ପଞ୍ଚସଖାଙ୍କ ସମାଧିପୀଠ ଅବହେଳିତ

ସାକ୍ଷୀଗୋପାଳ,୧୭ା୬(କିଶୋର ମହାପାତ୍ର /ପ୍ରଶାନ୍ତ ବାରିକ) ପୁରୀ ଜିଲା ସତ୍ୟବାଦୀ ବକୁଳବନରେ ପୁଣ୍ୟାତ୍ମା ପଞ୍ଚସଖାଙ୍କ ସ୍ମୃତି ରକ୍ଷା ନିମନ୍ତେ ପ୍ରତିଷ୍ଠା ହୋଇଥିବା ପଞ୍ଚସଖା ସ୍ମୃତି ସମାଧିପୀଠ ଏବେ ଅବହେଳିତ ହୋଇପଡ଼ିଛି। ଅନାବନା ଲଟା ବୁଦାରେ ଏହି ପୀଠ ପରିପୂର୍ଣ୍ଣ ହୋଇଥିବାବେଳେ ସନ୍ଧ୍ୟା ହେଲେ ନିଶାଡ଼ିଙ୍କ ଆଡ୍ଡା ଜମୁଛି। ସୁରକ୍ଷା ବ୍ୟବସ୍ଥା ଓ ରକ୍ଷଣାବେକ୍ଷଣ ଅଭାବରୁ ଉନ୍ନୟନ କାର୍ଯ୍ୟ ଉଜୁଡ଼ିଗଲାଣି। ହେଲେ ଏଥିପ୍ରତି ପ୍ରଶାସନର ନିଘା ନାହିଁ। ସେହିପରି ଚଳିତ ମାସ ୧୮ ତାରିଖରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ। କିନ୍ତୁ ଏପର୍ଯ୍ୟନ୍ତ ପୀଠ ପରିସର ସଫେଇ କରାଯାଇନାହିଁ।
ସୂଚନା ଅନୁଯାୟୀ, ଏଠାରେ ପଞ୍ଚସଖାଙ୍କ ପାର୍ଥିବ ଶରୀର ଅନ୍ତିମ ସଂସ୍କାର କରାଯିବା ପରେ ସ୍ମୃତି ସମାଧି ଗଢ଼ି ଉଠିଥିଲା। ସତ୍ୟବାଦୀ ଯୁଗର ମନୀଷୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ କୃପାସିନ୍ଧୁ ମିଶ୍ର ଏବଂ ଆଚାର୍ଯ୍ୟ ହରିହର ଦାସଙ୍କ ସହିତ ପଞ୍ଚସଖାଙ୍କ ଅନୁଗାମୀ ପଣ୍ଡିତ ଲିଙ୍ଗରାଜ ମିଶ୍ର ଓ ପ୍ରଚାରକ ଅନନ୍ତ ମିଶ୍ରଙ୍କୁ ନେଇ ମୋଟ ୭ଟି ସମାଧିପୀଠ ଏହି ବକୁଳବନ ପରିସରରେ ରହିଛି। ପୁଣ୍ୟାତ୍ମାଙ୍କ ଆବିର୍ଭାବ, ତିରୋଧାନ ତଥ୍ୟ ସହିତ ସେମାନେ ରଚନା କରିଥିବା କବିତା ପଂକ୍ତିର ଅଂଶବିଶେଷ ପୃଥକ୍‌ ପୃଥକ୍‌ ଭାବେ ମାର୍ବଲ ପଥରରେ ଖୋଦେଇ କରି ସମାଧିରେ ଶ୍ରଦ୍ଧାଳୁଙ୍କ ସୂଚନା ପାଇଁ ସ୍ଥାନିତ କରାଯାଇଛି। ସ୍ମୃତିପୀଠକୁ ଆକର୍ଷଣୀୟ କରିବା ସହ ବିକାଶ ନିମନ୍ତେ ପ୍ରାଚୀର, ପ୍ରାର୍ଥନା ନିମନ୍ତେ କଡପା ପଥରରେ ଚଟାଣ, ପାଥ୍‌ ଓ୍ବେ, ଫାଟକ, ଫୁଲକୁଣ୍ଡ, ଆଲୋକ ବ୍ୟବସ୍ଥା, ସଂଲଗ୍ନ ପକ୍କାରାସ୍ତା, ପୁଷ୍କରିଣୀ, ଫୁଲବଗିଚା ଆଦି ରାଜ୍ୟ ସରକାରଙ୍କ ଅନୁଦାନରେ ନିର୍ମିତ ହୋଇଥିଲା। ପ୍ରଥମେ ୧୯୯୬ରେ ସତ୍ୟବାଦୀର ତତ୍କାଳୀନ ବିଧାୟକ ପ୍ରସାଦ ହରିଚନ୍ଦନଙ୍କ ପ୍ରୟାସ ଓ ତତ୍ତ୍ୱାବଧାନରେ ଏହି ପୀଠର ପୁନରୁଦ୍ଧାର ସହ ଏହାକୁ ଏକ ମନୋରମ ଉଦ୍ୟାନରେ ପରିଣତ କରାଯାଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହାର ଉନ୍ନୟନ କରାଯିବା ସହିତ କିଛିଦିନ ପାଇଁ ଅସ୍ଥାୟୀ ଭାବେ ରକ୍ଷଣାବେକ୍ଷଣ ଦାୟିତ୍ୱ ତୁଲାଯାଇଥିଲା। ପ୍ରତ୍ୟହ ସକାଳେ ଓ ସାରେ ଲୋକେ ଅବସର ବିନୋଦନ ନିମନ୍ତେ ଏଠାରେ ଭିଡ଼ ଜମାଉଥିଲେ। ଏପରିକି ମନୋରମ ପରିବେଶରେ ଆଲ୍‌ବମ୍‌ ଶୁଟିଂ କରାଯାଉଥିଲା। ମାତ୍ର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଅଭାବରୁ ଏହା ଅବହେଳିତ ଅବସ୍ଥାରେ ପହଞ୍ଚିଥିଲା। ପୁନଶ୍ଚ ୨୦୧୪ରେ ଏହାର ନବୀକରଣ କାର୍ଯ୍ୟ କରାଯାଇ ଆକର୍ଷଣୀୟ କରାଯାଇଥିଲା। ହେଲେ ପୀଠଟି ଏବେ ଯଥାପୂର୍ବଂ ତଥା ପରମ୍‌ ଅବସ୍ଥାରେ ପହଞ୍ଚିଛି। ଅନାବନା ଲଟାବୁଦାରେ ଫୁଲବଗିଚା ଭରିଛି। ସଞ୍ଜ ହେଲେ ନିଶାଡ଼ିଙ୍କ ଆସର ଜମୁଛି। ଫାଟକ ମୁକୁଳା ପଡ଼ିଛି। ଫୁଲ, ଚନ୍ଦନ, ଦୀପ, ଧୂପରେ ଭରିରହିବା ଉପାସନା ସ୍ଥଳରେ ଏବେ ମଦବୋତଲ, ଦରପୋଡ଼ା ବିଡ଼ି, ସିଗାରେଟ୍‌, ଗୁଟ୍‌ଖା ପାଉଚ ଦେଖିବାକୁ ମିଳୁଛି। ପୁଣ୍ୟାତ୍ମାଙ୍କ ସ୍ମୃତି ସମାଧିପୀଠ ଅଲୋଡ଼ା ହୋଇପଡ଼ିଛି। ମହାପୁରୁଷଙ୍କ ଜୟନ୍ତୀ ଓ ଶ୍ରାଦ୍ଧବାର୍ଷିକ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ସଙ୍ଗଠନଗୁଡ଼ିକ ଏହାକୁ ସଫେଇ କରି ବ୍ୟବହାର କରୁଛନ୍ତି। ଉକ୍ତ ପୀଠକୁ ଲାଗି ନିର୍ମାଣ କରାଯାଉଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟ ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିବାକୁ ଆସୁଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ଦୃଷ୍ଟି ଆଢୁଆଳରେ ଏହା ରହିଯାଇଛି। ଏହି ପୁଣ୍ୟପୀଠ ପ୍ରତି ପ୍ରଶାସନିକ ସ୍ତରରେ ଅବହେଳାକୁ ନେଇ ସାଧାରଣରେ ଅସନ୍ତୋଷ ଏବଂ କ୍ଷୋଭ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓକିଲ ସଂଘ ନିର୍ବାଚନ: ମଇଦାନରେ ୬ ପ୍ରାର୍ଥୀ, ସରଗରମ କୋର୍ଟ ପରିସର

ପୁରୁଷୋତ୍ତମପୁର,୨୮।୩ (ସବିତା ମିଶ୍ର): ସାରା ରାଜ୍ୟରେ ଓକିଲ ସଂଘ ନିର୍ବାଚନ ଚାଲିଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର କୋର୍ଟ ପରିସରରେ ନିର୍ବାଚନ ଉଷ୍ମତା ସରଗରମ ହୋଇଉଠିଛି…

କେସିଙ୍ଗା ରେଳ ଷ୍ଟେଶନ ପରିଦର୍ଶନ କଲେ ସମ୍ବଲପୁର ରେଳ ପ୍ରବନ୍ଧକ: ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

କେସିଙ୍ଗା,୨୮।୩(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ପ୍ରବନ୍ଧକ କେସିଙ୍ଗା ରେଳ ଷ୍ଟେଶନକୁ ଶନିବାର ପରିଦର୍ଶନ କରି ଷ୍ଟେଶନର ବିଭିନ୍ନ ସମସ୍ୟା ଉପରେ ତଦନ୍ତ କରିଥିଲେ। ଏହି ଷ୍ଟେଶନରେ ଯାତ୍ରୀଙ୍କ…

ଘରକୁ ଫେରୁଥିଲେ ଶ୍ରମିକ, ଧକ୍କା ଦେଲା ଟ୍ରାଭେଲର: ଆଉ ତା’ପରେ…

ଲୋଇସିଂହା,୨୮।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିମୁଣ୍ଡା- ବଲାଙ୍ଗୀର ରାସ୍ତାର ସରଗାଡରେ ଏକ ଅଜଣା ଗାଡ଼ି ଧକ୍କାରେ ଶନିବାର ଭୋର ସକାଳୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି।…

ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ: ମଇଦାନରେ ଅଛନ୍ତି ଏମାନେ, ଆଜି ଫଳାଫଳ ଘୋଷଣା

ଦିଗପହଣ୍ଡି,୨୮।୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାର…

ଦାରିଙ୍ଗବାଡିରେ କାଳବୈଶାଖୀ ପ୍ରଭାବ: ୧୫ ଘଣ୍ଟା ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତବାସୀ

ଦାରିଙ୍ଗବାଡି, ୨୮।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ କଳାବୈଶାଖୀର ପ୍ରଭାବରେ ପବନ ବୋହିବା ସହ ବିଜୁଳି ଘଡଘଡି ସହ ବର୍ଷା ହୋଇଥିଲା…

ମୋଦି-ଟ୍ରମ୍ପଙ୍କ ଫୋନ କଲ୍‌ରେ ଏଲନ ମସ୍କଙ୍କ ଉପସ୍ଥିତିକୁ ନେଇ କୂଟନୈତିକ ମହଲରେ ହଇଚଇ

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଉପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଫୋନ ଆଲୋଚନା ବହୁତ ଚର୍ଚ୍ଚା ସୃଷ୍ଟି କରୁଛି। କିନ୍ତୁ ଏହି ଆଲୋଚନା…

ବାଇକ୍‌ରେ ଯାଉଥିଲେ ଉପରେ ପଡ଼ିଲା ଗଛ: ଆଉ ତା’ପରେ…

ବାରିପଦା,୨୮।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାର ଆଖପାଖ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଝଡ ତୋଫାନ ଓ ପ୍ରବଳ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପୃଥକ…

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri