Posted inରାଜ୍ୟ

ଏହିଦିନ ସରିବ ସରପଞ୍ଚଙ୍କ କାର୍ଯ୍ୟକାଳ, ପଞ୍ଚାୟତ ନିର୍ବାଚନ ନେଇ ଆସିଲା ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ୱର, ୨୫ା୧: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ମିଳିଛି ଗୁରୁତ୍ୱପୂର୍ଣ୍ଣ ସୂଚନା। ରାଜ୍ୟ ନିର୍ବାଚନ କମିଶନ ରବିବାର ସବୁ ଦ୍ୱନ୍ଦ୍ୱ ଦୂର କରି ସବିଶେଷ ସୂଚନା ଦେଇଛନ୍ତି। ନିର୍ଦ୍ଧାରିତ ସମୟ ପୂର୍ବରୁ ନୁହେଁ ବରଂ ବର୍ତ୍ତମାନର ପଞ୍ଚାୟତ ପ୍ରତିନିଧିଙ୍କ ୫ ବର୍ଷର କାର୍ଯ୍ୟକାଳ ଶେଷ ହେବା ପରେ ହିଁ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି।

ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଆଗୁଆ ନିର୍ବାଚନର ସଙ୍କେତ ଦେବାର ଦିନକ ପରେ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ଏହି ସ୍ପଷ୍ଟୀକରଣ ଦେଇଛନ୍ତି।

ଶ୍ରୀ ପାଢ଼ୀ କହିଛନ୍ତି ଯେ, ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ପଞ୍ଚାୟତଗୁଡ଼ିକର କାର୍ଯ୍ୟକାଳ ଶେଷ ହେବା ପରେ ହିଁ ଭୋଟ୍ ଗ୍ରହଣ କରାଯିବ। ପୂର୍ବ ନିର୍ବାଚନ ଫେବୃଆରୀ ୨୦୨୨ରେ ହୋଇଥିବାରୁ ପରବର୍ତ୍ତୀ ନିର୍ବାଚନ ୨୦୨୭ରେ ହେବାର ଅଛି।

ନିର୍ବାଚନ ତାରିଖ ଏବେ ଯାଏଁ ଧାର୍ଯ୍ୟ ହୋଇନଥିଲେ ମଧ୍ୟ ସବ-ଡିଭିଜନ ସ୍ତରରେ ମତଦାନ କେନ୍ଦ୍ର ଚିହ୍ନଟ ଏବଂ ବାଲଟ୍ ବାକ୍ସ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତ ୧୦-୧୨ ଦିନ ଧରି ଜିଲ୍ଲାପାଳମାନଙ୍କ ସହ ଏନେଇ ପ୍ରାଥମିକ ବୈଠକ ମଧ୍ୟ ଶେଷ ହୋଇଛି।

ଗତ ଶନିବାର ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଦଳୀୟ କର୍ମକର୍ତ୍ତାଙ୍କୁ ସୂଚନା ଦେଇଥିଲେ ଯେ, ଆସନ୍ତା ବର୍ଷ ହେବାକୁ ଥିବା ଜନଗଣନା କାର୍ଯ୍ୟ ଯୋଗୁଁ ନିର୍ବାଚନ ପ୍ରାୟ ୨-୩ ମାସ ଆଗୁଆ ହୋଇପାରେ। ସେ କର୍ମକର୍ତ୍ତାମାନଙ୍କୁ ତୃଣମୂଳ ସ୍ତରରେ ପ୍ରସ୍ତୁତି ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଥିଲେ।

୨୦୨୭ ଜନଗଣନାର ପ୍ରଥମ ପର୍ଯ୍ୟାୟ (ଘର ତାଲିକା ପ୍ରସ୍ତୁତି) ଏପ୍ରିଲ ୧ରୁ ସେପ୍ଟେମ୍ବର ୩୦, ୨୦୨୬ ମଧ୍ୟରେ ଅନୁଷ୍ଠିତ ହେବ। ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ୍ ମୁଖ୍ୟ ଜନଗଣନା ଫେବୃଆରୀ ୨୦୨୭ରେ ହେବାକୁ ଧାର୍ଯ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ବଢ଼ିଲା ତାତି; ଚଳିତ ବର୍ଷ ପ୍ରଥମ ଥର ୪୦ ଡିଗ୍ରୀ ପାର କଲା ତାପମାତ୍ରା

ଭୁବନେଶ୍ୱର,୧୨।୩: ମାର୍ଚ୍ଚ ମାସ ଅଧା ନହେଉଣୁ ଓଡ଼ିଶାରେ କଲବଲ କଲାଣି ଖରା। ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍…

ଗ୍ୟାସ ବୁକିଂ ସମୟ ବଦଳାଇଲେ ଏଜେନ୍ସି, ଏହି ନମ୍ବରରେ କରନ୍ତୁ କଲ, ନୋଟ୍‌ କରନ୍ତୁ ସମୟ, ୨୪ ଘଣ୍ଟାରେ ମିଳିବ ସିଲିଣ୍ଡର!

ଆଗ୍ରା,୧୨।୩: ଯଦି ଆପଣଙ୍କୁ ଗ୍ୟାସ ସିଲିଣ୍ଡର ବୁକ କରିବାକୁ ପଡିବ, ତେବେ ଏହି ଖବରକୁ ଭଲ ଭାବେ ପଢନ୍ତୁ, କାରଣ ବୁକିଂ କେବଳ ସକାଳ ୫ ଟାରୁ…

ଶ୍ୱଶୁର ଘରେ ଜ୍ୱାଇଁଙ୍କ ରହସ୍ୟମୟ ମୃତ୍ୟୁ: ସ୍ତ୍ରୀଙ୍କ ଉପସ୍ଥିତିକୁ ନେଇ ବଢୁଛି ସନ୍ଦେହ, ହତ୍ୟା ନା ଆତ୍ମହତ୍ୟା…

ଥୁଆମୂଳ ରାମପୁର,୧୨।୩: ଶ୍ୱଶୁର ଘରେ ଜ୍ୱାଇଁଙ୍କ ମୃତ୍ୟୁକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବଢ଼ିବା ସହ ସନ୍ଦେହ ପ୍ରକାଶ ପାଇଛି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର…

IPL 2026 ପୂର୍ବରୁ ‘ଫିକ୍ସିଂ’କୁ ନେଇ କ୍ରିକେଟ ଜଗତରେ ଆଲୋଡ଼ନ,ପୂର୍ବତନ KKR ଖେଳାଳିଙ୍କୁ ନିଲମ୍ବିତ କଲା ICC

ନୂଆଦିଲ୍ଲୀ,୧୨।୩: IPL 2026 ଆରମ୍ଭ ହେବା ପୂର୍ବରୁ, କ୍ରିକେଟ ଜଗତ ‘ଫିକ୍ସିଂ’ ଅଭିଯୋଗରେ ଦୋହଲିଯାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) କୋଲକାତା ନାଇଟ ରାଇଡର୍ସ (KKR) ପାଇଁ…

ମିଳିଲାନି ସୁଭଦ୍ରା ଟଙ୍କା: ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ଆଦିବାସୀ ମହିଳା

ଗୁଡାରି,୧୨।୩ (ପ୍ରମୋଦ କୁମାର ପତି): ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନାରେ ଯୋଗ୍ୟ ମହିଳାଙ୍କୁ ମହିଳା ଦିବସ ଅବସରରେ ଚତୁର୍ଥ କିସ୍ତି ଟଙ୍କା ମିଳିଛି। କିନ୍ତୁ ରାୟଗଡା ଜିଲା…

କାର୍‌ ନେଲା ଜୀବନ

ପାତ୍ରପୁର,୧୨ା୩(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ସୁରଙ୍ଗୀଠାରେ ଏକ କାର୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିିଛି। ସେ ହେଲେ ସୁରଙ୍ଗୀ ଗ୍ରାମର ଅଭିମନ୍ୟୁ…

ଗ୍ୟାସ କଳାବଜାରୀ କରୁଥିବା ବ୍ୟକ୍ତିଙ୍କୁ ମିଳିବ ସିଧାସଳଖ ଏମିତି ଦଣ୍ଡ, ବଡ଼ ଚେତାବନୀ ଦେଲେ ସିଟି SP

ମେରଠ,୧୨।୩: ଗ୍ୟାସ କଳାବଜାରୀରେ ସମ୍ପୃକ୍ତ ଲୋକଙ୍କ ବିରୁଦ୍ଧରେ ତୁରନ୍ତ ମାମଲା ରୁଜୁ କରିବାକୁ ଉତ୍ତର ପ୍ରଦେଶ ମେରଠର ଏସଏସପି ନିର୍ଦ୍ଦେଶ ଦେଇଛନ୍ତି। କଳାବଜାରୀ ସମ୍ପର୍କରେ ସୂଚନା ପାଇବା…

ତଣ୍ଟି କାଟି ମହିଳାଙ୍କୁ ବିଭତ୍ସ ହତ୍ୟା ଘଟଣା, ପ୍ରେମିକାକୁ ହତ୍ୟା ପରେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ପ୍ରେମିକ

ବାଲେଶ୍ୱର,୧୨ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅର୍ନ୍ତଗତ ଫକୀରମୋହନ ନଗରରେ ଜଣେ ମହିଳାଙ୍କ ତଣ୍ଟି କାଟି ବିଭତ୍ସ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି । ପୁରୁଷବନ୍ଧୁ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri