ପଞ୍ଚାୟତ କାର୍ଯ୍ୟାଳୟ ପାଲଟିଛି ଆବର୍ଜନା ସ୍ଥଳ

ନୂଆପଡ଼ା,୧୦ା୩ (ମକାରୁ ବେମାଲ):ନୂଆପଡ଼ା ଜିଲାର ପଞ୍ଚାୟତ କାର୍ଯ୍ୟାଳୟ ଏବେ ଆବର୍ଜନା ସ୍ଥଳ ପାଲଟିଛି। ଦୀର୍ଘଦିନ ଧରି ଆବର୍ଜନା ପଡିରହୁଥିବାରୁ କାର୍ଯ୍ୟାଳୟ ପରିସର ପ୍ରଦୂଷିତ ହେବାରେ ଲାଗିଛି। ଜିଲା ପ୍ରଶାସନ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ଜିଲା ଗଠନ କରିବା ପାଇଁ ଆହ୍ବାନ ଦିଆଯାଇଛି। ପଲିଥିନ, ପ୍ଲାଷ୍ଟିକ ବୋତଲ ଓ ଏକକ ବ୍ୟବହାର ପ୍ଲାଷ୍ଟିକ ବନ୍ଦ କରିବା ପାଇଁ ଜିଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶକ୍ରମେ ଅଭିଯାନ ଜାରି ରହିଛି। ୨୦୨୫ ଜୁନ ୧୩ରୁ ଏକକ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ କରି ପ୍ରତି ଗଁା ଓ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ସଚେତନତା କରି ଅଳିଆ ଆବର୍ଜନା ଗୋଟାଇବା ଆରମ୍ଭ କରିଥିଲେ। ଏହାସହ ପ୍ରତି ସୋମବାର ସଦର ମହକୁମା ଓ ବ୍ଲକରେ ଅଭିଯୋଗ ଶୁଣାଣି ଶିବିର ପରେ ଅପରାହ୍ନରେ ସେହି ବ୍ଲକର ଯେ କୌଣସି ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମରେ ଆବର୍ଜନା ଗୋଟାଇ ଜିଲାକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ବାର୍ତ୍ତା ଦେଇଆସୁଛନ୍ତି। ବର୍ତ୍ତମାନ ଶନିବାର ଦିନକୁ ପ୍ରଶାସନ ପକ୍ଷରୁ ସ୍ବଚ୍ଛତା ସଚେତନତା ଦିବସ ଭାବରେ ଗ୍ରହଣ କରାଯାଇ ଅଧିକାରୀ, କର୍ମଚାରୀମାନେ ଗଁାକୁ ଗଁା ଯାଇ ସଫେଇ ପରେ ଅଳିଆ ଆବର୍ଜନା ଅନ୍ୟତ୍ର ନ ଫିଙ୍ଗି କିମ୍ବା ନିଆଁରେ ନ ପୋଡି ପଞ୍ଚାୟତ କାର୍ଯ୍ୟାଳୟରେ ଜମା କରି ଫେରୁଛନ୍ତି। ଫଳରେ ଏବେ ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟରେ କୁଢ କୁଢ ଅଳିଆ ଆବର୍ଜନା ପଡିରହିଛି। ଏହା ପଚିଶଢି ଦୁର୍ଗନ୍ଧ ହେବା ସହ ମଶାମାଛିଙ୍କ ଅନ୍ତୁଡିଶାଳ ପାଲଟିଛି। ଏ ସମ୍ପର୍କରେ ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ଅଳିଆ ଫିଙ୍ଗିବା ପାଇଁ ଆମକୁ କୌଣସି ନିର୍ଦ୍ଦେଶ ନ ଥିବାବେଳେ ପ୍ରାୟ ୯ ମାସ ହେବ ଅଳିଆ ପଡିରହିଛି। ଦୁର୍ଗନ୍ଧ ଯୋଗୁ ହିତାଧିକାରୀ ପଞ୍ଚାୟତ ଆସିବା ପାଇଁ ନାକ ଟେକୁଛନ୍ତି ବୋଲି କହିଥିଲେ। ଜିଲାପାଳ ଦାଶଙ୍କୁ ପଚାରିବାରୁ ପଞ୍ଚାୟତ ପିଇଓମାନେ ଅଳିଆକୁ ଏନ୍‌ଏସିକୁ ହସ୍ତାନ୍ତର କରିବେ। ଏନ୍‌ଏସି କର୍ମଚାରୀ ଅନ୍ୟତ୍ର ନେଇ ପୋଡିବେ ନ ହେଲେ ଗାତକରି ପୋତିଦେବେ ବୋଲି କହିଥିଲେ।

nbsp;

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା: ମହାକାଳୀ ବେଶରେ ଦର୍ଶନ ଦେଲେ ଦୁଇ ଭଉଣୀ, ଜିଲାପାଳ…

ପୁରୁଷୋତ୍ତମ ପୁର,୧୦।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ ହୋଇଛି ‌। ଭକ୍ତଙ୍କ ଗହଳିରେ ସମଗ୍ର ରତ୍ନଗିରି…

ଯୁଦ୍ଧ ମଧ୍ୟରେ ‘ମୋଦିଙ୍କ ଗୋଟିଏ କଲ…’, ବୟାନକୁ ନେଇ ହେଲାଣି ଚର୍ଚ୍ଚା

ତେହରାନ୍‌,୧୦।୩: ଭାରତରେ ଅବସ୍ଥାପିତ UAEର ପ୍ରଥମ ରାଷ୍ଟ୍ରଦୂତ ହୁସେନ ହାସନ ମିର୍ଜା କହିଛନ୍ତି ଯେ ତାଙ୍କ ଦେଶ ଇରାନ-ଇସ୍ରାଏଲ ବିବାଦରେ ସାମିଲ ହେବାକୁ ଇଚ୍ଛା କରେ ନାହିଁ,…

ଗର୍ଜିଲେ ଚାଷୀ: ଅଧେ ଚାଷୀଙ୍କୁ ଉଠାଇନେଲା ପୋଲିସ

ବରଗଡ଼,୧୦।୩(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌ ପଡ଼ିଥିବା ବରଗଡ଼ ଜିଲା ଭେଡ଼େନ ବ୍ଲକ ଅନ୍ତର୍ଗତ ସହରାଟିକ୍ରା ମଣ୍ଡି ଉପରେ ନିର୍ଭରଶୀଳ ବିଭିନ୍ନ ଗ୍ରାମର ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଧାନ…

ବି.ଏଡ୍‌ ନାମଲେଖା ପାଇଁ ଆଜି ଏନ୍‌ସିଇଟି ଆବେଦନର ଶେଷ ତାରିଖ

ଭୁବନେଶ୍ୱର,୧୦ା୩ (ସୁଚିସ୍ମିତା ସାହୁ): ୪ ବର୍ଷିଆ ବି.ଏଡ୍‌ରେ ନାମଲେଖା ଲାଗି ପ୍ରବେଶିକା ପରୀକ୍ଷା ନ୍ୟାଶନାଲ କମନ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ଏନ୍‌ସିଇଟି)-୨୦୨୬ର ଆବେଦନ ମଙ୍ଗଳବାର ଶେଷ ହେଉଛି। ରାତି ୧୧ଟା ୫୦…

ଇରାନକୁ ଖୋଲା ଧମକ ଦେଲେ ଟ୍ରମ୍ପ, କହିଲେ ୨୦ ଗୁଣା ଅଧିକ କରିବେ ଆକ୍ରମଣ

ଓ୍ବାଶିଂଟନ,୧୦।୩: ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଦ୍ୱାରା ତୈଳ ଯୋଗାଣ ବନ୍ଦ କରିବା ବିରୁଦ୍ଧରେ ଏକ କଠୋର ଚେତାବନୀ ଦେଇଛନ୍ତି।…

ମଧ୍ୟପ୍ରାଚ୍ୟରେ ଯୁଦ୍ଧ: ପାକିସ୍ତାନରେ ଦୁଇ ସପ୍ତାହ ସ୍କୁଲ ବନ୍ଦ, ୨୫% କଟିବ ଦରମା

ନୂଆଦିଲ୍ଲୀ,୧୦ା୩: ଇରାନ ବିରୁଦ୍ଧରେ ଆମେରିକା ଏବଂ ଇସ୍ରାଏଲର ଯୁଦ୍ଧ ପାକିସ୍ତାନ ପାଇଁ ଏକ ବିପର୍ଯ୍ୟୟ ପାଲଟିଛି । ପରିସ୍ଥିତି ଏପରି ହୋଇଛି ଯେ ସୋମବାର ପାକିସ୍ତାନର ପ୍ରଧାନମନ୍ତ୍ରୀ…

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ ଜାଣନ୍ତୁ କିଏ ହେଲେ ଅଧିନାୟକ

ନୂଆଦିଲ୍ଲୀ,୧୦।୩: ICC ୨୦୨୬ ଟି-୨୦ ବିଶ୍ୱକପ ପାଇଁ ‘ଟିମ ଅଫ ଦି ଟୁର୍ଣ୍ଣାମେଣ୍ଟ’ ଘୋଷଣା କରିଛି। ବିଶ୍ୱ ଚାମ୍ପିଅନ ଭାରତୀୟ ଦଳର ଚାରି ଜଣ ଖେଳାଳିଙ୍କୁ ଏହି…

‘ଟିକେ ଲଜ୍ଜା କର ଟିମ ଇଣ୍ଡିଆ…’ ଜୟ ଶାହା, ସୂର୍ଯ୍ୟକୁମାର ଯାଦବଙ୍କ ଉପରେ କିଏ ଆଉ କାହିଁକି କହିଲେ ଏମିତି? ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ନୂଆଦିଲ୍ଲୀ,୧୦।୩: ଟିମ ଇଣ୍ଡିଆ ୨୦୨୬ ର ICC T20 ବିଶ୍ୱକପ ଜିତିଛି। ଏହି ବିଜୟ ପରେ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଛି। ଭାରତୀୟ ଦଳ ରେକର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri