PAN 2.0: ନୂଆ ପାନ କାର୍ଡରେ ଆଧାର ଲିଙ୍କ୍‌ କରିବା ଜରୁରୀ କି? ନହେଲେ କଟିଯିବ…

ନୂଆଦିଲ୍ଲୀ,୭।୧୨: PAN 2.0 ଆସିବା ପରେ PAN କୁ ଆଧାର ସହିତ ଲିଙ୍କ କରିବା ଆବଶ୍ୟକ କି? ଏହାକୁ ନେଇ ପୁଣି ଦ୍ୱନ୍ଦ୍ୱ ଦେଖାଦେଇଛି। ନୂଆ ପାନ କାର୍ଡକୁ ପୁରୁଣା ପାନ କାର୍ଡ ଭଳି ଆଧାର ସହ ଲିଙ୍କ କରିବାକୁ ପଡ଼ିବ କି? ଆସନ୍ତୁ ଜାଣିବା । କହିରଖୁଛୁ କି, ପାନ ୨.୦ ପରେ ମଧ୍ୟ, ପାନକୁ ଆଧାର ସହିତ ଲିଙ୍କ କରିବା ଆବଶ୍ୟକ । ଆପଣଙ୍କୁ ଜଣାଇଦେଉଛୁ ଯେ, ଆୟକର ବିଭାଗ ପାନ କାର୍ଡକୁ ଆଧାର ସହିତ ଲିଙ୍କ କରିବା ବାଧ୍ୟତାମୂଳକ କରିଛି ।

ଯଦି ଆପଣ ପାନ କାର୍ଡକୁ ଆଧାର ସହିତ ଲିଙ୍କ କରନ୍ତି ନାହିଁ, ତେବେ ପାନ କାର୍ଡ ନିଷ୍କ୍ରିୟ ହୋଇଯିବ । ଯଦି ଆପଣଙ୍କର ପାନ କାର୍ଡ କାର୍ଯ୍ୟକ୍ଷମ ନୁହେଁ ତେବେ ଆୟକର ରିଟର୍ଣ୍ଣ ଦାଖଲ ହୋଇପାରିବ ନାହିଁ । ଟିକସ ଫେରସ୍ତ ହୋଇପାରିବ ନାହିଁ ଏବଂ ଆର୍ଥିକ ସେବା ମଧ୍ୟ ଉପଲବ୍ଧ ନାହିଁ । ନୂଆ ପାନ କାର୍ଡ ଆବେଦନକାରୀଙ୍କ ପାଇଁ ଆଧାର ପାନ ଲିଙ୍କ ସ୍ବୟଂଚାଳିତ ଭାବରେ ହୋଇଥାଏ । ଆଧାର ସହିତ PAN କୁ ଲିଙ୍କ କରିବାକୁ ଚାହୁଁଥିଲେ ଆପଣ ପ୍ରଥମେ UIDPAN ଲେଖିବାକୁ ପଡିବ, ଆପଣଙ୍କର ଆଧାର ନମ୍ବର ଏବଂ PAN ନମ୍ବର ପ୍ରବେଶ କରନ୍ତୁ ଏବଂ 567678 କିମ୍ବା 56161 କୁ SMS ପଠାନ୍ତୁ ।

ନାମ, ଜନ୍ମ ତାରିଖ, ଏବଂ ଲିଙ୍ଗ ପରି ସୂଚନା ପାନ ଏବଂ ଆଧାର କାର୍ଡରେ ମେଳ ହେବା ଉଚିତ। ଯଦି ପାନ ଏବଂ ଆଧାର କାର୍ଡ ମଧ୍ୟରେ ସୂଚନାରେ ପାର୍ଥକ୍ୟ ଅଛି, ତେବେ ଉଭୟ ଡକ୍ୟୁମେଣ୍ଟରେ ଥିବା ତଥ୍ୟ ସମାନ ହେବା ଆବଶ୍ୟକ । ପ୍ରତି ୧୦ ବର୍ଷରେ ଆଧାର କାର୍ଡର ବାୟୋମେଟ୍ରିକ ଅପଡେଟ କରିବା ଉଚିତ କିନ୍ତୁ PAN 2.0 ଅପଡେଟ କରିବାର କୌଣସି ଆବଶ୍ୟକତା ନାହିଁ । ନୂଆ ପାନ କାର୍ଡରେ QR କୋଡ ରହିବ, ଯାହା PAN ଯାଞ୍ଚକୁ ସହଜ କରିବ । ଏହା ସହିତ, ପାନ ୨.୦ ରେ ଏପରି ଅନେକ ବେଶିଷ୍ଟ୍ୟ ରହିବ ଯାହା ଆର୍ଥିକ ଠକେଇକୁ ରୋକିବାରେ ସହାୟକ ହେବ ।

ଯଦି ଆପଣଙ୍କର ପାନ କାର୍ଡ ତିଆରି ହୋଇଛି, ତେବେ ପୁନର୍ବାର ପାନ କାର୍ଡ ତିଆରି କରିବାର କେଣସି ଆବଶ୍ୟକତା ନାହିଁ । ଏହି ପୁରୁଣା ପାନ କାର୍ଡ ବୈଧ ରହିବ । ନୂଆ PAN 2.0 ପୁରୁଣା PAN ର ଏକ ଅପଗ୍ରେଡ ସଂସ୍କରଣ ହେବ । ଲୋକମାନେ ସେମାନଙ୍କର PAN ନମ୍ବର ପରିବର୍ତ୍ତନ କରିବା ଦରକାର ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri