Categories: ବାଣିଜ୍ୟ

ପାନାସୋନିକ୍‌ର ‘ଫେଷ୍ଟିଭାଲ ଅଫ୍‌ ଲାଇଫ୍‌’

ଭୁବନେଶ୍ୱର,୧୯ା୧୦: ଦେଶର ପ୍ରମୁଖ ହୋମ୍‌ ଆପ୍ଲାଏନ୍ସ ସାମଗ୍ରୀ ବିକ୍ରେତା କମ୍ପାନୀ ‘ପାନାସୋନିକ୍‌’ ପକ୍ଷରୁ ଚଳିତ ବର୍ଷର ପାର୍ବଣ ଉପଲକ୍ଷେ ‘ଫେଷ୍ଟିଭାଲ ଅଫ୍‌ ଲାଇଫ୍‌’ ସମ୍ପର୍କରେ ଘୋଷଣା କରାଯାଇଥିଲା। ଓଡ଼ିଶାର ଗ୍ରାହକ ସୁଜାତା ମହାପାତ୍ର କମ୍ପାନୀର ଉକ୍ତ ଅଫର ଜରିଆରେ ୨.୫ ଲକ୍ଷ ଟଙ୍କା ମୂଲ୍ୟର ପାନାସୋନିକ୍‌ ୧୫ ହୋମ୍‌ମେକର ପ୍ୟାକେଜ ଜିତିଛନ୍ତି। ଏ ସମ୍ପର୍କରେ କମ୍ପାନୀର ଭୁବନେଶ୍ୱର ଶାଖା ମାର୍କେଟିଂ ମ୍ୟାନେଜର ଶୋଭିତ ରାୟଜାଦା କହିଛନ୍ତି, କମ୍ପାନୀର ଉକ୍ତ ଅଫର ଜରିଆରେ ୧୫ ଜଣ ଗ୍ରାହକଙ୍କୁ ୨ଲକ୍ଷ ୫୦ହଜାର ଟଙ୍କାର ପାନାସୋନିକ୍‌ ୧୫ଟି ହୋମ୍‌ମେକର ପ୍ୟାକେଜ ପ୍ରଦାନ କରାଯିବ। ବିଶେଷକରି ନୟାଗଡ଼ର ପାନାସୋନିକ୍‌ ଷ୍ଟୋର ‘ଲକ୍ଷ୍ମୀ ବାସନ ଭଣ୍ଡାର’ର ସ୍ବତ୍ୱାଧିକାରୀ ପ୍ରମୋଦ କୁମାର ସାହୁ କହିଛନ୍ତି, ଉକ୍ତ ସ୍କିମ୍‌ କେବଳ ତାଙ୍କ ଶୋ’ରୁମ୍‌ରେ ଉପଲବ୍ଧ। ଏହି ୨.୫ ଲକ୍ଷର ଉପହାର ଆହୁରି ୧୪ ଜଣଙ୍କ ପାଇଁ ବାକି ରହିଛି।

Share