ପଞ୍ଚାୟତିରାଜ ଦିବସ ପାଳିତ

ଗଞ୍ଜାମ,୫।୩(ଡି.ଏନ.ଏ): ସାରା ରାଜ୍ୟ ପଞ୍ଚାୟତିରାଜ ଦିବସ ପାଳନ କରାଯାଉଛି। ଗଞ୍ଜାମ ବିଜେଡି ପକ୍ଷରୁ ମଧ୍ୟ ତାହା ପାଳନ କରା ଯାଇଥିଲା l ଏହି ଅବସରରେ ବିଜୁ ପଟ୍ଟନାୟକ ମାର୍ଗସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ବିଜେଡି ନେତାମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ଏଥିରେ ବରିଷ୍ଠ ନେତା ଦଣ୍ଡପାଣି ପରିଡା, ପୂର୍ବତନ ଏମପି ପ୍ରତିନିଧି ସୁଧୀର କୁମାର ପାଢ଼ୀ, ନୀଳାଞ୍ଚଳ ବାରିକି, ରାକେଶ ରଞ୍ଜନ ଦାସ, ଭାଗ୍ୟ ରେଡ୍ଡୀ, ପି ରାଜୁ ରେଡି, ନିରଞ୍ଜନ ପରିଡା, ମନୋଜ କୁମାର ପ୍ରଧାନ, ପପୁ ସାହୁଙ୍କ ସମେତ ବହୁ ଆଗଧାଡିର ନେତାକର୍ମୀ ଉପସ୍ଥିତ ଥିଲେ l