ହଜିବାକୁ ବସିଲାଣି ତାଳପତ୍ର ହସ୍ତଶିଳ୍ପ

ସାକ୍ଷୀଗୋପାଳ,୨୮।୬(ଭରତ ରାଉତ): ବୁଡିବାକୁ ବସିଲାଣି କୁଳ ବେଉସା। ହଜିବାକୁ ବସିଲାଣି ତାଳପତ୍ର ହସ୍ତଶିଳ୍ପ। ଧୀରେ ଧୀରେ କାରିଗରମାନେ କୌଳିକ ବୃତ୍ତିରୁ ମୁହଁ ଫେରାଇ ନେଲେଣି। ୪୦ରୁ ଅଧିକ ପରିବାର ଏହି ତାଳ ପତ୍ରରେ ତିଆରି ଜିନିଷ ବିକ୍ରି କରି ପରିବାର ପାଷଣ କରୁଥିଲେ। ହେଲେ ଏବେ ଧୀରେ ଧୀରେ ହଜିଯିବାକୁ ବସିଛି ଏହି ଶିଳ୍ପ। ସରକାରଙ୍କ କୌଣସି ପ୍ରକାର ସାହାଯ୍ୟ ସହଯୋଗ ମିଳୁ ନ ଥିବାରୁ ପିଢି ପରେ ପିଢି ଚଳିଆସୁଥିବା ପୁରୀ ଜିଲା ସତ୍ୟବାଦୀର ପକ୍ଷୀମୁଣ୍ଡ ଗ୍ରାମର କାରିଗରମାନେ ମୁହଁ ଫେରାଇଲେଣି ଏହି ବୃତ୍ତିରୁ। ପ୍ରାୟ ୧୦୦ରୁ ଅଧିକ କାରିଗର ଏହି ତାଳପତ୍ରରୁ ବିଭିନ୍ନ ଜିନିଷ ସବୁ ତିଆରି କରିଥାନ୍ତି। ଭୋଗେଇ, ବିଞ୍ଚଣା, ଡାଲିଆ, ପକ୍ଷିଆ, ଛତା, ପାଚିଆ ଆଦିରୁ ନେଇ ଅନେକ ଘରକରଣା ଉପକରଣ ତିଆରି ହେଉଛି। କିନ୍ତୁ ସାହାଯ୍ୟ ସହଯୋଗ ସାଙ୍ଗକୁ ଦୁଇ ପଇସା ଲାଭ ପାପାରୁ ନ ଥିବାରୁ ବୃତ୍ତି ହଜିବାକୁ ବସିଲାଣି। ଏନେଇ ଖବରନେବାରେ ଗ୍ରାମର ଗୋପାଳ ବେହେରା କୁହନ୍ତି, ତାଳ ଗଛରୁ ପତ୍ର କାଟିବାକୁ ଗଛ ଚଢାଳିଙ୍କୁ ଗୋଟିଏ ଗଛ ପିଛା ୫୦ ଟଙ୍କା ଓ ଗଛ ମାଲିକଙ୍କୁ ୫୦ ଟଙ୍କା ଦେବାକୁ ପଡୁଛି। ଏପଟେ ପତ୍ରକୁ ଆଣି ତାକୁ ଧୋଇ ସୁଖାଇ ବୁଣିବା ଉପଯୋଗୀ କରିବାକୁ ପ୍ରାୟ ୫ ଦିନ ଲାଗେ। ଏହାରି ଭିତରେ ଏତେ ପରିଶ୍ରମ କରୁଥିବାବେଳେ ତା ଜାଗା ନେଇ ଯାଉଛି ପ୍ଲାଷ୍ଟିକ ଓ ପଲିଥିନ୍‌ ଜିନିଷ। ଫଳରେ ଯେଉଁ କିଛି ସାମଗ୍ରୀ ହେଉଛି ତାହାର ମୂଲ୍ୟ ମିଳୁନି। ଘରେ ପଡ଼ି ପଡ଼ି ସବୁ ଜିନିଷ ସାମଗ୍ରୀ ନଷ୍ଟ ହେବାରେ ଲାଗିଛି। ତେବେ ସରକାଙ୍କ ପକ୍ଷରୁ ଯଦି କିଛି ସହାୟତା ଯୋଗାଇ ଦିଆଯାଇପାରିବ ତେବେ ଏହି ବୃତ୍ତିକୁ ଅଧିକରୁ ଅଧିକ କାରିଗର ଆପଣାଇ ପାରିବେ ବୋଲି ଗୋପଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri