନଟ ପ୍ରକ୍ରିୟା ସରିଥିଲା। ମାପଚୁପ ପରେ ଚିହ୍ନ ଦିଆଯାଇଥିଲା। ହେଲେ ଦୀର୍ଘ ୬ବର୍ଷ ପରେ ମଧ୍ୟ ପୋଲ ହୋଇପାରିଲା ନାହିଁ। ଏ ନେଇ ରାସ୍ତା ପଞ୍ଚାୟତର ତତ୍କାଳୀନ ସରପଞ୍ଚ ବନମାଳୀ ନାୟକ କହିଛନ୍ତି, ଜଣେ ବ୍ୟକ୍ତିଙ୍କ ଜମି ଉପରେ ପୋଲ ମାଡ଼ି ଯାଉଥିବାରୁ ସେ ଜମି ନ ଛାଡିବାରୁ ସେହି ସମୟରେ କାମ ବନ୍ଦ ହୋଇଥିଲା। ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ କେଶବ ଚନ୍ଦ୍ର ସୁବୁଦ୍ଧିଙ୍କୁ ପଚାରିବାରେ ପୂର୍ବରୁ କାହିଁକି ଟଙ୍କା ଫେରିଗଲା କହିପାରିବି ନାହିଁ। ସେଠାରେ ପୋଲ ନିର୍ମାଣ ପାଇଁ ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର କୁମାର ଧଳ ଜିଲା ପରିଷଦ ବୈଠକରେ କଥା ଉଠାଇଥିଲେ। ସେହି ଅନୁଯାୟୀ ଏହି ପୋଲ ନିର୍ମାଣ ପାଇଁ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଇଛୁ। ଅନୁମୋଦନ ହୋଇ ଆସିଲେ ପୋଲ ନିର୍ମାଣ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଯୁଦ୍ଧ ଭିତରେ ଭାରତ ପାଇଁ ଆସିଲା ଆଉ ଏକ ଖୁସି ଖବର

ନୂଆଦିଲ୍ଲୀ,୨୮।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ପରେ ମଧ୍ୟପ୍ରାଚ୍ୟରେ ପ୍ରବଳ ଉତ୍ତେଜନା ରହିଛି। ଫଳସ୍ବରୂପ, ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦିଆଯାଇଛି। ତଥାପି, ଇରାନ…

ଦୁଃଖ ବଖାଣିଲେ ବରୁଣ ଧାୱନ: ଝିଅ ଲାରାଙ୍କୁ ହୋଇଛି…

ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିର ସବୁଠାରୁ ନିର୍ଭରଯୋଗ୍ୟ ଅଭିନେତା ଭାବରେ ଉଭା ହୋଇଛନ୍ତି। ଆଜିକାଲି ସେ ତାଙ୍କର ବ୍ଲକବଷ୍ଟର ଓ୍ବାର୍‌ ଡ୍ରାମା ଫିଲ୍ମ ‘ବର୍ଡର ୨’ର ସଫଳତାରେ…

୧୪ ଦିନରେ ୪ କିଲୋ ଓଜନ ହ୍ରାସ, ହସ୍ପିଟାଲ୍‌ରେ ହ୍ରିତିକ୍‌ ରୋଶନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ଆଜିକାଲି କଷ୍ଟକର ପରିସ୍ଥିତି ଦେଇ ଗତି କରୁଛନ୍ତି। ସବା ସାଇକ୍ଲୋସ୍ପୋରା କାଏଟାନେନ୍ସିସ ନାମକ ଏକ ରୋଗର ଶିକାର…

ଯୁଦ୍ଧ ଭିତରେ ପୁଟିନ୍‌ଙ୍କ ବଡ଼ ଘୋଷଣା, ଏପ୍ରିଲ ୧ରୁ ପେଟ୍ରୋଲ ରପ୍ତାନୀ ବନ୍ଦ; ଭାରତକୁ ଝଟ୍‌କା!

ମସ୍କୋ,୨୮।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଜଡିତ ବିବାଦ ମଧ୍ୟରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏବଂ ବିଶ୍ୱ ଅନିଶ୍ଚିତତା ଭିତରେ ରୁଷିଆ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।…

ମହାପ୍ରଭୁଙ୍କୁ ଦର୍ଶନ କଲେ ଭାରତର ସ୍ଥଳସେନା ମୁଖ୍ୟ, ଆଶିଷ ନେଇ ସେନା ପାଇଁ କଲେ ଏହି ପ୍ରାର୍ଥନା

ପୁରୀ,୨୮ା୩(ଅଜିତ କୁମାର ମହାନ୍ତି): ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ୩ ଦିନିଆ ଗସ୍ତରେ ଆସି ଶନିବାର ପୁରୀରେ ପହଞ୍ଚିଛନ୍ତି। ଜେନେରାଲ ଦ୍ୱିବେଦୀ ବାଇପାସ୍‌ ରୋଡ୍‌ରେ…

ଯୁଦ୍ଧରୁ ବାହାରିବାକୁ ଛଟପଟ ହେଲାଣି ଆମେରିକା! ଜେଡି ଭାନ୍ସ ଏବଂ ନେତାନ୍ୟାହୁଙ୍କ ମଧ୍ୟରେ ବିବାଦ ଆରମ୍ଭ; ଟ୍ରମ୍ପଙ୍କୁ ଫସାଇଲା ଇସ୍ରାଏଲ

ଓ୍ବାଶିଂଟନ,୨୮।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହେବାର ରିପୋର୍ଟ ସାମ୍ନାକୁ ଆସିବା ଆରମ୍ଭ ହୋଇଛି। ଏକ…

ସ୍ଥିର ଗୁଣବତ୍ତା ବିଶ୍ୱସନୀୟତାକୁ ଦୃଢ଼ କରେ

୧୬ ବର୍ଷରୁ ଅଧିକ ସମୟ ଧରି ଭୁବନେଶ୍ୱରରେ ପ୍ରତିଷ୍ଠିତ ‘ଏକରରାଇଜ୍‌ ପ୍ରମୋଟର୍ସ ପ୍ରା. ଲି.’ ଓଡ଼ିଶାର ଆବାସିକ ରିୟଲ ଇଷ୍ଟେଟ୍‌ ପରିଦୃଶ୍ୟକୁ ପରିବର୍ତ୍ତନ କରିବାରେ ଆଗରେ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri