କୁମ୍ଭୀ ପୋଲ ନିର୍ମାଣ ପାଇଁ ପଞ୍ଚାୟତବାସୀଙ୍କ ଦାବି

ଭାପୁର,୫ା୫(ଡି.ଏନ.ଏ.): ଭାପୁର ବ୍ଲକ ପଦ୍ମାବତୀ ପଞ୍ଚାୟତର ଜନସାଧାରଣ ଝଗଡ଼ପଡ଼ାଠାରେ ଥିବା କୁମ୍ଭୀ ନାଳ ଦେଇ ଭାପୁର ବ୍ଲକକୁ ଯାତାୟାତ କରିଥାନ୍ତି। ରାକମା ପଞ୍ଚାୟତ ଓ ଅନ୍ୟ ପାଖ ପଡୋଶୀ ପଞ୍ଚାୟତର ଛାତ୍ରୀଛାତ୍ର ମଧ୍ୟ ଏହି ବାଟ ଦେଇ ଯାତାୟାତ କରନ୍ତି। ହେଲେ ବର୍ଷାଦିନ ହେଲେ ସେହି କୁମ୍ଭୀ ନାଳରେ ପାଣି ଆସିବା ଫଳରେ ଯାତାୟାତ କରିବା ଅସମ୍ଭବ ହେଉଛି। କୁମ୍ଭୀ ନାଳ ଉପରେ ଏକ ପୋଲ ନିର୍ମାଣ ହୋଇ ପାରିଲେ ଉଭୟ ପଞ୍ଚାୟତର ଜନସାଧାରଣ, ପାଖ ପଡ଼ୋଶୀ ବାଟୋଇଙ୍କର ଓ ଛାତ୍ରୀଛାତ୍ରମାନେ ଯାତାୟାତ କରିବା ସମ୍ଭବ ହୋଇପାରନ୍ତା। ପୋଲ ନିର୍ମାଣ ପାଇଁ ଉଭୟ ପଞ୍ଚାୟତର ଜନସାଧାରଣ ଭାପୁର ବିଡିଓ ରଞ୍ଜିତ କୁମାର ମଲ୍ଲିକ ଓ ସ୍ଥାନୀୟ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ଦେଇଥିଲେ।
ସୂଚନାଯୋଗ୍ୟ, ପ୍ରତିଦିନ ପଦ୍ମାବତୀ, ଶାସନ, ରାକମା, ବିଜିପୁର ଅନେକ ପଞ୍ଚାୟତର ଶହଶହ ଜନସାଧାରଣ ଏହି ନାଳ ରାସ୍ତା ଦେଇ ପାଦରେ ଯାତାୟାତ କରିଥାନ୍ତି। ହେଲେ ଅଧିକାଂଶ ସମୟରେ ପାଣି ରହୁଥିବାରୁ ଜନସାଧାରଣ ୮ରୁ୧୦ କିଲୋମିଟର ବୁଲି କିମ୍ବା ବିଜିପୁର ଛକ ଦେଇଯିବା ଆସିବା କରିବାକୁ ବାଧ୍ୟ ହୋଇଥାନ୍ତି। ଏହି ନାଳ ଉପରେ ଲକ୍ଷାଧିକ ଟଙ୍କା ମଞ୍ଜୁର ହୋଇ ମାପଚୁପ ସହ ସ୍ଥାନ ନିରୁପଣ ପରେ ମଧ୍ୟ ଦୀର୍ଘବର୍ଷ ଧରି ପୋଲ ନିର୍ମାଣ ହୋଇପାରିଲା ନାହିଁ। ୨୦୧୭-୧୮ରେ ଦୁବପଲ୍ଲୀ-ବାଦିଲୋ ରାସ୍ତାଟି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ ହୋଇ ୨କୋଟି ୫୩ ଲକ୍ଷ ଟଙ୍କା ମଞ୍ଜୁର ହେଲା। ଏହି ଅର୍ଥରେ ପକ୍କା ସଡ଼କ ନିର୍ମାଣ ସହ ଝଗଡ଼ପଡ଼ା ନାଳ ଉପରେ ପୋଲ ନିର୍ମାଣ ପାଇଁ ଲକ୍ଷାଧିକ ଟଙ୍କା ମଧ୍ୟ ମଞ୍ଜୁର ହୋଇଥିଲା। ଜନସାଧାରଣ ପୋଲ ନିର୍ମାଣ ଖୁବ୍‌ଶୀଘ୍ର ହେବ ବୋଲି ଖୁସି ହୋଇଥିଲେ। ମାତ୍ର ରାସ୍ତା ନିର୍ମାଣ ହେଲା ସତ ହେଲେ ନାଳ ଉପରେ ପୋଲ ନିର୍ମାଣ ହେଲା ନାହିଁ। ଜନସାଧାରଣଙ୍କ ଅଭିଯୋଗ ଅନୁଯାୟୀ, ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଏହି ପୋଲ ନିର୍ମାଣ କାର୍ଯ୍ୟ ହୋଇପାରିଲା ନାହିଁ। ସେହି ସମୟରେ ତତ୍କାଳୀନ ସରପଞ୍ଚ ଓ ସ୍ଥାନୀୟ ରାଜନୈତିକ ବ୍ୟକ୍ତିବିଶେଷ ନାଳ ଉପରେ ପୋଲ ନିର୍ମାଣ ପାଇଁ ତତ୍ପର ହୋଇ ବିଭାଗୀୟ ଯନ୍ତ୍ରୀଙ୍କ ଉପସ୍ଥିତରେ ଚିହ୍ନଟ ପ୍ରକ୍ରିୟା ସରିଥିଲା। ମାପଚୁପ ପରେ ଚିହ୍ନ ଦିଆଯାଇଥିଲା। ହେଲେ ଦୀର୍ଘ ୬ବର୍ଷ ପରେ ମଧ୍ୟ ପୋଲ ହୋଇପାରିଲା ନାହିଁ। ଏ ନେଇ ରାସ୍ତା ପଞ୍ଚାୟତର ତତ୍କାଳୀନ ସରପଞ୍ଚ ବନମାଳୀ ନାୟକ କହିଛନ୍ତି, ଜଣେ ବ୍ୟକ୍ତିଙ୍କ ଜମି ଉପରେ ପୋଲ ମାଡ଼ି ଯାଉଥିବାରୁ ସେ ଜମି ନ ଛାଡିବାରୁ ସେହି ସମୟରେ କାମ ବନ୍ଦ ହୋଇଥିଲା। ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ କେଶବ ଚନ୍ଦ୍ର ସୁବୁଦ୍ଧିଙ୍କୁ ପଚାରିବାରେ ପୂର୍ବରୁ କାହିଁକି ଟଙ୍କା ଫେରିଗଲା କହିପାରିବି ନାହିଁ। ସେଠାରେ ପୋଲ ନିର୍ମାଣ ପାଇଁ ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର କୁମାର ଧଳ ଜିଲା ପରିଷଦ ବୈଠକରେ କଥା ଉଠାଇଥିଲେ। ସେହି ଅନୁଯାୟୀ ଏହି ପୋଲ ନିର୍ମାଣ ପାଇଁ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଇଛୁ। ଅନୁମୋଦନ ହୋଇ ଆସିଲେ ପୋଲ ନିର୍ମାଣ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମରଣାନ୍ତକ ଆକ୍ରମଣ କରି ଫସିଲେ, ମାସେ ପରେ ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri