PAN 2.0: ନୂଆ ପାନ କାର୍ଡରେ ଆଧାର ଲିଙ୍କ୍‌ କରିବା ଜରୁରୀ କି? ନହେଲେ କଟିଯିବ…

ନୂଆଦିଲ୍ଲୀ,୭।୧୨: PAN 2.0 ଆସିବା ପରେ PAN କୁ ଆଧାର ସହିତ ଲିଙ୍କ କରିବା ଆବଶ୍ୟକ କି? ଏହାକୁ ନେଇ ପୁଣି ଦ୍ୱନ୍ଦ୍ୱ ଦେଖାଦେଇଛି। ନୂଆ ପାନ କାର୍ଡକୁ ପୁରୁଣା ପାନ କାର୍ଡ ଭଳି ଆଧାର ସହ ଲିଙ୍କ କରିବାକୁ ପଡ଼ିବ କି? ଆସନ୍ତୁ ଜାଣିବା । କହିରଖୁଛୁ କି, ପାନ ୨.୦ ପରେ ମଧ୍ୟ, ପାନକୁ ଆଧାର ସହିତ ଲିଙ୍କ କରିବା ଆବଶ୍ୟକ । ଆପଣଙ୍କୁ ଜଣାଇଦେଉଛୁ ଯେ, ଆୟକର ବିଭାଗ ପାନ କାର୍ଡକୁ ଆଧାର ସହିତ ଲିଙ୍କ କରିବା ବାଧ୍ୟତାମୂଳକ କରିଛି ।

ଯଦି ଆପଣ ପାନ କାର୍ଡକୁ ଆଧାର ସହିତ ଲିଙ୍କ କରନ୍ତି ନାହିଁ, ତେବେ ପାନ କାର୍ଡ ନିଷ୍କ୍ରିୟ ହୋଇଯିବ । ଯଦି ଆପଣଙ୍କର ପାନ କାର୍ଡ କାର୍ଯ୍ୟକ୍ଷମ ନୁହେଁ ତେବେ ଆୟକର ରିଟର୍ଣ୍ଣ ଦାଖଲ ହୋଇପାରିବ ନାହିଁ । ଟିକସ ଫେରସ୍ତ ହୋଇପାରିବ ନାହିଁ ଏବଂ ଆର୍ଥିକ ସେବା ମଧ୍ୟ ଉପଲବ୍ଧ ନାହିଁ । ନୂଆ ପାନ କାର୍ଡ ଆବେଦନକାରୀଙ୍କ ପାଇଁ ଆଧାର ପାନ ଲିଙ୍କ ସ୍ବୟଂଚାଳିତ ଭାବରେ ହୋଇଥାଏ । ଆଧାର ସହିତ PAN କୁ ଲିଙ୍କ କରିବାକୁ ଚାହୁଁଥିଲେ ଆପଣ ପ୍ରଥମେ UIDPAN ଲେଖିବାକୁ ପଡିବ, ଆପଣଙ୍କର ଆଧାର ନମ୍ବର ଏବଂ PAN ନମ୍ବର ପ୍ରବେଶ କରନ୍ତୁ ଏବଂ 567678 କିମ୍ବା 56161 କୁ SMS ପଠାନ୍ତୁ ।

ନାମ, ଜନ୍ମ ତାରିଖ, ଏବଂ ଲିଙ୍ଗ ପରି ସୂଚନା ପାନ ଏବଂ ଆଧାର କାର୍ଡରେ ମେଳ ହେବା ଉଚିତ। ଯଦି ପାନ ଏବଂ ଆଧାର କାର୍ଡ ମଧ୍ୟରେ ସୂଚନାରେ ପାର୍ଥକ୍ୟ ଅଛି, ତେବେ ଉଭୟ ଡକ୍ୟୁମେଣ୍ଟରେ ଥିବା ତଥ୍ୟ ସମାନ ହେବା ଆବଶ୍ୟକ । ପ୍ରତି ୧୦ ବର୍ଷରେ ଆଧାର କାର୍ଡର ବାୟୋମେଟ୍ରିକ ଅପଡେଟ କରିବା ଉଚିତ କିନ୍ତୁ PAN 2.0 ଅପଡେଟ କରିବାର କୌଣସି ଆବଶ୍ୟକତା ନାହିଁ । ନୂଆ ପାନ କାର୍ଡରେ QR କୋଡ ରହିବ, ଯାହା PAN ଯାଞ୍ଚକୁ ସହଜ କରିବ । ଏହା ସହିତ, ପାନ ୨.୦ ରେ ଏପରି ଅନେକ ବେଶିଷ୍ଟ୍ୟ ରହିବ ଯାହା ଆର୍ଥିକ ଠକେଇକୁ ରୋକିବାରେ ସହାୟକ ହେବ ।

ଯଦି ଆପଣଙ୍କର ପାନ କାର୍ଡ ତିଆରି ହୋଇଛି, ତେବେ ପୁନର୍ବାର ପାନ କାର୍ଡ ତିଆରି କରିବାର କେଣସି ଆବଶ୍ୟକତା ନାହିଁ । ଏହି ପୁରୁଣା ପାନ କାର୍ଡ ବୈଧ ରହିବ । ନୂଆ PAN 2.0 ପୁରୁଣା PAN ର ଏକ ଅପଗ୍ରେଡ ସଂସ୍କରଣ ହେବ । ଲୋକମାନେ ସେମାନଙ୍କର PAN ନମ୍ବର ପରିବର୍ତ୍ତନ କରିବା ଦରକାର ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri