ପଞ୍ଚସଖାଙ୍କ ସମାଧିପୀଠ ଅବହେଳିତ

ସାକ୍ଷୀଗୋପାଳ,୧୭ା୬(କିଶୋର ମହାପାତ୍ର /ପ୍ରଶାନ୍ତ ବାରିକ) ପୁରୀ ଜିଲା ସତ୍ୟବାଦୀ ବକୁଳବନରେ ପୁଣ୍ୟାତ୍ମା ପଞ୍ଚସଖାଙ୍କ ସ୍ମୃତି ରକ୍ଷା ନିମନ୍ତେ ପ୍ରତିଷ୍ଠା ହୋଇଥିବା ପଞ୍ଚସଖା ସ୍ମୃତି ସମାଧିପୀଠ ଏବେ ଅବହେଳିତ ହୋଇପଡ଼ିଛି। ଅନାବନା ଲଟା ବୁଦାରେ ଏହି ପୀଠ ପରିପୂର୍ଣ୍ଣ ହୋଇଥିବାବେଳେ ସନ୍ଧ୍ୟା ହେଲେ ନିଶାଡ଼ିଙ୍କ ଆଡ୍ଡା ଜମୁଛି। ସୁରକ୍ଷା ବ୍ୟବସ୍ଥା ଓ ରକ୍ଷଣାବେକ୍ଷଣ ଅଭାବରୁ ଉନ୍ନୟନ କାର୍ଯ୍ୟ ଉଜୁଡ଼ିଗଲାଣି। ହେଲେ ଏଥିପ୍ରତି ପ୍ରଶାସନର ନିଘା ନାହିଁ। ସେହିପରି ଚଳିତ ମାସ ୧୮ ତାରିଖରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ। କିନ୍ତୁ ଏପର୍ଯ୍ୟନ୍ତ ପୀଠ ପରିସର ସଫେଇ କରାଯାଇନାହିଁ।
ସୂଚନା ଅନୁଯାୟୀ, ଏଠାରେ ପଞ୍ଚସଖାଙ୍କ ପାର୍ଥିବ ଶରୀର ଅନ୍ତିମ ସଂସ୍କାର କରାଯିବା ପରେ ସ୍ମୃତି ସମାଧି ଗଢ଼ି ଉଠିଥିଲା। ସତ୍ୟବାଦୀ ଯୁଗର ମନୀଷୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ କୃପାସିନ୍ଧୁ ମିଶ୍ର ଏବଂ ଆଚାର୍ଯ୍ୟ ହରିହର ଦାସଙ୍କ ସହିତ ପଞ୍ଚସଖାଙ୍କ ଅନୁଗାମୀ ପଣ୍ଡିତ ଲିଙ୍ଗରାଜ ମିଶ୍ର ଓ ପ୍ରଚାରକ ଅନନ୍ତ ମିଶ୍ରଙ୍କୁ ନେଇ ମୋଟ ୭ଟି ସମାଧିପୀଠ ଏହି ବକୁଳବନ ପରିସରରେ ରହିଛି। ପୁଣ୍ୟାତ୍ମାଙ୍କ ଆବିର୍ଭାବ, ତିରୋଧାନ ତଥ୍ୟ ସହିତ ସେମାନେ ରଚନା କରିଥିବା କବିତା ପଂକ୍ତିର ଅଂଶବିଶେଷ ପୃଥକ୍‌ ପୃଥକ୍‌ ଭାବେ ମାର୍ବଲ ପଥରରେ ଖୋଦେଇ କରି ସମାଧିରେ ଶ୍ରଦ୍ଧାଳୁଙ୍କ ସୂଚନା ପାଇଁ ସ୍ଥାନିତ କରାଯାଇଛି। ସ୍ମୃତିପୀଠକୁ ଆକର୍ଷଣୀୟ କରିବା ସହ ବିକାଶ ନିମନ୍ତେ ପ୍ରାଚୀର, ପ୍ରାର୍ଥନା ନିମନ୍ତେ କଡପା ପଥରରେ ଚଟାଣ, ପାଥ୍‌ ଓ୍ବେ, ଫାଟକ, ଫୁଲକୁଣ୍ଡ, ଆଲୋକ ବ୍ୟବସ୍ଥା, ସଂଲଗ୍ନ ପକ୍କାରାସ୍ତା, ପୁଷ୍କରିଣୀ, ଫୁଲବଗିଚା ଆଦି ରାଜ୍ୟ ସରକାରଙ୍କ ଅନୁଦାନରେ ନିର୍ମିତ ହୋଇଥିଲା। ପ୍ରଥମେ ୧୯୯୬ରେ ସତ୍ୟବାଦୀର ତତ୍କାଳୀନ ବିଧାୟକ ପ୍ରସାଦ ହରିଚନ୍ଦନଙ୍କ ପ୍ରୟାସ ଓ ତତ୍ତ୍ୱାବଧାନରେ ଏହି ପୀଠର ପୁନରୁଦ୍ଧାର ସହ ଏହାକୁ ଏକ ମନୋରମ ଉଦ୍ୟାନରେ ପରିଣତ କରାଯାଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହାର ଉନ୍ନୟନ କରାଯିବା ସହିତ କିଛିଦିନ ପାଇଁ ଅସ୍ଥାୟୀ ଭାବେ ରକ୍ଷଣାବେକ୍ଷଣ ଦାୟିତ୍ୱ ତୁଲାଯାଇଥିଲା। ପ୍ରତ୍ୟହ ସକାଳେ ଓ ସାରେ ଲୋକେ ଅବସର ବିନୋଦନ ନିମନ୍ତେ ଏଠାରେ ଭିଡ଼ ଜମାଉଥିଲେ। ଏପରିକି ମନୋରମ ପରିବେଶରେ ଆଲ୍‌ବମ୍‌ ଶୁଟିଂ କରାଯାଉଥିଲା। ମାତ୍ର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଅଭାବରୁ ଏହା ଅବହେଳିତ ଅବସ୍ଥାରେ ପହଞ୍ଚିଥିଲା। ପୁନଶ୍ଚ ୨୦୧୪ରେ ଏହାର ନବୀକରଣ କାର୍ଯ୍ୟ କରାଯାଇ ଆକର୍ଷଣୀୟ କରାଯାଇଥିଲା। ହେଲେ ପୀଠଟି ଏବେ ଯଥାପୂର୍ବଂ ତଥା ପରମ୍‌ ଅବସ୍ଥାରେ ପହଞ୍ଚିଛି। ଅନାବନା ଲଟାବୁଦାରେ ଫୁଲବଗିଚା ଭରିଛି। ସଞ୍ଜ ହେଲେ ନିଶାଡ଼ିଙ୍କ ଆସର ଜମୁଛି। ଫାଟକ ମୁକୁଳା ପଡ଼ିଛି। ଫୁଲ, ଚନ୍ଦନ, ଦୀପ, ଧୂପରେ ଭରିରହିବା ଉପାସନା ସ୍ଥଳରେ ଏବେ ମଦବୋତଲ, ଦରପୋଡ଼ା ବିଡ଼ି, ସିଗାରେଟ୍‌, ଗୁଟ୍‌ଖା ପାଉଚ ଦେଖିବାକୁ ମିଳୁଛି। ପୁଣ୍ୟାତ୍ମାଙ୍କ ସ୍ମୃତି ସମାଧିପୀଠ ଅଲୋଡ଼ା ହୋଇପଡ଼ିଛି। ମହାପୁରୁଷଙ୍କ ଜୟନ୍ତୀ ଓ ଶ୍ରାଦ୍ଧବାର୍ଷିକ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ସଙ୍ଗଠନଗୁଡ଼ିକ ଏହାକୁ ସଫେଇ କରି ବ୍ୟବହାର କରୁଛନ୍ତି। ଉକ୍ତ ପୀଠକୁ ଲାଗି ନିର୍ମାଣ କରାଯାଉଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟ ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିବାକୁ ଆସୁଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ଦୃଷ୍ଟି ଆଢୁଆଳରେ ଏହା ରହିଯାଇଛି। ଏହି ପୁଣ୍ୟପୀଠ ପ୍ରତି ପ୍ରଶାସନିକ ସ୍ତରରେ ଅବହେଳାକୁ ନେଇ ସାଧାରଣରେ ଅସନ୍ତୋଷ ଏବଂ କ୍ଷୋଭ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri