ହନୁମାନ ମନ୍ଦିରରେ ପଞ୍ଚମୁଖୀ ବିଗ୍ରହ ମୂର୍ତ୍ତି ସ୍ଥାପନ

ଗଞ୍ଜାମ,୪/୪(ବିଦ୍ୟାଧର ସାହୁ):ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ସାନ ସାହିରେ ଥିବା ହନୁମାନ ମନ୍ଦିରରେ ଗୁରୁବାର ପଞ୍ଚମୁଖୀ ହନୁମାନଙ୍କ ବିଗ୍ରହ ମୂର୍ତ୍ତି ସ୍ଥାପନ କରାଯାଇଛି। ଏଥିପାଇଁ ବୁଧବାର ସନ୍ଧ୍ୟାରେ ଋଷିକୂଲ୍ୟା ନଦୀରୁ ଜଳାଭିଷେକ ପରେ ସାହିର ମହିଳା ଓ ପୁରୁଷଙ୍କ ଦ୍ୱାରା କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ପୁରୋହିତ ଅଶୋକ ଶତପଥୀ ଏବଂ ରାଜେନ୍ଦ୍ର ରଥ ଦେବଶର୍ମାଙ୍କ ଦ୍ୱାରା ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଯଜ୍ଞରେ ସ୍ବର୍ଗତ ବାଉରୀ ସାହୁଙ୍କ ସୁପୁତ୍ର ମହେଶ୍ୱର ସାହୁ ଓ ତାଙ୍କ ଧର୍ମପତ୍ନୀ ସାଗରୀକା ଚାନ୍ଦ ପ୍ରମୁଖ ଦାୟିତ୍ୱ ବହନ କରିଥିଲେ। ଏହି ଉପଲକ୍ଷେ ଅଷ୍ଟପ୍ରହରୀ ନାମଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଥିଲା। ସାହୁ ପରିବାର ପକ୍ଷରୁ ପଞ୍ଚମୁଖୀ ହନୁମାନ ମୂର୍ତ୍ତି ଦାନ କରାଯାଇଥିବା ଜଣାପଡିଛି। ଧରଣୀ ସାହୁ, କାଳୁ ସାହୁଙ୍କ ସମେତ ଅନ୍ୟମାନେ ସହଯୋଗ କରିଛନ୍ତି। ଚଳିତ ମାସ ମନ୍ଦିରରେ ରାମ ନବମୀ ପାଳନ ହେବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

ଭଙ୍ଗା ଝାଟିମାଟି ଘରେ ରାଘବଙ୍କ ପରିବାର : ସହାୟତା ପାଇଁ… 

କେସିଙ୍ଗା,୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କସୃପଡା ଗ୍ରାମର ରାଘବ କରୁଆ (୬୦)ଙ୍କ ପରିବାର  ଝାଟିମାଟି ଘରେ ଅସହାୟ ଅବସ୍ଥାରେ ଜୀବନଯାପନ କରି...

ବେଆଇନ ଚୋରା ବାଲି ଚାଲାଣ: ୨ ହାଇୱାକୁ ମାଡିବସିଲା…

ପୋଲିସ।ପାଟଣା,୬।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡା ଫାଣ୍ଡି ପୋଲିସ ସାହାରପଡା ପେଟ୍ରୋଲ ପମ୍ପ ନିକଟରୁ ଶନିବାର ଭୋର ସକାଳୁ ୨ଟି ଚୋରା ବାଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri