ପନାଚିକ୍କଡ଼ ସରସ୍ବତୀ ମନ୍ଦିର : ଜାଣନ୍ତୁ କ’ଣ ରହିଛି ରହସ୍ୟମୟ କଥା

କେରଳର କୋଟ୍ଟାୟମ୍‌ ଜିଲା ଅନ୍ତର୍ଗତକ ସ୍ଥାନ ହେଉଛି ପନାଚିକ୍କଡ଼। ଏଠାରେ ବିଦ୍ୟାଦାତ୍ରୀ ଦେବୀ ସରସ୍ବତୀଙ୍କୁ ସମର୍ପିତ ଏକ ମନ୍ଦିର ରହିଛି; ଯାହା ପନାଚିକ୍କଡ଼ ସରସ୍ବତୀ ମନ୍ଦିର ଭାବେ ବେଶ୍‌ ପରିଚିତ। ଏହାକୁ କେହି କେହି ପନାଚିକ୍କଡ଼ୁ ମନ୍ଦିର ତ ଆଉ କେହି ଦକ୍ଷିଣ ମୁକାମ୍ବିକା ସରସ୍ବତୀ ମନ୍ଦିର ବୋଲି ବି କହିଥାନ୍ତି…

ପନାଚିକ୍କଡ଼ ସରସ୍ବତୀ ମନ୍ଦିର ହେଉଛି କେରଳର ପନାଚିକ୍କଡ଼ ଅଞ୍ଚଳରେ ଥିବା ଏକ ବହୁ ପୁରାତନ ତଥା ପ୍ରସିଦ୍ଧ ମନ୍ଦିର। ପ୍ରକୃତପକ୍ଷେ ଏହି ମନ୍ଦିରର ମୁଖ୍ୟ ଦେବତା ହେଉଛନ୍ତି ପ୍ରଭୁ ବିଷ୍ଣୁ; ଯାହାଙ୍କ ପ୍ରତିମାକୁ ଏଠାରେ ଦେବୀ ସରସ୍ବତୀଙ୍କର ପ୍ରତିମା ସ୍ଥାପିତ ହେବାର ବହୁ ପୂର୍ବରୁ ହିଁ ସ୍ଥାପନ କରାଯାଇଥିଲା। କିନ୍ତୁ ଦେବୀଙ୍କର ମହିମା ଓ ଲୋକପ୍ରିୟତା ପାଇଁ ଲୋକମୁଖରେ ଏହା ସରସ୍ବତୀ ମନ୍ଦିର ଭାବେ ବେଶି ପରିଚିତ ହେବାକୁ ଲାଗିଲା। ତେବେ ଏହି ମନ୍ଦିରରେ କେବଳ ପ୍ରଭୁ ବିଷ୍ଣୁ କି ମାତା ସରସ୍ବତୀଙ୍କୁ ପୂଜା କରାଯାଏ ତାହା ନୁହେଁ, ଭଗବାନ ଶିବ, ପ୍ରଭୁ ଗଣେଶ, ଭଗବାନ ଅୟପ୍ପନ, ନାଗ ଦେବତାଙ୍କର ବି ଏଠି ପୂଜାର୍ଚ୍ଚନା କରାଯାଇଥାଏ।
କିମ୍ବଦନ୍ତୀ
କିମ୍ବଦନ୍ତୀ ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର ଜଣେ ନମ୍ବୁଦିରି ବ୍ରାହ୍ମଣ ବୃଦ୍ଧଙ୍କର କୌଣସି ପୁତ୍ର ସନ୍ତାନ ନ ଥିବା ହେତୁ ସେ ଖୁବ୍‌ ମନଦୁଃଖରେ ଥିଲେ। ବାରାଣସୀର ପବିତ୍ର ଗଙ୍ଗାନଦୀରେ ସ୍ନାନ କରିବାକୁ ସେ ଥରେ ବାହାରିଲେ। ବାଟରେ ମୁକାମ୍ବିକା ମନ୍ଦିର ପଡିବାରୁ ସେଠାରେ ଅଟକି ଯାଇ କିଛିଦିନ ରହିବାକୁ ଲାଗିଲେ। ମାତା ମୁକାମ୍ବିକା ହେଲେ ଜଣେ ପ୍ରତ୍ୟକ୍ଷା ଦେବୀ, ଶକ୍ତି ସ୍ବରୂପା। ଉକ୍ତ ସ୍ଥାନର ମନୋରମ ପରିବେଶ ବ୍ରାହ୍ମଣଙ୍କୁ ଏତେ ଭଲ ଲାଗିଥିଲା ଯେ, ସେ ଆଉ ସେ ସ୍ଥାନଛାଡ଼ି କୁଆଡ଼େ ଯିବାକୁ ରାଜି ହେଲେ ନାହିଁ। ମା’ଙ୍କର ଭଜନ କୀର୍ତ୍ତନ କରିବା ସହ ନିତି ମା’ଙ୍କ ନିକଟରେ ତାଙ୍କ ଦୁଃଖ ଜଣାଉଥିଲେ। ଥରେ ସ୍ବପ୍ନରେ ମା’ଆସି ତାଙ୍କୁ କହିଲେ, ‘ତୁମ ଭାଗ୍ୟରେ ପୁତ୍ର ଯୋଗ ନାହିଁ। ତୁମେ ଏବେ ଘରକୁ ଫେରିଯିବା ଉଚିତ। ଆଉ ତୁମ ପଡିଶା ଘରର ଜଣେ ମହିଳାଙ୍କର ନିକଟ ଭବିଷ୍ୟତରେ ଦୁଇଟି ସନ୍ତାନ ଜନ୍ମ ହେବାର ଅଛି। ତୁମେ ଚାହିଁଲେ ତାଙ୍କଠାରୁ ଗୋଟେ ସନ୍ତାନ ପୋଷ୍ୟ ଭାବେ ଗ୍ରହଣ କରିପାର।’ ମା’ଙ୍କର ଏହା ହିଁ ଇଚ୍ଛା ଭାବି ବ୍ରାହ୍ମଣ ଜଣଙ୍କ ତା’ପରେ ନିଜ ବାସସ୍ଥାନ ଅଭିମୁଖେ ବାହାରିଆସିଲେ। କିନ୍ତୁ ପନାଚିକ୍କଡ଼ରେ ପହଞ୍ଚତ୍ବା ପରେ ସେ ପ୍ରଥମେ ପନାଚିକ୍କଡ଼ ମନ୍ଦିର ପରିସରରେ ଥିବା ଏକ ପବିତ୍ର ଜଳକୁଣ୍ଡରେ ଗାଧୋଇବାକୁ ଚିନ୍ତା କଲେ। ସେଥିପାଇଁ ସେ ହାତରେ ଧରିଥିବା ଏକ ତାଳପତ୍ରର ଛତାକୁ ଜଳକୁଣ୍ଡର ଦକ୍ଷିଣ ଭାଗରେ ରଖି ଗାଧୋଇବାକୁ ଚାଲିଗଲେ। ଗାଧୋଇ ସାରି ଯେତେବେଳେ ସେ ଛତାଟିକୁ ଉଠାଇବାକୁ ଚେଷ୍ଟା କରନ୍ତି ଛତାଟି ଆଉ ଉଠିଲା ନାହିଁ। ଆଶ୍ଚର୍ଯ୍ୟ ହୋଇ ସେ ଏଣେତେଣେ ଚାହିଁଲେ କିନ୍ତୁ ପାଖରେ କେହି ଦେଖାଯାଉ ନ ଥିଲେ। ହଠାତ୍‌ ଜଣେ ବ୍ୟକ୍ତି ଚମତ୍କାର ସ୍ବରୂପ ତାଙ୍କ ପାଖକୁ ଆସି କହିଲେ, ‘ତୁମର ଏହି ଛତା ତଳେ ଦେବୀ ମୁକାମ୍ବିକା ଅଛନ୍ତି। ଯଦି ତୁମେ ଏହି ଛତା ନେବାକୁ ଚାହୁଁଛ, ତା’ହେଲେ ନିକଟରେ ଥିବା ଜଙ୍ଗଲରେ ଏକ ଦେବୀ ପ୍ରତିମା ରହିଛନ୍ତି, ତାଙ୍କୁ ଆଣି ଏହି ପବିତ୍ର ଜଳକୁଣ୍ଡ ଭିତରେ ସ୍ଥାପନ କର। କିନ୍ତୁ ଧ୍ୟାନ ରଖିବ, ପ୍ରତିମାକୁ ଆଣିବା ସମୟରେ ଏହାର ରକ୍ଷକ ସାଜିଥିବା ଯକ୍ଷୀଙ୍କୁ ତୁମକୁ ପ୍ରସନ୍ନ କରିବାକୁ ହେବ।’ ବ୍ରାହ୍ମଣ ଜଣଙ୍କ ଠିକ୍‌ ସେମିତି ହିଁ କଲେ, ଯେମିତି ଚମତ୍କାରୀ ବ୍ୟକ୍ତି ଜଣଙ୍କ ତାଙ୍କୁ କହୁଥିଲେ। ଦେବୀ ପ୍ରତିମାଙ୍କୁ ସେ ଆଣି ଉକ୍ତ ଜଳକୁଣ୍ଡ ଭିତରେ ସ୍ଥାପନ କରିଦେଲେ ଆଉ ତାଙ୍କର ଜଣେ ସେବକ ହୋଇ ତାଙ୍କୁ ନିତ୍ୟ ପୂଜାର୍ଚ୍ଚନା କରିବାକୁ ଲାଗିଲେ। କୁହାଯାଏ, ସେବେଠାରୁ ଏହି ଜଳକୁଣ୍ଡର ପାଣି କେବେ ବି ଶୁଖେନାହିଁ। ଏପରିକି ଖରାଦିନେ ମଧ୍ୟ ଅନ୍ୟ ଜଳକୁଣ୍ଡର ପାଣି ଶୁଖି ଯାଉଥିଲେ ବି ଏହି ଜଳକୁଣ୍ଡର ପାଣି ଟିକେ ବି କମେ ନାହିଁ। ଏହା ମା’ଙ୍କର ଚମତ୍କାର ନୁହେଁ ତ ଆଉ କ’ଣ ହୋଇପାରେ। ଯେହେତୁ ମା’ ଏଠାରେ ଏକ ସରସ ବା ଆଦୌ ଶୁଖୁ ନ ଥିବା ଏକ ଜଳକୁଣ୍ଡରେ ଅବସ୍ଥାନ କରିଛନ୍ତି, ସେଥିପାଇଁ ସ୍ଥାନୀୟ ଲୋକେ ତାଙ୍କୁ ଦେବୀ ସରସ୍ବତୀ ଭାବେ ପୂଜାର୍ଚ୍ଚନା କରିବାକୁ ଲାଗିଲେ। ସେହିପରି ଦେବୀ ମୁକାମ୍ବିକାଙ୍କ କରୁଣାରୁ ଏସବୁ ସମ୍ଭବ ହୋଇଥିବା ଯୋଗୁ ଅନେକେ ତାଙ୍କୁ ଦକ୍ଷିଣ ମୁକାମ୍ବିକା ସରସ୍ବତୀ ଦେବୀ ବୋଲି ବି ସମ୍ବୋଧନ କରିବାକୁ ଲାଗିଲେ। ଆଉ ସେହି ଅନୁଯାୟୀ ଏହି ମନ୍ଦିରର ନାଁ ବି ପରିଚିତି ପାଇବାକୁ ଲାଗିଲା।
ପୂଜାପର୍ବ
ଏହି ମନ୍ଦିରରେ ବିଭିନ୍ନ ଦେବଦେବୀଙ୍କର ପ୍ରତିମା ରହିଥିବାରୁ ସମସ୍ତ ପୂଜାପର୍ବ ବେଶ୍‌ ନିଷ୍ଠାର ସହ ପାଳନ କରାଯାଇଥାଏ। ତେବେ ନବରାତ୍ରି ହେଉଛି ଏଠାକାର ଏକ ମୁଖ୍ୟ ପର୍ବ; ଯେଉଁ ସମୟରେ ବହୁ ସଂଖ୍ୟାରେ ଭକ୍ତଗଣ ଏଠାକୁ ମା’ଙ୍କର ଦର୍ଶନ କରିବାକୁ ଆସିଥାନ୍ତି। ଆଉ ଏହି ସମୟରେ ଜଳକୁଣ୍ଡ ଭିତରେ ମା’ଙ୍କୁ ଖୁବ୍‌ ସୁନ୍ଦର ଭାବେ ସଜାଯାଇଥାଏ। କୁହାଯାଏ, ମା’ଙ୍କ ଆଶୀର୍ବାଦରେ ଏଠାରେ ଯିଏ ବିଦ୍ୟାରମ୍ଭ କରିଥାନ୍ତି, ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହୋଇଥାଏ। ସେଥିପାଇଁ ପ୍ରତିବର୍ଷ ବିଜୟାଦଶମୀରେ ଏଠାରେ ସ୍ବତନ୍ତ୍ର ବିଦ୍ୟାରମ୍ଭ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ।
କେମିତି ଯିବେ
ଏଠାକୁ ଯିବା ପାଇଁ ନିକଟସ୍ଥ ବିମାନବନ୍ଦର ହେଲା କୋଚିନ୍‌ ଇଣ୍ଟର ନ୍ୟାଶନାଲ୍‌ ଏୟାରପୋର୍ଟ ଏବଂ ନିକଟସ୍ଥ ରେଳଷ୍ଟେଶନ ହେଉଛି କୋଟ୍ଟାୟମ୍‌ ରେଲ୍‌ଓ୍ବେ ଷ୍ଟେଶନ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri