ପନାଚିକ୍କଡ଼ ସରସ୍ବତୀ ମନ୍ଦିର : ଜାଣନ୍ତୁ କ’ଣ ରହିଛି ରହସ୍ୟମୟ କଥା

କେରଳର କୋଟ୍ଟାୟମ୍‌ ଜିଲା ଅନ୍ତର୍ଗତକ ସ୍ଥାନ ହେଉଛି ପନାଚିକ୍କଡ଼। ଏଠାରେ ବିଦ୍ୟାଦାତ୍ରୀ ଦେବୀ ସରସ୍ବତୀଙ୍କୁ ସମର୍ପିତ ଏକ ମନ୍ଦିର ରହିଛି; ଯାହା ପନାଚିକ୍କଡ଼ ସରସ୍ବତୀ ମନ୍ଦିର ଭାବେ ବେଶ୍‌ ପରିଚିତ। ଏହାକୁ କେହି କେହି ପନାଚିକ୍କଡ଼ୁ ମନ୍ଦିର ତ ଆଉ କେହି ଦକ୍ଷିଣ ମୁକାମ୍ବିକା ସରସ୍ବତୀ ମନ୍ଦିର ବୋଲି ବି କହିଥାନ୍ତି…

ପନାଚିକ୍କଡ଼ ସରସ୍ବତୀ ମନ୍ଦିର ହେଉଛି କେରଳର ପନାଚିକ୍କଡ଼ ଅଞ୍ଚଳରେ ଥିବା ଏକ ବହୁ ପୁରାତନ ତଥା ପ୍ରସିଦ୍ଧ ମନ୍ଦିର। ପ୍ରକୃତପକ୍ଷେ ଏହି ମନ୍ଦିରର ମୁଖ୍ୟ ଦେବତା ହେଉଛନ୍ତି ପ୍ରଭୁ ବିଷ୍ଣୁ; ଯାହାଙ୍କ ପ୍ରତିମାକୁ ଏଠାରେ ଦେବୀ ସରସ୍ବତୀଙ୍କର ପ୍ରତିମା ସ୍ଥାପିତ ହେବାର ବହୁ ପୂର୍ବରୁ ହିଁ ସ୍ଥାପନ କରାଯାଇଥିଲା। କିନ୍ତୁ ଦେବୀଙ୍କର ମହିମା ଓ ଲୋକପ୍ରିୟତା ପାଇଁ ଲୋକମୁଖରେ ଏହା ସରସ୍ବତୀ ମନ୍ଦିର ଭାବେ ବେଶି ପରିଚିତ ହେବାକୁ ଲାଗିଲା। ତେବେ ଏହି ମନ୍ଦିରରେ କେବଳ ପ୍ରଭୁ ବିଷ୍ଣୁ କି ମାତା ସରସ୍ବତୀଙ୍କୁ ପୂଜା କରାଯାଏ ତାହା ନୁହେଁ, ଭଗବାନ ଶିବ, ପ୍ରଭୁ ଗଣେଶ, ଭଗବାନ ଅୟପ୍ପନ, ନାଗ ଦେବତାଙ୍କର ବି ଏଠି ପୂଜାର୍ଚ୍ଚନା କରାଯାଇଥାଏ।
କିମ୍ବଦନ୍ତୀ
କିମ୍ବଦନ୍ତୀ ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର ଜଣେ ନମ୍ବୁଦିରି ବ୍ରାହ୍ମଣ ବୃଦ୍ଧଙ୍କର କୌଣସି ପୁତ୍ର ସନ୍ତାନ ନ ଥିବା ହେତୁ ସେ ଖୁବ୍‌ ମନଦୁଃଖରେ ଥିଲେ। ବାରାଣସୀର ପବିତ୍ର ଗଙ୍ଗାନଦୀରେ ସ୍ନାନ କରିବାକୁ ସେ ଥରେ ବାହାରିଲେ। ବାଟରେ ମୁକାମ୍ବିକା ମନ୍ଦିର ପଡିବାରୁ ସେଠାରେ ଅଟକି ଯାଇ କିଛିଦିନ ରହିବାକୁ ଲାଗିଲେ। ମାତା ମୁକାମ୍ବିକା ହେଲେ ଜଣେ ପ୍ରତ୍ୟକ୍ଷା ଦେବୀ, ଶକ୍ତି ସ୍ବରୂପା। ଉକ୍ତ ସ୍ଥାନର ମନୋରମ ପରିବେଶ ବ୍ରାହ୍ମଣଙ୍କୁ ଏତେ ଭଲ ଲାଗିଥିଲା ଯେ, ସେ ଆଉ ସେ ସ୍ଥାନଛାଡ଼ି କୁଆଡ଼େ ଯିବାକୁ ରାଜି ହେଲେ ନାହିଁ। ମା’ଙ୍କର ଭଜନ କୀର୍ତ୍ତନ କରିବା ସହ ନିତି ମା’ଙ୍କ ନିକଟରେ ତାଙ୍କ ଦୁଃଖ ଜଣାଉଥିଲେ। ଥରେ ସ୍ବପ୍ନରେ ମା’ଆସି ତାଙ୍କୁ କହିଲେ, ‘ତୁମ ଭାଗ୍ୟରେ ପୁତ୍ର ଯୋଗ ନାହିଁ। ତୁମେ ଏବେ ଘରକୁ ଫେରିଯିବା ଉଚିତ। ଆଉ ତୁମ ପଡିଶା ଘରର ଜଣେ ମହିଳାଙ୍କର ନିକଟ ଭବିଷ୍ୟତରେ ଦୁଇଟି ସନ୍ତାନ ଜନ୍ମ ହେବାର ଅଛି। ତୁମେ ଚାହିଁଲେ ତାଙ୍କଠାରୁ ଗୋଟେ ସନ୍ତାନ ପୋଷ୍ୟ ଭାବେ ଗ୍ରହଣ କରିପାର।’ ମା’ଙ୍କର ଏହା ହିଁ ଇଚ୍ଛା ଭାବି ବ୍ରାହ୍ମଣ ଜଣଙ୍କ ତା’ପରେ ନିଜ ବାସସ୍ଥାନ ଅଭିମୁଖେ ବାହାରିଆସିଲେ। କିନ୍ତୁ ପନାଚିକ୍କଡ଼ରେ ପହଞ୍ଚତ୍ବା ପରେ ସେ ପ୍ରଥମେ ପନାଚିକ୍କଡ଼ ମନ୍ଦିର ପରିସରରେ ଥିବା ଏକ ପବିତ୍ର ଜଳକୁଣ୍ଡରେ ଗାଧୋଇବାକୁ ଚିନ୍ତା କଲେ। ସେଥିପାଇଁ ସେ ହାତରେ ଧରିଥିବା ଏକ ତାଳପତ୍ରର ଛତାକୁ ଜଳକୁଣ୍ଡର ଦକ୍ଷିଣ ଭାଗରେ ରଖି ଗାଧୋଇବାକୁ ଚାଲିଗଲେ। ଗାଧୋଇ ସାରି ଯେତେବେଳେ ସେ ଛତାଟିକୁ ଉଠାଇବାକୁ ଚେଷ୍ଟା କରନ୍ତି ଛତାଟି ଆଉ ଉଠିଲା ନାହିଁ। ଆଶ୍ଚର୍ଯ୍ୟ ହୋଇ ସେ ଏଣେତେଣେ ଚାହିଁଲେ କିନ୍ତୁ ପାଖରେ କେହି ଦେଖାଯାଉ ନ ଥିଲେ। ହଠାତ୍‌ ଜଣେ ବ୍ୟକ୍ତି ଚମତ୍କାର ସ୍ବରୂପ ତାଙ୍କ ପାଖକୁ ଆସି କହିଲେ, ‘ତୁମର ଏହି ଛତା ତଳେ ଦେବୀ ମୁକାମ୍ବିକା ଅଛନ୍ତି। ଯଦି ତୁମେ ଏହି ଛତା ନେବାକୁ ଚାହୁଁଛ, ତା’ହେଲେ ନିକଟରେ ଥିବା ଜଙ୍ଗଲରେ ଏକ ଦେବୀ ପ୍ରତିମା ରହିଛନ୍ତି, ତାଙ୍କୁ ଆଣି ଏହି ପବିତ୍ର ଜଳକୁଣ୍ଡ ଭିତରେ ସ୍ଥାପନ କର। କିନ୍ତୁ ଧ୍ୟାନ ରଖିବ, ପ୍ରତିମାକୁ ଆଣିବା ସମୟରେ ଏହାର ରକ୍ଷକ ସାଜିଥିବା ଯକ୍ଷୀଙ୍କୁ ତୁମକୁ ପ୍ରସନ୍ନ କରିବାକୁ ହେବ।’ ବ୍ରାହ୍ମଣ ଜଣଙ୍କ ଠିକ୍‌ ସେମିତି ହିଁ କଲେ, ଯେମିତି ଚମତ୍କାରୀ ବ୍ୟକ୍ତି ଜଣଙ୍କ ତାଙ୍କୁ କହୁଥିଲେ। ଦେବୀ ପ୍ରତିମାଙ୍କୁ ସେ ଆଣି ଉକ୍ତ ଜଳକୁଣ୍ଡ ଭିତରେ ସ୍ଥାପନ କରିଦେଲେ ଆଉ ତାଙ୍କର ଜଣେ ସେବକ ହୋଇ ତାଙ୍କୁ ନିତ୍ୟ ପୂଜାର୍ଚ୍ଚନା କରିବାକୁ ଲାଗିଲେ। କୁହାଯାଏ, ସେବେଠାରୁ ଏହି ଜଳକୁଣ୍ଡର ପାଣି କେବେ ବି ଶୁଖେନାହିଁ। ଏପରିକି ଖରାଦିନେ ମଧ୍ୟ ଅନ୍ୟ ଜଳକୁଣ୍ଡର ପାଣି ଶୁଖି ଯାଉଥିଲେ ବି ଏହି ଜଳକୁଣ୍ଡର ପାଣି ଟିକେ ବି କମେ ନାହିଁ। ଏହା ମା’ଙ୍କର ଚମତ୍କାର ନୁହେଁ ତ ଆଉ କ’ଣ ହୋଇପାରେ। ଯେହେତୁ ମା’ ଏଠାରେ ଏକ ସରସ ବା ଆଦୌ ଶୁଖୁ ନ ଥିବା ଏକ ଜଳକୁଣ୍ଡରେ ଅବସ୍ଥାନ କରିଛନ୍ତି, ସେଥିପାଇଁ ସ୍ଥାନୀୟ ଲୋକେ ତାଙ୍କୁ ଦେବୀ ସରସ୍ବତୀ ଭାବେ ପୂଜାର୍ଚ୍ଚନା କରିବାକୁ ଲାଗିଲେ। ସେହିପରି ଦେବୀ ମୁକାମ୍ବିକାଙ୍କ କରୁଣାରୁ ଏସବୁ ସମ୍ଭବ ହୋଇଥିବା ଯୋଗୁ ଅନେକେ ତାଙ୍କୁ ଦକ୍ଷିଣ ମୁକାମ୍ବିକା ସରସ୍ବତୀ ଦେବୀ ବୋଲି ବି ସମ୍ବୋଧନ କରିବାକୁ ଲାଗିଲେ। ଆଉ ସେହି ଅନୁଯାୟୀ ଏହି ମନ୍ଦିରର ନାଁ ବି ପରିଚିତି ପାଇବାକୁ ଲାଗିଲା।
ପୂଜାପର୍ବ
ଏହି ମନ୍ଦିରରେ ବିଭିନ୍ନ ଦେବଦେବୀଙ୍କର ପ୍ରତିମା ରହିଥିବାରୁ ସମସ୍ତ ପୂଜାପର୍ବ ବେଶ୍‌ ନିଷ୍ଠାର ସହ ପାଳନ କରାଯାଇଥାଏ। ତେବେ ନବରାତ୍ରି ହେଉଛି ଏଠାକାର ଏକ ମୁଖ୍ୟ ପର୍ବ; ଯେଉଁ ସମୟରେ ବହୁ ସଂଖ୍ୟାରେ ଭକ୍ତଗଣ ଏଠାକୁ ମା’ଙ୍କର ଦର୍ଶନ କରିବାକୁ ଆସିଥାନ୍ତି। ଆଉ ଏହି ସମୟରେ ଜଳକୁଣ୍ଡ ଭିତରେ ମା’ଙ୍କୁ ଖୁବ୍‌ ସୁନ୍ଦର ଭାବେ ସଜାଯାଇଥାଏ। କୁହାଯାଏ, ମା’ଙ୍କ ଆଶୀର୍ବାଦରେ ଏଠାରେ ଯିଏ ବିଦ୍ୟାରମ୍ଭ କରିଥାନ୍ତି, ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହୋଇଥାଏ। ସେଥିପାଇଁ ପ୍ରତିବର୍ଷ ବିଜୟାଦଶମୀରେ ଏଠାରେ ସ୍ବତନ୍ତ୍ର ବିଦ୍ୟାରମ୍ଭ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ।
କେମିତି ଯିବେ
ଏଠାକୁ ଯିବା ପାଇଁ ନିକଟସ୍ଥ ବିମାନବନ୍ଦର ହେଲା କୋଚିନ୍‌ ଇଣ୍ଟର ନ୍ୟାଶନାଲ୍‌ ଏୟାରପୋର୍ଟ ଏବଂ ନିକଟସ୍ଥ ରେଳଷ୍ଟେଶନ ହେଉଛି କୋଟ୍ଟାୟମ୍‌ ରେଲ୍‌ଓ୍ବେ ଷ୍ଟେଶନ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri